ପ୍ରଥମ ଥର ପାଇଁ ମିଡିଆ ଆଗରେ ଏକାଠି ନଜର ଆସିଲେ ଆଥିଆ-କେ.ଏଲ ରାହୁଲ

Published By : Prameya-News7 Bureau | December 02, 2021 IST

ନୂଆଦିଲ୍ଳୀ ୦୨।୧୨ : ବଲିଉଡ ଅଭିନେତା ସୁନୀଲ ଶେଟ୍ଟୀଙ୍କ ଝିଅ ତଥା ଅଭିନେତ୍ରୀ ଆଥିଆ ସେଟ୍ଟି ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହିଥା’ନ୍ତି। ଦୁହିଁଙ୍କ ସମ୍ପର୍କ ବିଷୟରେ କାହାକୁ ଅଛପା। ଯେଉଁଠି ଦେଖିବ ଦୁହିଁଙ୍କୁ ଏକାଠି ଥିବାର ସ୍ପଷ୍ଟ କରାଯାଉଛି । ଭାରତୀୟ କ୍ରିକେଟର ଦଳର କେ.ଏଲ୍ ରାହୁଲଙ୍କ ସହ କିଛି ନା କିଛି ସୋସିଆଲ ମିଡିଆରେ ସେୟାର କରିଥାନ୍ତି। କେବଳ ଏତିକି ନୁହେଁ, ରାହୁଲ ମଧ୍ୟ ସୋସିଆଲ ମିଡିଆରେ ଫଟୋ ସେୟାର କରନ୍ତି। ଏସବୁ ବ୍ୟତୀତ ଆଥିଆ ମଧ୍ୟ ରାହୁଲଙ୍କ ସହ ବିଦେଶ ଗସ୍ତରେ ଆଥିଆଙ୍କୁ ସାଙ୍ଗରେ ନେଇଥିଲେ। ଏହା ସହ ସୋସିଆଲ ମିଡିଆରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଥିଲା। କିନ୍ତୁ, ଏବେ ଦୁହେଁ ନିଜ ସମ୍ପର୍କକୁ ଜନସାଧାରଣଙ୍କ ନିକଟକୁ ଆଣିବାକୁ ପ୍ରସ୍ତୁତ ଅଛନ୍ତି। ନିକଟରେ ଆଥିଆଙ୍କ ଭାଇ ଆହାନ ସେଟ୍ଟୀଙ୍କ ଡେବ୍ୟୁ ଫିଲ୍ମ ‘ତଡପ’ର ପ୍ରିମିୟରରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ଏହି ସମୟରେ ଫଟୋଗ୍ରାଫରଙ୍କୁ ଦୁହେଁ ପୋଜ ମଧ୍ୟ ଦେଇଥିଲେ। ଏବଂ ଖୁଲମ୍‌ଖୁଲା ହୋଇ ହାତ ଧରିକି ବୁଲୁଛନ୍ତି ବି । ସେହି ଫିଲ୍ମର ପ୍ରିମିୟର୍‌ରେ ପୁରା ସେଟ୍ଟୀ ପରିବାର ମଧ୍ୟ ଉପସ୍ଥିତ ଥିଲା। ବିଶେଷ କଥା ହେଲା କେ.ଏଲ ରାହୁଲ ମଧ୍ୟ ପାରିବାରିକ ଫଟୋରେ ଆଥିଆଙ୍କ ସହ ପୋଜ ଦେଉଥିବାର ଦେଖିବାକୁ ମିଳିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.