Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୀଷଣ ଅବପାତର ରୂପ ନେବ ଲଘୁଚାପ ! ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା
  • ||
  • ଟ୍ରେଲର ପଛରେ ପିଟିହେଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||

ବଡ ପରଦାରେ ଏକାଠି ନଜର ଆସିବେ ଏହି ଷ୍ଟାର, କେଉଁ ଫିଲ୍ମ ଜାଣନ୍ତୁ

5/06/2019 at 3:52 PM

ମୁମ୍ବାଇ୫|୬: ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନ ଓ ଅଭିନେତ୍ରୀ ତବ୍ବୁଙ୍କୁ ଖୁବ୍‌ ଶୀଘ୍ର ପରଦାରେ ଦେଖିବାକୁ ମିଳିବ। ଏହି ଫିଲ୍ମର ନାଁ ହେଉଛି ‘ଜୱାନି ଜାନେମନ’। ଫିଲ୍ମକୁ ନିଜର ରିଲିଜ ଡେଟ୍‌ ମଧ୍ୟ ମିଳିସାରିଛି। ଚଳିତ ବର୍ଷ ନଭେମ୍ବର ମାସ ୨୯ ତାରିଖରେ ଜୱାନି ଜାନେମନ ରିଲିଜ ହେବାକୁ ଯାଉଛି।

ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ନିତିନ କକଡ୍‌ କରିବେ।  ସୂଚନାଯୋଗ୍ୟ ଯେ, ଫିଲ୍ମର ଶୁଟିଂ ଆଗାମୀ ମାସ ଲଂଡନରେ ଆରମ୍ଭ ହେବ। ଏହି ପିଲ୍ମରେ ପୂଜା ବେଦିଙ୍କ ଝିଅ ଆଲିୟା ଏଫ ଅଭିନୟ କରିବାକୁ ଯାଉଛନ୍ତି। ଆଲିୟା ବଲିଉଡରେ ତାଙ୍କ ଡେବ୍ୟୁ କରିବା ପାଇଁ ବେଶ ଉତ୍ସାହିତ ଅଛନ୍ତି।

ଏହି ଫିଲ୍ମ ବ୍ୟତୀତ ସୈଫ ତାଙ୍କ ଆଗାମୀ ଚଳଚ୍ଚିତ୍ର ଲାଲ କପ୍ତାନ ପାଇଁ ଜୋର ସୋରରେ ପ୍ରସ୍ତୁତି ଚଲାଇଛନ୍ତି। ଏହି ଫିଲ୍ମରେ ସେ ଜଣେ ନାଗା ସାଧୁ ଚରିତ୍ରରେ ଅଭିନୟ କରିବାକୁ ଯାଉଛନ୍ତି। ବଲିଉଡ ସହ ଏହି ବର୍ଷ ଡିଜିଟାଲ ପ୍ଲାଟର୍ଫମରେ ମଧ୍ୟ ସୈଫ କମାଲ କରିଛନ୍ତି। 

ସବୁଠୁ ଅଧିକ ଚର୍ଚ୍ଚାରେ ଥିବା କ୍ରାଇମ୍‌ ଥ୍ରିଲର୍‌ ୱେବ ସିରିଜ୍‌ ସେକ୍ରେଡ୍‌ ଗେମ୍‌ସର(Sacred Games ) ଦ୍ବିତୀୟ ଭାଗ ଏହି ବର୍ଷ ରିଲିଜ ହେବାକୁ ଯାଉଛି। ସେକ୍ରେଡ୍‌ ଗେମ୍‌ସ-୨ରେ ସୈଫ ଜଣେ ପୋଲିସର ଭୂମିକାରେ ଅଭିନୟ କରିବେ। କିଛି ଦିନ ତଳେ ତବ୍ବୁଙ୍କ ଫିଲ୍ମ ‘ଦେ ଦେ ପ୍ୟାର ଦେ’ ରିଲିଜ ହୋଇଥିଲା ଯାହା ବକ୍ସ ଅଫିସ୍‌ରେ ଧମାଲ କରିବା ସହ ଭଲ ଆୟ ମଧ୍ୟ କରିଥିଲା। ଏହି ରୋମାଣ୍ଟିକ୍‌ କମେଡି ଫିଲ୍ମରେ ତବ୍ବୁଙ୍କ ବିପକ୍ଷରେ ଅଜୟ ଦେବଗନ ଓ ଅଭିନେତ୍ରୀ  ରକୁଲ ପ୍ରୀତ ଅଭିନୟ କରିଥିଲେ। ଜୱାନି ଜାନେମନ ସହ ତବ୍ବୁ ନିଜ ଜାଦୁ ତାଙ୍କ ଆଗାମୀ ଫିଲ୍ମ ‘ଶୁଟ୍‌ ଆଉଟ୍‌ ଦ ପିଆନୋ ପ୍ଲେଅର’ (Shootout The Piano Player)ରେ ମଧ୍ୟ ଦେଖାଇବେ।  

   Related Posts