Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦ୍ୱିତୀୟ ଲହରର କରୁଣ ଚିତ୍ର : ହସ୍ପିଟାଲରେ ବେଡ୍ ନାହିଁ, ଫୁଟ୍ ପାଥ୍‌ରେ ଶୋଇଛନ୍ତି କରୋନା ସଂକ୍ରମିତ
  • ||
  • ରାଉରକେଲା : ଦିଲ୍ଲୀରେ ଅକ୍ସିଜେନ୍ ସଙ୍କଟ, ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରୁ ପଠାଗଲା ଅକ୍ସିଜେନ୍ ଟ୍ୟାଙ୍କର
  • ||
  • ଯାଜପୁର : ଅକ୍ସିଜେନ୍ ସଙ୍କଟ, ଯାଜପୁରରୁ ବିଶାଖାପାଟଣା ଓ ପୁଣେ ଗଲା ୨ଟି ଅକ୍ସିଜେନ୍ ଟ୍ୟାଙ୍କର
  • ||
  • ଅନୁଗୋଳ : ଅନୁଗୋଳ ଜିଲ୍ଲାର ୨ଟି ମ୍ୟୁନିସିପାଲଟି ସଟଡାଉନ୍, କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହେଲା ନବମିଶ୍ର କଲୋନୀ
  • ||
  • କଳାହାଣ୍ଡି : ପୋଲିସ ରିଜର୍ଭ ଅଫିସରେ ସର୍ଜନ ଓ OAPF ଯବାନଙ୍କ ମଧ୍ୟରେ ମାଡ ଘଟଣା, ଉଭୟଙ୍କୁ ନିଲମ୍ବିତ କଲେ ଏସପି
  • ||
  • କଳାହାଣ୍ଡି : ଜିଏସଟି ଏନଫୋର୍ସମେଣ୍ଟ ଟିମ୍‌ର ଚଢାଉ, ଟ୍ରକ୍‌ରୁ ୫ ଲକ୍ଷ ୩୫ ହଜାର ଟଙ୍କା ଜରିମାନା ଆଦାୟ
  • ||
  • କରୋନା ବେଲଗାମ୍, ଦେଶରେ ୨୪ ଘଣ୍ଟାରେ ୩ ଲକ୍ଷ ୩୨ ହଜାରରୁ ଅଧିକ କେସ୍, ୨୨୬୩ ମୃତ
  • ||
  • ଦୁର୍ଘଟଣାରେ ଆହତ ହେଲେ ମଞ୍ଚ କଳାକାର ରତିକାନ୍ତ ବେହେରା, ହସ୍ପିଟାଲରେ ଭର୍ତ୍ତି
  • ||
  • ଚାଲିଥିଲା ଚୋରା ବନ୍ଧୁକ କାରବାର, ମାଡିବସିଲା ପୋଲିସ, ପିସ୍ତଲ ଜବତ
  • ||
  • ସଂକ୍ରମଣ ସାଙ୍ଘାତିକ, ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୬୨୧୫ ପଜିଟିଭ୍
  • ||

ଆଜିଠୁ ରାଜ୍ୟଗୋଷ୍ଠୀ ଟେବୁଲ୍ ଟେନିସ୍ ଚାମ୍ପିଅନସିପ୍, କଟକ ଇନ୍‌ଡୋର ଷ୍ଟାଡ଼ିୟମରେ ଖେଳାଯିବ

17/07/2019 at 9:55 AM

କଟକ ୧୭|୭: କଟକ ଜବାହରଲାଲ୍  ନେହେରୁ ଇନ୍ ଡୋର ଷ୍ଟାଡ଼ିୟମରେ ଆଜିଠୁ ଆରମ୍ଭ ହେବ ୨୧ ତମ ରାଜ୍ୟଗୋଷ୍ଠୀ ଟେବୁଲ୍ ଟେନିସ୍ ଚାମ୍ପିଅନସିପ୍ ।  ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବେ । ମଧ୍ୟାନ୍ନ ୧୨ ରୁ ଏହି ଇଣ୍ଟରନ୍ୟାସନାଲ ଇଭେଣ୍ଟର ଲିଗ୍ ପର୍ଯ୍ୟାୟ ଆରମ୍ଭ ହେବ ।

ଉଭୟ ଦଳଗତ ଓ ବ୍ୟକ୍ତିଗତ ଇଭେଣ୍ଟରେ ୧୨ଟି ଦେଶ ଖେଳିବାକୁ ଯାଉଛନ୍ତି । ସେମାନେ ହେଲେ- ଅଷ୍ଟ୍ରେଲିଆ, ବାଂଲାଦେଶ, ସାଇପ୍ରସ୍, ଇଂଲଣ୍ଡ, ମାଲେସିଆ, ଭାରତ, ଶ୍ରୀଲଙ୍କା, ନାଇଜେରିଆ, ସ୍କଟ୍ ଲାଣ୍ଡ, ଦକ୍ଷିଣ ଆଫ୍ରିକା, ସିଙ୍ଗାପୁର ଏବଂ ୱେଲ୍ସ । ପ୍ରଥମ ୩ ଦିନ ଦଳଗତ ପ୍ରତିଯୋଗିତା ଖେଳାଯିବ। ଶୁକ୍ରବାର ସନ୍ଧ୍ୟାରୁ ବ୍ୟକ୍ତିଗତ ଇଭେଣ୍ଟରେ ପ୍ରତିଯୋଗିତା ଆରମ୍ଭ ହେବ । ୨୨ ତାରିଖରେ ପ୍ରତିଯୋଗିତାର ଉଦଯାପନ ମ୍ୟାଚ ଖେଳାଯିବ । ଏଥିପାଇଁ ମଙ୍ଗଳବାର ସୁଦ୍ଧା ସମସ୍ତ ପ୍ରତିଯୋଗୀ ଦଳ ପହଞ୍ଚିସାରିଥିବା ବେଳେ ବିଭିନ୍ନ ଦଳ ପର୍ଯ୍ୟାୟକ୍ରମେ ଖେଳାଳିମାନେ ସଚିନ ତେନ୍ଦୁଲକର ଇଣ୍ଡୋର ହଲ୍ ରେ ଅଭ୍ୟାସ କରିଛନ୍ତି ।

ତେବେ ଏହି ଇଭେଣ୍ଟରେ  ୧୭ଟି ଦେଶ ଭାଗନେବେ ବୋଲି ଘୋଷଣା କରା ଯାଇଥିଲା। ସେମାନଙ୍କ ମଧ୍ୟରୁ ପୂର୍ବରୁ ୨ଟି ଦେଶ ଉଗାଣ୍ଡା ଓ ଜର୍ସି ଭିସା ସମସ୍ୟା ଯୋଗୁଁ ଏହି ପ୍ରତିଯୋଗିତାରୁ ଓହରି ଯାଇଥିଲେ। ଶେଷ ମୁହୂର୍ତ୍ତରେ  ପାକିସ୍ତାନ, ଗାୟନା ଓ ଘାନା ଏହି ଚମ୍ପିଆନ୍ ସିପ୍ ରୁ ଓହରି ଯାଇଛନ୍ତି। ଫଳରେ ପ୍ରତିଯୋଗୀ ଦଳଙ୍କ ସଂଖ୍ୟା ଏବେ ୧୨ରେ ପହଞ୍ଚିଛି।

   Related Posts