Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜାସନ ରୟ ଓ ଓ୍ଵିଲିୟମସନଙ୍କ ଅର୍ଦ୍ଧଶତକ, ଲଗାତାର ପରାଜୟ ପରେ ରାଜସ୍ଥାନକୁ ହରାଇ ବିଜୟର ସ୍ଵାଦ ଚାଖିଲା ହାଇଦ୍ରାବାଦ
  • ||
  • ବିଜାପୁର ସିଆରପିଏଫ କ୍ୟାମ୍ପ ଉପରେ ନକ୍ସଲ ହମ୍‌ଲା, ଜାରି ରହିଛି ଗୁଳି ବିନିମୟ
  • ||
  • ନ୍ୟୁଜ7ରେ ପୁଣି ଆାରମ୍ଭ ହେବ ‘ହଟସିଟ୍ ’, ସିଜନ-୨ରେ ସାମିଲ୍‌ ହେବେ ବହୁ ବିଶିଷ୍ଟ ବ୍ୟକ୍ତି
  • ||
  • ଆଞ୍ଜେଲା ମାର୍କେଲଙ୍କ ଯୁଗ ଶେଷ ! ଜର୍ମାନ ନିର୍ବାଚନରେ ଖୁବ୍ କମ ଭୋଟରେ ହାରିଲା ମାର୍କେଲଙ୍କ ପାର୍ଟି, କ୍ଷମତା ଡୋର ସୋସିଆଲ ଡେମୋକ୍ରାଟ୍ସଙ୍କ ହାତକୁ ଯିବ
  • ||
  • ଭୁବନେଶ୍ବର : ‘ଗୁଲାବ’ ପ୍ରଭାବରେ ରାଜ୍ୟର ହୋଇନି ବେଶୀ ପବନ, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଗୋଟିଏ ଗୋଟିଏ ବ୍ଲକ୍‌ରେ ଅଧିକ ବର୍ଷା : SRC
  • ||
  • କାଲିମେଳା : ରାସ୍ତାରେ ଚାଲୁଛି ୨ରୁ ୩ଫୁଟ ବର୍ଷାଜଳ, ଉଭୟ ପାର୍ଶ୍ବରେ ଅଟକିଛି ଯାନବାହାନ
  • ||
  • ମୋହନା : ଗଜପତିରେ ପ୍ରଭାବ ପକାଇଲା ‘ଗୁଲାବ’, ବିଭିନ୍ନ ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ
  • ||
  • ଆଇପିଏଲ ୨୦୨୧ : ୪୦ ତମ ଲିଗ୍‌ ମୁକାବିଲାରେ ମୁହାଁମୁହିଁ ହେବେ ହାଇଦ୍ରାବାଦ ଓ ରାଜସ୍ଥାନ
  • ||
  • କେନ୍ଦୁଝର : ବଣୁଆ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ, ମଞ୍ଚାରୁ ଓହ୍ଲାଇ ଘରକୁ ଯିବାବେଳେ ଆକ୍ରମଣର ଶିକାର
  • ||
  • ଜୟପୁର : ଲଗାଣ ବର୍ଷା ଯୋଗୁଁ ଧସିଲା ମାଟି ଅତଡା, ଜାତୀୟ ରାଜପଥ ଅବରୋଧ
  • ||

ଭଗ୍ ମ୍ୟାଗାଜିନର କଭର ପେଜରେ ‘ଏ ସୁଇଟେବଲ୍ ବୟ’ର ଷ୍ଟାରକାଷ୍ଟ୍ : ତବ୍ବୁ ଏବଂ ଈଶାନଙ୍କ ସହ ନଜର ଆସିଲେ ଜଣେ ନବାଗତା ଅଭିନେତ୍ରୀ

13/05/2020 at 5:22 PM

ମୁମ୍ବାଇ ୧୩/୫: ତବ୍ବୁ ଏବଂ ଈଶାନ୍ ଖଟ୍ଟରଙ୍କ ଆଗାମୀ ସିରିଜ ‘ଏ ସୁଇଟେବଲ୍ ବୟ’ ଘୋଷଣା ସହ ଲଗାତାର ଚର୍ଚ୍ଚାରେ ରହିଛି। ଏଥିରେ ଦୁଇ ଜଣଙ୍କ ବ୍ୟତୀତ ତାନ୍ୟା ମଣିକତଲା ମଧ୍ୟ ମୁଖ୍ୟ ଭୂମିକାରେ ଅଛନ୍ତି। ସିରିଜ ରିଲିଜ ପୂର୍ବରୁ ତବ୍ବୁ, ଈଶାନ ଖଟ୍ଟର ଏବଂ ତାନ୍ୟା ମଣିକତଳାଙ୍କୁ ବ୍ରିଟିଶ ଭଗ୍ ମ୍ୟାଗାଜିନର କଭର ପେଜରେ ସ୍ଥାନ ମିଳିଛି।

View this post on Instagram

June, 2020: @britishvogue 🦚 #ASuitableBoy

A post shared by Ishaan (@ishaankhatter) on

ଈଶାନ୍ ଖଟ୍ଟର କଭର ପେଜର ଫଟୋ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଏହା ସହିତ ସେ ଲେଖିଛନ୍ତି- ‘ଜୁନ୍ ୨୦୨୦,ଏ ସୁଇଟେବଲ୍ ବୟ’। ଏହା ସହିତ ସେ ବ୍ରିଟିଶ୍ ଭଗ୍ କୁ ମଧ୍ୟ ଟ୍ୟାଗ୍ କରିଛନ୍ତି।

୬ଟି ଭାଗର ଏହି ସିରିଜର ନିର୍ଦେଶନା ମୀରା ନାୟାର ଦେଇଛନ୍ତି। ଏହି ୩ଜଣଙ୍କ ବ୍ୟତୀତ ଏହି ସିରିଜରେ ରସିକା ଦୁଗ୍ଗଲ୍, ଆମୀର ବଶିର, ବିନୟ ପାଠକଙ୍କ ସହ ଅନ୍ୟ କଳାକାର ନଜର ଆସିବେ। ଏହି ଶୋଟ ର କାହାଣୀ ଲେଖକ ବିକ୍ରମ ସେଠଙ୍କ ଉପନ୍ୟାସ ଉପରେ ଆଧାରିତ। ମୀରା ନାୟାରଙ୍କ ସହ ତବ୍ବୁ ଏହା ପୂର୍ବରୁ ଫିଲ୍ମ ‘ନେମସେକ୍’ରେ ଥିଲେ।

ସିରିଜରେ ଈଶାନ୍ ଖଟ୍ଟର ଜଣେ ଧନୀ ଘରର ପୁଅ ହୋଇଛନ୍ତି ଯିଏ ତବ୍ବୁଙ୍କୁ ପ୍ରେମ କରି ବସନ୍ତି। ତବ୍ବୁଙ୍କ ଭୂମିକାର ନାଁ ସଇଦା ବାଇ ଯିଏ ଜଣେ ବେଶ୍ୟା। ଈଶାନ୍ ଏଥିରେ ଜଣେ କଲେଜ ଛାତ୍ରଙ୍କ ଭୂମିକାରେ ଅଛନ୍ତି। ‘ଏ ସୁଇଟେବଲ୍ ବୟ’ର କାହାଣୀ ଲକ୍ଷ୍ନୌ ପାଖରେ ଏକ ସ୍ଥାନ ଉପରେ ଆଧାରିତ।

କିଛି ଦିନ ତଳେ ଶୋଟ ର ପ୍ରଥମ ପୋଷ୍ଟର ରିଳିଜ ହୋଇଥିଲା। ପୋଷ୍ଟରରେ ତବ୍ବୁ ଏବଂ ଈଶାନ୍ ଏକ ଦୋଳିରେ ବସିଛନ୍ତି।

   Related Posts