Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ତାରକ ମେହତା କା ଉଲଟା ଚଶମା ଫେମ୍ ସମୟ ଶାହଙ୍କୁ ମିଳିଲା ଜୀବନରେ ମାରି ଦେବାକୁ ଧମକ : ମାମଲା ରୁଜୁ

30/10/2020 at 3:19 PM

ମୁମ୍ବାଇ ୩୦/୧୦: କମେଡ଼ି ଧାରାବାହିକ ‘ତାରକ ମେହତା କା ଉଲଟା ଚଶମା’ରେ ଗୋଗି ଭୂମିକାରେ ଅଭିନୟ କରୁଥିବା ସମୟ ଶାହ ମୁମ୍ବାଇର ବୋରିବଲି ପୋଲିସ୍ ଷ୍ଟେସନରେ କିଛି ଯୁବକଙ୍କ ବିରୋଧରେ ତାଙ୍କୁ ଧମକାଇବାର ମାମଲା ରୁଜୁ କରିଛନ୍ତି।

ସମୟ ପୋଲିସକୁ ଦେଇଥିବା ଅଭିଯୋଗରେ କହିଛନ୍ତି ଯେ କିଛି ଦିନ ତଳେ ସୁଟିଂରୁ ଫେରିବା ସମୟରେ ତାଙ୍କ ସୋସାଇଟି ବାହାରେ କିଛି ଯୁବକ ତାଙ୍କୁ ରୋକିଥିଲେ ଏବଂ ଅଶ୍ଳୀଳ ଗାଳି ଦେଇ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ। ସମୟ ତୁରନ୍ତ ସ୍ଥାନୀୟ ପୋଲିସ୍ ଷ୍ଟେସନକୁ ଫୋନ୍ କରି ଏହାର ସୂଚନା ଦେଇଥିଲେ। ପୋଲିସ୍ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିବା ମାତ୍ରେ ଯୁବକମାନେ ସେଠାରୁ ପଳାଇ ଯାଇଥିଲେ। ଯିବା ସମୟରେ ସେମାନେ ସମୟଙ୍କୁ ଦେଖି ନେବେ କହି ଧମକ ଦେଇ ଯାଇଥିଲେ।

ସମୟଙ୍କ ଅଭିଯୋଗ ଅନୁସାରେ ଏହି ଘଟଣା ପରେ ଲଗାତାର ଅଲଗା ଅଲଗା ଲୋକ ତାଙ୍କ ସୋସାଇଟିର ବାହାରେ ଆସି ତାଙ୍କ ବିଷୟରେ ପଚରାଉଚୁରା କରୁଛନ୍ତି। ବିପଦ ଆଶଙ୍କାରେ ସେ ଏହି ମାମଲା ରୁଜୁ କରିଛନ୍ତି। ତାଙ୍କୁ ଧମକ ଦେଇଥିବା ଲୋକଙ୍କୁ ସେ ଚିହ୍ନନ୍ତି ନାହିଁ କିନ୍ତୁ ତାଙ୍କ ଫଟୋ ସିସି ଟିଭି କ୍ୟାମେରାରେ କଏଦ ହୋଇଛି। ପୋଲିସ୍ ଏହି ଭିଡିଓ ଫୁଟେଜ ଆଧାର​‌ରେ ତଦନ୍ତ ଆଗକୁ ବଢ଼ାଉଛନ୍ତି।

   Related Posts