Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଙ୍କୀ : ଶୌଚ ପାଇଁ ଯିବାବେଳେ କଚାଡି ଦେଲା ଦନ୍ତା, ଜଣେ ଗୁରୁତର
  • ||
  • ଭୁବନ : ୨ ଦିନ ପାଇଁ କଲେଜ ସଟ୍‌ଡାଉନ୍, କରୋନା ସଂକ୍ରମିତ ଚିହ୍ନଟ ପରେ ପଦକ୍ଷେପ‌
  • ||
  • ରାଜ୍ୟରେ କରୋନା ନେଲା ଆଉ ୩ ଜଣଙ୍କ ଜୀବନ, ୧୯୩୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ବଢ଼ି ଚାଲିଛି କରୋନା ସଂକ୍ରମଣ, ମହାରାଷ୍ଟ୍ରରେ ଆଜିଠାରୁ ମେ ପହିଲା ପର୍ଯ୍ୟନ୍ତ ୧୪୪ ଧାରା
  • ||
  • ଜଗତସିଂହପୁର : ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି : ମା ଶାରଳାଙ୍କ ପୀଠରେ ଲାଗୁ ହେଲା ୧୪୪ ଧାରା, ନୀତି ସମ୍ପନ୍ନ କରିବେ ସେବାୟତ
  • ||
  • ବାରଙ୍ଗ : ନନ୍ଦନକାନନକୁ ନୂଆ ଅତିଥି, ଦ୍ୱିତୀୟ ଥର ପାଇଁ ମା ହେଲା ବାଘୁଣୀ ମେଘା
  • ||
  • ୨ହଜାର ଟପିଲା ସଂକ୍ରମଣ : ରାଜ୍ୟରେ ୩୦ଜିଲ୍ଲାରୁ ଚିହ୍ନଟ ହେଲେ ସଂକ୍ରମିତ, ୨୪ ଘଣ୍ଟାରେ ୨୨୬୭ ପଜିଟିଭ୍ ଚିହ୍ନଟ
  • ||

ପ୍ରସିଦ୍ଧ ତବଲା ଯାଦୁଗର ଜାକିର ହୁସେନଙ୍କ ଜନ୍ମଦିନ: ୧୧ ବର୍ଷ ବୟସରେ ଆମେରିକାରେ କରିଥିଲେ ପ୍ରଥମ ଶୋ’

9/03/2021 at 1:10 PM

ମୁମ୍ବାଇ ୦୯/୦୩ : ଆଜି ତବଲା ବାଦକ ଜାକିର ହୁସେନଙ୍କ ଜନ୍ମଦିନ। ୧୯୫୧ ମାର୍ଚ୍ଚ ୯ ତାରିଖରେ ଜାକିର ହୁସେନ ଜନ୍ମ ହୋଇଥିଲେ। ତବଲାରେ ସେ ଯାଦୁ ଦେଖାଇ ଲୋକଙ୍କ ହୃଦୟ ଜିତିଛନ୍ତି। ଏହି କୌଶଳ ତାଙ୍କୁ ଜନ୍ମରୁ ମିଳିଛି। ତାଙ୍କ ପିତା ଆଲ୍ଲା ରକ୍ଖା ଖାନ ମଧ୍ୟ ପ୍ରସିଦ୍ଧ ତବଲା ବାଦକ ଥିଲେ। ଜାଣନ୍ତୁ ଜାକିର ହୁସେନଙ୍କ ସମ୍ପର୍କରେ କିଛି ଖାସ୍ କଥା।

ମୁମ୍ବାଇରେ ଜନ୍ମ ହୋଇଥିବା ଜାକିର ହୁସେନ ସେଣ୍ଟ ଜାଭିୟର୍ସ କଲେଜରେ ପଢିଥିଲେ। ୧୧ ବର୍ଷ ବୟସରେ ଆମେରିକାରେ ସେ ନିଜର ପ୍ରଥମ କନସର୍ଟ କରିଥିଲେ। ଏହାସହ ସେ କଳା କ୍ଷେତ୍ରରେ ନିଜକୁ ସ୍ଥାପିତ କରିବାକୁ ଆରମ୍ଭ କଲେ। ୧୯୭୩ରେ ତାଙ୍କର ପ୍ରଥମ ଆଲବମ ‘ଲିଭିଙ୍ଗ୍ ଇନ୍ ଦି ମ୍ୟାଟେରିଆଲ୍ ୱାର୍ଲଡ’ ଲଞ୍ଚ୍ ହୋଇଥିଲା। ଏହାପରେ ସେ ନିଜର ଅଲଗା ପରିଚୟ ସୃଷ୍ଟି କରିଥିଲେ।

ତାଙ୍କୁ ସଂଗୀତ ଦୁନିଆର ସବୁଠାରୁ ବଡ ସମ୍ମାନ ଗ୍ରାମୀ ଆୱାର୍ଡରେ ସମ୍ମାନିତ କରାଯାଇଛି। ତାଙ୍କୁ ଦୁଇଥର ଏହି ଆୱାର୍ଡରେ ସମ୍ମାନିତ କରାଯାଇଛି। ଏତେ ଲୋକପ୍ରିୟତା ଓ ପ୍ରସିଦ୍ଧି ପାଇବା ସତ୍ତ୍ୱେ ସେ କେବେ ବି ନିଜକୁ ଶ୍ରେଷ୍ଠ ତବଲା ବାଦକ ବୋଲି କହିନାହାନ୍ତି। ସେ ଅନେକ ସାକ୍ଷାତକାରରେ କହିଛନ୍ତି ଯେ ତାଙ୍କ ଅନେକ ସାଥି ଆହୁରି ଭଲ ତବଲା ବଜାନ୍ତି।

ସେ କହିଛନ୍ତି, ୧୨ ବର୍ଷ ବୟସରେ ସେ ନିଜ ପିତାଙ୍କ ସହ ଏକ କନସର୍ଟରେ ଯାଇଥିଲେ। ସେଠାରେ ସଂଗୀତ ଜଗତର ଅନେକ ବରିଷ୍ଠ କଳାକାର ଓ ବାଦକ ଉପସ୍ଥିତ ଥିଲେ। ପଣ୍ଡିତ ରବିଶଙ୍କର, ଉସ୍ତାଦ ଅଲି ଆକ୍ବର ଖାନ, ବିସ୍ମିଲ୍ଲାହ ଖାନଙ୍କ ସମେତ ପଣ୍ଡିତ ଶାନ୍ତା ପ୍ରସାଦ ଓ ପଣ୍ଡିତ କିଷାନ ମହାରାଜ ମଧ୍ୟ ଉପସ୍ଥିତ ଥିଲେ। ସେତେବେଳେ ଜଣେ ସମ୍ମିଳନୀକାରୀ ଜାକିର ହୁସେନଙ୍କୁ ମଧ୍ୟ ମଞ୍ଚ ଉପରକୁ ଡାକିଥିଲେ। ମଞ୍ଚରେ ପ୍ରଦର୍ଶନ ପରେ ଜାକିର ହୁସେନଙ୍କୁ ୫ ଟଙ୍କା ପୁରସ୍କାର ମିଳିଥିଲା। ଏହି ୫ ଟଙ୍କା ପୁରସ୍କାର ତାଙ୍କ ପାଇଁ ସବୁଠାରୁ ମହଙ୍ଗା ଉପହାର ମଧ୍ୟରୁ ଗୋଟିଏ ବୋଲି ସେ କହିଛନ୍ତି।

୧୯୯୨ ମସିହାରେ ‘ଦ ପ୍ଲାନେଟ୍ ଡ୍ରମ୍’ ଓ ୨୦୦୯ରେ ‘ଗ୍ଲୋବାଲ୍ ଡ୍ରମ୍’ ପ୍ରୋଜେକ୍ଟ ପାଇଁ ତାଙ୍କୁ ୨ଟି ଗ୍ରାମୀ ଆୱାର୍ଡ ମିଳିଥିଲା। ଏହାସହ ପଦ୍ମଶ୍ରୀ, ପଦ୍ମ ଭୂଷଣ ଓ ସଂଗୀତ ନାଟକ ଏକାଡେମୀ ତରଫରୁ ଉସ୍ତାଦ ଜାକିର ହୁସେନଙ୍କୁ ସମ୍ମାନିତ କରାଯାଇଛି।

   Related Posts