୪୮ ବର୍ଷ ବୟସରେ ମଧ୍ୟ ସିଂଗଲ ଅଛନ୍ତି ତବ୍ବୁ : ବିବାହ ନକରିବାର କାରଣ ଅଜୟ ଦେବଗନ , ଜାଣନ୍ତୁ କେମିତି

Published By : Prameya-News7 Bureau | April 02, 2019 IST

wp:heading {"level":5}
ମୁମ୍ବାଇ୨|୪: ବଲିଉଡ ଅଭିନେତ୍ରୀ ତବ୍ବୁ, ଫିଲ୍ମ ଇଂଣ୍ଡଷ୍ଟ୍ରିରେ ବହୁତ ସମୟରୁ ରାଜ କରୁଛନ୍ତି। ୪୮ ବର୍ଷ ହୋଇ ମଧ୍ୟ ସେ ଆଜି ଯାଏଁ ବିବାହ କରିନାହାନ୍ତି। ବହୁ ଅଭିନେତାଙ୍କ ସହ ତବ୍ବୁଙ୍କ ରିଲେସନସିପ୍‌ କୁ ନେଇ ଚର୍ଚ୍ଚା ହୁଏ ସତ କିନ୍ତୁ ସେ ଏବେ ବି ଅବିବାହିତା। କିଛି ଦିନ ପୂର୍ବରୁ ଏକ ସାକ୍ଷାତକାରରେ ସେ ବିବାହ ନକରିବାର କାରଣ କହିଥିଲେ। ସେ କହିଥିଲେ ଯେ, ଅଜୟ ଦେବଗନଙ୍କ ପାଇଁ ସେ ବିବାହ କରିନାହାନ୍ତି। ତବ୍ବୁଙ୍କର ଏହି ମନ୍ତବ୍ୟ ଦର୍ଶକଙ୍କୁ ଖୁବ୍‌ ଆଚମ୍ୱିତ କରିଥିଲା। 
/wp:heading {"id":99311}
wp:heading {"level":5}
ତବ୍ବୁଙ୍କ ସଂପର୍କିୟ ଭାଇ ସମୀର ଆର୍ଯ୍ୟ ଓ ଅଜୟ ଦେବଗନ ତାଙ୍କ ପଡୋଶୀ ଥିଲେ। ଏହି ଦୁଇ ଜଣ ତାଙ୍କୁ ଫଲୋ କରୁଥିଲେ। ଯଦି କେବେ କୌଣସି ଯୁବକ ତାଙ୍କ ଆଖ ପାଖରେ ଦେଖା ଯାଏ ତା ସହ ମାରପିଟ୍‌ କରୁଥିଲେ ବୋଲି କହିଥିଲେ ତବ୍ବୁ। ତେବେ ଏହି କାରଣ ପାଇଁ ସୋ ଆଜି ଯାଏଁ ବିବାହ କରିନାହାନ୍ତି। ବିବାହ ଲାଗି ପାତ୍ର ଖୋଜିଦେବା ଲାଗି ସଂପର୍କୀୟ ଭାଇ ଓ ଅଜୟଙ୍କୁ ତବ୍ବୁ କହିଥିଲେ । କିନ୍ତୁ ଉଭୟ ଏହା ମଧ୍ୟ କରିନଥିଲେ।  
/wp:heading {"id":99312}
wp:heading {"level":5}
ତବ୍ବୁ ଓ ଅଜୟ ଦେବଗନଙ୍କ ସଂପର୍କ ବହୁତ ମଜବୁତ ବୋଲି ସେ କହିଥିଲେ। ଉଭୟଙ୍କ ବଣ୍ଡିଙ୍ଗ ବହୁତ ଭଲ। ଦୁହେଁ ଅନେକ ଫିଲ୍ମରେ ଏକା ସହ କାମ କରିଛନ୍ତି। ଅଜୟ ଝିଅମାନଙ୍କର ବହୁତ ଧ୍ୟାନ ରଖନ୍ତି। ସେ ପାଖରେ ଥିଲେ କୌଣସି ଅସୁବିଧା ହୁଏ ନାହିଁ। ଅଜୟ ଓ ତବ୍ବୁଙ୍କର ସଂପର୍କ ଅତୁଳନୀୟ।  
/wp:heading {"id":99313}
wp:heading {"level":5}
ସେ କହିଥିଲେ ଯେ, ଦର୍ଶକ ତାଙ୍କୁ ହାସ୍ୟ ଚଳଚ୍ଚିତ୍ରରେ ଦେଖିବାକୁ ପସନ୍ଦ କରନ୍ତି। ଥରେ ତବ୍ବୁ ମସ୍ତି ମଜାରେ ରୋହିତ୍‌ ସେଟ୍ଟୀଙ୍କୁ କହିଥିଲେ ଯେ, ସେ ମଧ୍ୟ ଗୋଲମାଲରେ କାମ କରିବାକୁ ଚାହାନ୍ତି। ଏହା ପରେ ରୋହିତ ତାଙ୍କୁ “ଗୋଲମାଲ ଏଗେନ” ସିନେମାରେ ଅଭିନୟ କରିବାର ପ୍ରସ୍ତାବ ଦେଇଥିଲେ। “ଗୋଲମାଲ ଏଗେନ” ରେ ତବ୍ବୁଙ୍କୁ ଏକ ଭିନ୍ନ ଭୂମିକାରେ ଅଭିନୟ କରିବାର ଦେଖାଯାଇଥିଲା।
/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.