କରୋନା ଟେଷ୍ଟ କରିଛନ୍ତି ତବଲିଗି ମୁଖ୍ୟ, ଦିଲ୍ଲୀ ପୋଲିସ ଜାଣିଛି ତାଙ୍କର ଠିକଣା

Published By : Prameya-News7 Bureau | April 24, 2020 IST

ନୂଆଦିଲ୍ଲୀ, ୨୪|୦୪:  ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ଲଗାତାର ଭାବେ ତବଲିଗି ଜମାତର ମୁଖ୍ୟ ମୌଲାନା ସାଦଙ୍କୁ ଖୋଜୁଛି । ତେବେ ଏବେସୁଦ୍ଧା କ୍ରାଇମବ୍ରାଞ୍ଚକୁ ସଫଳତା ମିଳିନାହିଁ । ଏହା ମଧ୍ୟରେ ନିଜେ ମୌଲାନା ସାଦ୍ ମୁହଁ ଖୋଲିଛନ୍ତି । ସେ କେଉଁଠି ଅଛନ୍ତି ତାହା ଦିଲ୍ଲୀ ପୋଲିସ ଜାଣିଛି ବୋଲି ସେ କହିଛନ୍ତି । ଏକ ଜାତୀୟ ଗଣମାଧ୍ୟମ ସହ ଆଲୋଚନା ବେଳେ ସେ ଏହା ପ୍ରକାଶ କରିଛନ୍ତି ।

ସେ କହିଛନ୍ତି ଯେ, କ୍ରାଇମବ୍ରାଞ୍ଚ ତାଙ୍କୁ ଦୁଇଟି ଚିଠି ପଠାଇଛି । ଯାହାର ଜବାବ ଦିଆଯାଇ ସାରିଛି । କ୍ରାଇମବ୍ରାଞ୍ଚ ତାଙ୍କ ପୁତ୍ରଙ୍କ ଘରେ ତଲାସି କରିଛି । ସେ ନିଜେ କରୋନା ଭାଇରସର ଟେଷ୍ଟ କରିଛନ୍ତି । ଏବେସୁଦ୍ଧା ରିପୋର୍ଟ ଆସି ନାହିଁ । ରିପୋର୍ଟ ଆସିବା ପରେ ଦିଲ୍ଲୀ ପୋଲିସ ଏହାର ତଥ୍ୟ ଦେବ । କ୍ରାଇମବ୍ରାଞ୍ଚ ଯାହା କହୁଛି ସେ ତାକୁ ପାଳନ କରୁଥିବା କହିଛନ୍ତି ।

{"id":259474,"width":754,"height":514,"sizeSlug":"large"}

ସେ ଇମେଲ୍ ଜରିଆରେ ଏକ ଜାତୀୟ ଗଣମାଧ୍ୟମର ବିଭିନ୍ନ ପ୍ରଶ୍ୱର ଉତ୍ତର ରଖିଛନ୍ତି । ସେ ଆହୁରି କହିଛନ୍ତି ଯେ, ଲକଡାଉନ ସମୟରେ ମରକଜକୁ କାହାକୁ ନିମନ୍ତ୍ରଣ କରାଯାଇ ନଥିଲା । ସମସ୍ତ କାର୍ଯ୍ୟକ୍ରମ ମାର୍ଚ୍ଚ ୨୩ ତାରିଖରେ ରବ୍ଦ କରାଯାଇଥିଲା । ସମସ୍ତ ସଦସ୍ୟ ଏଠାକୁ ଆସିଥିଲେ ମଧ୍ୟ ଲକଡାଉନ ପାଇଁ ଯାଇପାରି ନଥିଲେ । ସମସ୍ତଙ୍କୁ ଘରେ ପହଁଚାଇବା ପାଇଁ ସେ ଚାହୁଁଥିଲେ ମଧ୍ୟ ପ୍ରଶାସନ ଅନୁମତି ଦେଇନଥିଲା ।

ଆତ୍ମହତ୍ୟା ପାଇଁ ଉସକାଉଥିବା ଅଭିଯୋଗକୁ ନେଇ ସେ କହିଛନ୍ତି ଯେ, ସେ ଏପରି କିଛି କରିନାହାଁନ୍ତି । ସେ ଦିଲ୍ଲୀ ପୋଲିସକୁ ଏଫଆଇଆର ନକଲ ମାଗିଛନ୍ତି । ତେବେ ମରକଜ ସଦସ୍ୟଙ୍କ ଦୁର୍ବ୍ୟବହାରକୁ ସେ ସମର୍ଥନ କରୁନଥିବା କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.