Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟେଷ୍ଟ ପରେ ଓ୍ବାନ୍‌ ଡେ’ ସିରିଜ୍‌ କବ୍‌ଜା କଲା ଦକ୍ଷିଣ ଆଫ୍ରିକା, ଦ୍ବିତୀୟ ଦିନିକିଆରେ ଟିମ୍‌ ଇଣ୍ଡିଆ ୭ ଓ୍ବିକେଟରେ ଧରାଶୟୀ, ଭାରତ ୨୮୭/୬(୫୦ ଓଭର), ଦକ୍ଷିଣ ଆଫ୍ରିକା ୨୮୮/୩ (୪୮.୧ଓଭର)
  • ||
  • ରାଜ୍ୟରେ ଶୁକ୍ରବାର ସୁସ୍ଥହେଲେ ୧୦,୩୯୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୬୧୦ଜଣ ଡିସଚାର୍ଜ
  • ||
  • ହରଭଜନ ସିଂହ କରୋନା ଆକ୍ରାନ୍ତ, ନିଜକୁ କଲେ ଆଇସୋଲେଟ୍‌
  • ||
  • ଚୋରା ବାଲି କାରବାରରୁ ହତ୍ୟା, ଶ୍ରମିକଙ୍କ ଉପରେ ଚଢାଇଦେଲେ ଟ୍ରାକ୍ଟର !
  • ||
  • ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୮୩୩ କୋଭିଡ୍ ପଜିଟିଭ୍, ୧୧୮୭୨୯୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଶିବାଡ ଘାଟିରେ ଓଲଟିଲା ଇସପାତ୍, ୮ ଗୁରୁତର
  • ||
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

ତବଲିଗି ଜମାତ କାର୍ଯ୍ୟକ୍ରମ ପରେ ସାରା ଏସିଆରେ ବ୍ୟାପିଥିଲା କରୋନା ଭାଇରସ, ଭାରତ ସହ ପାକିସ୍ତାନ ଓ ମାଲେସିଆରେ ମଧ୍ୟ ବଢିଥିଲା ସଂକ୍ରମିତଙ୍କ ସଂଖ୍ୟା

21/04/2020 at 7:37 PM

ନୂଆଦିଲ୍ଲୀ, ୨୧|୦୧:  କରୋନା ଭାଇରସ ପାଇଁ ସାରା ବିଶ୍ୱରେ ଆତଙ୍କ ଖେଳିଯାଇଛି । ଭାରତ ମଧ୍ୟ ଏଥିରୁ ବାଦ ପଡିନାହିଁ । ଦିଲ୍ଲୀ ତବଲିଗି ଜମାତ କେସ ପରଠାରୁ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ଅହେତୁକ ବୃଦ୍ଧି ପାଇଛି । କେବଳ ଭାରତ ନୁହେଁ ପାକିସ୍ତାନ, ମାଲେସିଆ ଭଳି ଦେଶରେ ମଧ୍ୟ ତବଲିଗି ଜମାତ ପାଇଁ କରୋନା କେସ୍ ବଢିଛି । ବିଭିନ୍ନ ଦକ୍ଷିଣ ଏସିଆ ଦେଶରେ କରୋନା ସଂକ୍ରମଣ ପାଇଁ ପ୍ରାୟ ୭୦ ହଜାର ଜମାତ ସଦସ୍ୟ ଦାୟୀ ବୋଲି ମଧ୍ୟ ଅଭିଯୋଗ ହେଉଛି ।

ଡନ୍ ରିପୋର୍ଟ ଅନୁସାରେ, ପାକିସ୍ତାନର ପଞ୍ଜାବ ସରକାର ମନା କରିବା ସତ୍ତ୍ୱେ ରାୟବିଣ୍ଡ ସହରରେ ତବଲୀଗୀ ଜମାତର ସମାରୋହ ଅନୁଷ୍ଠିତ ହୋଇଥିଲା । ଏଥିରେ ସାରା ବିଶ୍ୱରୁ ଅଢେଇ ଲକ୍ଷ ଲୋକ ସାମିଲ ହୋଇଥିଲେ । ଏହା ମଧ୍ୟରୁ ୩୦୦୦ରୁ ଅଧିକ ବିଦେଶୀ ଥିଲେ । ସେମାନେ ୪୦ଟି ଭିନ୍ନ ଭିନ୍ନ ଦେଶରୁ ଆସିଥିଲେ । ଏହାପରେ ବିଭିନ୍ନ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ ହେବା ପରେ ସେମାନେ ପାକିସ୍ତାନରେ ଫସି ରହିଥିଲେ । ପଞ୍ଜାବ ପୋଲିସ ଅନୁସାରେ, ଜମାତର ଅନେକ ବଡ ପ୍ରଚାରକ କରୋନା ପଜିଟିଭ ହୋଇଥିବା ସୂଚନା ମିଳିଛି । ଏହାସହ ୨୦ ହଜାର ସଦସ୍ୟଙ୍କୁ କ୍ୱାରେଣ୍ଟାଇନ ରଖାଯାଇଛି । ୧୦ ହଜାରରୁ ଅଧିକଙ୍କୁ ଠାବ କରିବା ପାଇଁ ପ୍ରୟାସ ଚାଲିଛି । ଜମାତକୁ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ମନା କରାଯାଇଥିଲା । କିନ୍ତୁ ବାରଣ ସତ୍ୱେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସାମିଲ ସଦସ୍ୟଙ୍କ ମଧ୍ୟରୁ ଏବେସୁଦ୍ଧା ୫୦୦ରୁ ଅଧିକ କରୋନା ଭାଇରସ ସଂକ୍ରମିତ ହୋଇଛନ୍ତି ।

ଦକ୍ଷିଣ କୋରିଆରେ ମଧ୍ୟ ଏକ ଚର୍ଚ୍ଚରେ ପ୍ରାର୍ଥନା ପାଇଁ ଯୋଗଦେଇଥିବା ପ୍ରାୟ ୫ ହଜାରରୁ ଅଧିକ ବ୍ୟକ୍ତି କରୋନା ସଂକ୍ରମିତ ହୋଇଥିଲେ ।ଏହାପରେ ସିଙ୍ଗାପୁର ଦକ୍ଷିଣ କୋରିଆର ସମସ୍ତ ସ୍ଥାନୀୟ କାର୍ଯ୍ୟକଳାପକୁ ବାତିଲ କରିଦେଇଥିଲା ।ମାଲେସିଆରେ ମଧ୍ୟ ଫେବ୍ରୁଆରୀ ୨୭ରୁ ମାର୍ଚ୍ଚ ୧ ମଧ୍ୟରେ ତବଲୀଗୀ ଜମାତ କାର୍ଯ୍ୟକ୍ରମରେ ୧୬ ହଜାର ସଦସ୍ୟ ସାମିଲ ହୋଇଥିଲେ । ଏହି ସଦସ୍ୟଙ୍କ ମଧ୍ୟରୁ ୧୯୪୬ଜଣ କରୋନା ସଂକ୍ରମିତ ହୋଇଥିଲେ । 

ସେହିପରି ନ୍ୟୁୟର୍କ ଓ ଇସ୍ରାଏଲରେ ଅର୍ଥୋଡକ୍ସ ଜେଓ୍ୱିସ୍ କମ୍ୟୁନିଟୀ କରୋନା ଭାଇରସ ପାଇଁ ସଂକ୍ରମଣ ବୃ୍ଦ୍ଧି ପାଇଥିଲା ।ଭାରତରେ ମଧ୍ୟ ଜଣେ ସିଖ୍ ଧର୍ମଗୁରୁ କରୋନା ସଂକ୍ରମିତ ହେବା ପରେ ପ୍ରାୟ ୩୦ ହଜାର ଜଣଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଥିଲା । ଏହି ସିଖ୍ ଗୁରୁ ୟୁରୋପ ଗସ୍ତରୁ ଫେରି କରୋନା ସଂକ୍ରମିତ ହୋଇଥିଲେ । ଏତତ୍ ବ୍ୟତୀତ ଦିଲ୍ଲୀର ନିଜାମୁଦ୍ଦୀନରେ ଥିବା ତବଲିଗି ଜମାତ ପାଇଁ ଦେଶରେ କରୋନା ଭାଇରସ ସଂକ୍ରମଣ ମଧ୍ୟ ବୃଦ୍ଧି ପାଇଥିବା କୁହାଯାଉଛି । ସରକାର ମଧ୍ୟ ଏହାର ମୁଖ୍ୟ ମୌଲାନା ସାଦଙ୍କୁ ଗିରଫ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି ।

   Related Posts