Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

କରୋନା ସଂକ୍ରମିତ ହେଲେ ତବଲିଗୀ ଜମାତ ସଦସ୍ୟ, ବ୍ଲେଡ୍‌ରେ ଗଳାକାଟି କଲେ ଆତ୍ମହତ୍ୟା

12/04/2020 at 9:57 AM

ମୁମ୍ବାଇ ୧୨।୪: ଦେଶରେ କରୋନା ଭାଇରସ୍ ସଂକ୍ରମିତ ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି । ଏପର୍ଯ୍ୟନ୍ତ ୮ ହଜାରରୁ ଅଧିକ ଲୋକ କରୋନା ଭାଇରସ୍ ରେ ଆକ୍ରାନ୍ତ ହୋଇଛନ୍ତି । ଦେଶର ତବଲିଗୀ ଜମାତ ସହିତ ଜଡିତ ଅନେକ ଲୋକ ମଧ୍ୟ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ଏମିତି ସମୟରେ କରୋନା ଭାଇରସ୍ ସଂକ୍ରମିତ ଜଣେ ଜମାତ ସଦସ୍ୟ ଆତ୍ମହତ୍ୟା କରିଥିବା ମାମଲା ସାମ୍ନାକୁ ଆସିଛି ।

ମହାରାଷ୍ଟ୍ରରେ ଦେଶରେ ସର୍ବାଧିକ କରୋନା ଭାଇରସ୍ ସଂକ୍ରମିତ ରୋଗୀ ଅଛନ୍ତି । ଜଣେ ୩୦ ବର୍ଷ ବୟସ୍କ ତବଲିଗୀ ଜମାତର ସଦସ୍ୟ ରାଜ୍ୟର ଆକୋଲା ଡାକ୍ତରଖାନାରେ ଆତ୍ମହତ୍ୟା କରିଦେଇଛନ୍ତି । ବ୍ୟକ୍ତି ଜଣଙ୍କ ବାଥରୁମ୍ ଭିତରକୁ ଯାଇ ବ୍ଲେଡରେ ଗଳା କାଟି ଆତ୍ମହତ୍ୟା କରିଥିବା ଜଣାପଡିଛି ।

ଏହି ବ୍ୟକ୍ତି ଶୁକ୍ରବାର ଦିନ କୋଭିଡ-୧୯ରେ ପଜିଟିଭ୍ ଥିବା ଜଣାପଡିଥିଲା । କରୋନା ଭାଇରସ୍ ସଂକ୍ରମଣ ନିଶ୍ଚିତ ହେବା ପରେ ବ୍ୟକ୍ତି ଜଣଙ୍କ ଶନିବାର ଆତ୍ମହତ୍ୟା କରିଛନ୍ତି। ସୂଚନା ଅନୁସାରେ ମୃତ ବ୍ୟକ୍ତି ଆସାମର ବାସିନ୍ଦା । ଏହି ବ୍ୟକ୍ତି ୬ରୁ ୮ମାର୍ଚ୍ଚ ପର୍ଯ୍ୟନ୍ତ ଦିଲ୍ଲୀର ନିଜାମୁଦ୍ଦିନରେ ତବଲିଗୀ ଜମାତ ମରକଜରେ ସାମିଲ୍ ହୋଇଥିଲେ ।

ଏହାପରେ ତବଲିଗୀ ଜମାତର ସଦସ୍ୟମାନଙ୍କ ସହିତ ଅକୋଲା ଆସିଥିଲେ । ଅକୋଲାକୁ ଆସିବା ପରେ ସେ ନିଜ ଶରୀରରେ କରୋନା ଭାଇରସ୍ ସମ୍ବନ୍ଧୀୟ ଲକ୍ଷଣ ଦେଖିବାକୁ ପାଇଥିଲେ । ଫଳରେ ସେ ନିଜେ ଡାକ୍ତରଖାନା ଯାଇଥିଲେ । ସଂପୃକ୍ତ ବ୍ୟକ୍ତିଙ୍କୁ କିଛି ଦିନ ପୂର୍ବରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ସଂକ୍ରମଣ ନିଶ୍ଚିତ ହେବାପରେ ସେ ଆତ୍ମହତ୍ୟା କରିଦେଇଛନ୍ତି । ଏହାପରେ ପୋଲିସ ଦୁର୍ଘଟଣାଜନିତ ମୃତ୍ୟୁ ମାମଲା ରୁଜୁ କରିଛି ।

   Related Posts