Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

କରୋନା ସଂକ୍ରମଣର ପ୍ରମୁଖ ମାଧ୍ୟମ ତଗଲୀଗୀ ଜମାତ: ପାକ୍ ଓ ମାଲେସିଆରେ ସମ୍ମିଳନୀରେ ଯୋଗ ଦେଇଥିବା ୬୦୦ରୁ ଅଧିକ କୋଭିଡ-୧୯ ସଂକ୍ରମିତ

31/03/2020 at 3:25 PM

ଲାହୋର, ୩୧|୦୩:  ଦିଲ୍ଲୀର ନିଜାମୁଦ୍ଦୀନରେ ଥିବା ତବଲୀଗୀ ଜମାତରେ ୨୪ ଜଣ କରୋନା ସଂକ୍ରମିତ ହେବା ପରେ ବିପଦ ଘନେଇବାରେ ଲାଗିଛି । କାରଣ ଦେଶ ତଥା ଦେଶ ବାହାରୁ ପ୍ରାୟ ୧୫୦୦ରୁ ଅଧିକ ଲୋକ ଏଠାରେ ଆୟୋଜିତ ଏକ ସମାରୋହରେ ଯୋଗଦେଇଥିଲେ । ଏପରିକି କେତେକ ବ୍ୟକ୍ତି ଏଠାରୁ ଫେରିବା ପରେ ବିଭିନ୍ନ ମସଜିଦରେ ସଭା ସମିତ କରିବା ସହ ହଜାର ହଜାର ଲୋକଙ୍କ ସଂସ୍ପର୍ଶରେ ଆସିଛି ।

ଏହି ଧାର୍ମିକ ଅନୁଷ୍ଠାନ ଭାରତ ବ୍ୟତୀତ ପାକିସ୍ତାନ ଓ ମାଲେସିଆରେ ମଧ୍ୟ କରୋନା ସଂକ୍ରମଣର କାରଣ ପାଲଟିଛି । ପାକିସ୍ତାନରେ ୨୭ ଓ ମାଲେସିଆରେ ୬୨୦ ଲୋକ ଏଠାରେ ଯୋଗଦେବା ପରେ କରୋନାରେ ସଂକ୍ରମିତ ହୋଇଛନ୍ତି । ଦୀର୍ଘ ୯୩ ବର୍ଷ ପୂର୍ବେ ତିଆରି ହୋଇଥିବା ଏହି ଅନୁଷ୍ଠାନ ଏସିଆରେ କରୋନା ଭାଇରସ ସଂକ୍ରମଣର ଏକ ପ୍ରମୁଖ ମାଧ୍ୟମ ପାଲଟିଛି । ସାରା ବିଶ୍ୱରେ ଏହି ସଂଗଠନର ୧୫ କୋଟି ସଦସ୍ୟ ରହିଛନ୍ତି।

ମାର୍ଚ୍ଚ ୧୨ ତାରିଖରେ ପାକିସ୍ତାନ ସରକାରଙ୍କ ବାରଣ ସତ୍ତ୍ୱେ ହଜାର ହଜାର ସଂଖ୍ୟକ ମୁସଲିମ ଏହି ସଂଗଠନର ଏକ ସମାରୋହରେ ଯୋଗ ଦେଇଥିଲେ । ଯେଉଁଥିରେ ୮୦ଟି ଅନ୍ୟ ଦେଶର ସଦସ୍ୟ ରହିଥିଲେ । ୧୦ ହଜାର ମୌଲାନା ଏଥିରେ ଯୋଗ ଦେବାକୁ ପହଁଚିଥିଲେ । କିନ୍ତୁ ଏହି ବୈଠକ କରୋନା ସଂକ୍ରମଣର ମାଧ୍ୟମ ପାଲଟିଗଲା । ଏଥିରେ ଯୋଗଦେଇଥିବା ୨୭ ଜଣ ସଦସ୍ୟ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଥିଲା । ୫ ଦିନ ଧରି ଚାଲିଥିବା ଏହି ସମାରୋହରେ ୫୦୦ ବିଦେଶୀ ସାମିଲ ହୋଇଥିଲେ ।

ଏତତ୍ ବ୍ୟତୀତ ମାଲେସିଆରେ ତବଲୀଗୀ ଜମାତର ଏଖ ବୈଠକର ଯୋଗ ଦେବାକୁ ଲାହୋରରୁ ୨ ଜଣ ପହଁଚିଥିଲେ । ଉଭୟ କରୋନାରେ ସଂକ୍ରମିତ ହୋଇଥିଲେ । ନ୍ୟୁୟର୍କ ଟାଇମ୍ସ ଅନୁସାରେ ଏହି ସମାରୋହରେ ସାମିଲ ହୋଇଥିବା ୬୨୦ ଜଣ କରୋନାରେ ସଂକ୍ରମିତ ହୋଇଥିଲେ । 

   Related Posts