Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||
  • ସମ୍ବଲପୁର : ଜିପ୍ ଧକ୍କାରେ ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା, ଚାଳକଙ୍କୁ ଅଟକ ରଖିଲା ପୋଲିସ
  • ||
  • ବଡବିଲ : ଭାରସାମ୍ୟ ହରାଇ ୨୫ଫୁଟ ଖାଇକୁ ଖସିଲା ଟ୍ରକ୍, ଡ୍ରାଇଭର ମୃତ
  • ||
  • ଝାରସୁଗୁଡା : ଜାଲ୍ ନୋଟ୍‌ କାରବାରର ପର୍ଦ୍ଦାଫାଶ, ୩ ଗିରଫ, ୯୬ ହଜାର ଜାଲ୍ ନୋଟ୍ ଜବତ
  • ||
  • କଟକ : IIFLରୁ ସୁନା ଲୁଟ୍ ମାମଲାରେ ଆଉ ୨ ଜଣଙ୍କୁ ବାନ୍ଧିଲା ପୋଲିସ, ମୁଖ୍ୟ କାର୍ପଟଦାର ଲାଲାର ଥିଲେ ସହଯୋଗୀ
  • ||

ତବଲିଗି ଜମାତରେ ମୋୖଲାନା ସାଦଙ୍କ ଝିଅ ବାହାଘର ସ୍ଥଗିତ: ଆଜି ଥିଲା ବାହାଘର

5/04/2020 at 3:01 PM

ସାହାରନପୁର ୦୫/୦୪ : ତବଲିଗି ଜମାତ ମୁଖ୍ୟ ମୋୖଲାନା ସାଦଙ୍କ ସମ୍ଭାବ୍ୟ ଠିକଣାଗୁଡିକରେ ପୋଲିସ ତାଙ୍କୁ ଖୋଜୁଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏପ୍ରିଲ ୫ ତାରିଖରେ ଅର୍ଥାତ ଆଜି ମୋୖଲାନାଙ୍କ ଏକମାତ୍ର ଝିଅ ବିବାହ ହେବାକୁଥିଲା । ନିଜାମୁଦ୍ଦିନ ମର୍କଜରେ ଏହି ବିବାହ ଉତ୍ସବ ଅନୁଷ୍ଠିତ ହେବାରଥିଲା । ଏହି ସମାରୋହରେ ଦେଶର ଅନେକ ବିଶିଷ୍ଟ ବ୍ୟକ୍ତିଙ୍କୁ ଯୋଗ ଦେବା ଲାଗି ନିମନ୍ତ୍ରଣ କରାଯାଇଥିଲା।

ଲକ୍ ଡାଉନ୍ ପାଇଁ ବର୍ତ୍ତମାନ ତାଙ୍କ ବାହାଘର ଅନୁଷ୍ଠିତ ହେବ ନାହିଁ। ପ୍ରସ୍ତାବିତ ବିବାହ ତାରିଖକୁ ଗଡ଼େଇ ଦିଆଯାଇଛି । ପରବର୍ତ୍ତୀ ସମୟରେ ତାହା ହେବ। ପ୍ରାୟ ଦେଢ଼ ମାସ ପୂର୍ବରୁ ମୋୖଲାନା ତାଙ୍କ ସଢ଼ୁଙ୍କ ପୁଅର ହକିକାରେ ଯୋଗ ଦେବା ପାଇଁ ଆସିଥିଲେ।
ତବଲିଗି ଜମାତ ମୁଖ୍ୟ ମୋୖଲାନା ସାଦ୍ କରୋନା ସଂକ୍ରମଣ ଅବହେଳା ପରଠାରୁ ଅଣ୍ଡରଗ୍ରାଉଣ୍ଡରେ ଅଛନ୍ତି । ତେବେ କ୍ରାଇମ ବ୍ରାଞ୍ଚର ପ୍ରଶ୍ନରେ ସେ ଉତ୍ତର ଦେଇଛନ୍ତି ଯେ ସେ ବର୍ତ୍ତମାନ କ୍ଵାରେଣ୍ଟାଇନରେ ଅଛନ୍ତି।

ମୋୖଲାନା ସାଦଙ୍କ ପତ୍ନୀ ସାହାରନପୁରରେ ରହନ୍ତି । ତାଙ୍କର ଗୋଟିଏ ଝିଅ ଏବଂ ତିନି ପୁଅ ଅଛନ୍ତି | ଏପ୍ରିଲ ୫ ତାରିଖରେ ଦିଲ୍ଲୀରେ ତାଙ୍କ ଝିଅର ବିବାହ ହେବାର ଥିଲା । ମୋୖଲାନା ସାଦଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ମୋୖଲାନାଙ୍କୁ ଶେଷଥର ପାଇଁ ମାର୍ଚ୍ଚ ୨୮-୨୯ ତାରିଖରେ ମର୍କଜରେ ଦେଖିବାକୁ ମିଳିଥିଲା |

ଦିଲ୍ଲୀ କ୍ରାଇମ ବ୍ରାଞ୍ଚ ମୋୖଲାନା ସାଦଙ୍କୁ ଅନେକ ପ୍ରଶ୍ନ ପଚାରି ନୋଟିସ ପଠାଇଥିଲା। ନିଜ ଓକିଲଙ୍କ ଜରିଆରେ ପଠାଯାଇଥିବା ଜବାବରେ ମୋୖଲାନା ସାଦ୍ କହିଛନ୍ତି ଯେ ସେ ବର୍ତ୍ତମାନ self କ୍ଵାରେଣ୍ଟାଇନରେ ଅଛନ୍ତି । କ୍ଵାରେଣ୍ଟାଇନରୁ ବାହାରିଲେ ସେ ପ୍ରଶ୍ନ ର ଉତ୍ତର ଦେବେ ବୋଲି କହିଛନ୍ତି | ଜାମାତର ପରିଚାଳନା ସହିତ ଜଡିତ ଅନ୍ୟ ଲୋକମାନେ ମଧ୍ୟ କ୍ୟାରେଣ୍ଟାଇନରେ ଅଛନ୍ତି ବୋଲି ଜଣାଯାଇଛି |

   Related Posts