'ଭାରତ ବିରୋଧରେ ଷଡଯନ୍ତ୍ର କରିଥିଲେ ଜମାତ ସଦସ୍ୟ, କରୋନା ଭାଇରସ ସଂକ୍ରମଣ କରିବା ଥିଲା ଲକ୍ଷ୍ୟ'- ଓ୍ୱାସିମ୍ ରିଜବୀ

Published By : Prameya-News7 Bureau | April 09, 2020 IST

ଲକ୍ଷ୍ନୌ, ୦୯|୦୪:  ଉତ୍ତର ପ୍ରଦେଶ କେନ୍ଦ୍ରୀୟ ସିୟା ଓ୍ୱାକଫ ବୋର୍ଡର ଅଧ୍ୟକ୍ଷ ଓ୍ୱାସିମ୍ ରିଜବୀ ତବଲୀଗୀ ଜମାତ ବିରୋଧରେ କଡା ଆଭିମୁଖ୍ୟ ପୋଷଣ କରିଛନ୍ତି । ଜମାତର ସଦସ୍ୟ ଭାରତରେ କରୋନା ଭାଇରସ ସଂକ୍ରମଣ କରିବା ପାଇଁ ଷଡଯନ୍ତ୍ର ରଚିଥିବା ସେ କହିଛନ୍ତି । ଏଥିପାଇଁ ସେମାନେ ଯୋଜନା ମଧ୍ୟ ପ୍ରସ୍ତୁତ କରିଥିଲେ ।

ରିଜବୀ ଆହୁରି କହିଛନ୍ତି ଯେ, ଜମାତିମାନେ ଭାଇରସ ସଂକ୍ରମଣ କରି ଏକ ଲକ୍ଷରୁ ଅଧିକ ଲୋକଙ୍କୁ ମାରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ । ମୋଦୀ ସରକାରଙ୍କୁ ହଇରାଣ କକରିବା ପାଇଁ ଏହି ଷଡଯନ୍ତ୍ର ରଚାଯାଇଥିଲା । ଏହା ମୋଦୀ ଓ ଦେଶ ବିରୋଧରେ ଏକ ବଡ ଷଡଯନ୍ତ୍ର ଥିଲା । ଜମାତର ସଦସ୍ୟ ଏବେ ମେଡିକାଲ କର୍ମଚାରୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରୁଛନ୍ତି । ସେମାନଙ୍କ ଉପରେ ଆକ୍ରମଣ କରୁଛନ୍ତି । ଏପରି କରିବା ଦ୍ୱାରା ମେଡିକାଲ କାର୍ଯ୍ୟ ବନ୍ଦ ହେବ ଓ ଡାକ୍ତରମାନେ ରୋଗୀଙ୍କ ଚିକିତ୍ସା କରିବା ପାଇଁ ଆଉ ଯିବେ ନାହିଁଁ ।

{"id":251430,"width":754,"height":415,"sizeSlug":"large"}

ସେ ଆହୁରି କହିଛନ୍ତି ଯେ, ଜମାତିମାନେ ଭାରତ ବିରୋଧରେ ଏକ ବଡ ଷଡଯନ୍ତ୍ର କରିଛନ୍ତି । ଅଭିଯୁକ୍ତଙ୍କ ବିରୋଧରେ ବଡ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସେ ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.