ଶାଢୀ ସହ ଜୋତା ପିନ୍ଧି ଋଷ୍ ରାସ୍ତାରେ ସ୍ବାଗ୍ ଦେଖାଇଲେ ତାପସୀ, ଫଟୋ ଭାଇରାଲ୍

Published By : Prameya-News7 Bureau | June 23, 2021 IST

ନୂଆଦିଲ୍ଲୀ ୨୩/୦୬: ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁ ଆଜିକାଲି ତାଙ୍କର ଆଗାମୀ ଫିଲ୍ମ 'ହସିନ୍ ଦିଲରୁବା'କୁ ନେଇ ଚର୍ଚ୍ଚାରେ। ତାପସୀ ନିଜର ଦମଦାର ଅଭିନୟ ମାଧ୍ୟମରେ ଲୋକଙ୍କ ହୃଦୟ ଜିତିପାରିଛନ୍ତି ।  ନିକଟରେ ଅଭିନେତ୍ରୀ ବିଦେଶରେ ଛୁଟିଦିନ ପାଳନ କରୁଛନ୍ତି। ଏହି ସମୟରେ ସୋସିଆଲ ମିଡିଆରେ ତାପସୀଙ୍କ ଏକ ଫଟୋ ଖୁବ୍ ଭାଇରାଲ ହେବାରେ ଲାଗିଛି ।

wp:html
/wp:html

ତାପସୀଙ୍କୁ ଋଷର ସେଣ୍ଟ ପିଟର୍ସବର୍ଗର ରାସ୍ତାରେ ଦେଖିବାକୁ ମିଳିଛି। ଯେଉଁଥିରେ ତାପସୀ ଏକ ନୀଳ ବ୍ଲାଉଜରେ ହାଲକା ହଳଦୀଆ ସାଢୀ ସହିତ ସ୍ନେକର୍ସ ଜୋତା ଏବଂ ଆଖିରେ କଳା ଚଷମା ପିନ୍ଧିଥିବାର ନଜର ଆସିଛନ୍ତି । ଯାହା ତାଙ୍କ ସ୍ୱାଗକୁ ଆହୁରି ବଢାଇଛି ।

ଫଟୋ ସେୟାର କରି ତାପସୀ କ୍ୟାପସନରେ ଲେଖିଛନ୍ତି, ଏହି ରାସ୍ତା ଗୁଡିକ ଅତ୍ୟନ୍ତ ଆକର୍ଷଣୀୟ ହୋଇପାରେ । ଡିନର୍ ପାଇଁ ବିଳମ୍ବ! ଦୌଡ! ଏହା ସହିତ ତାପସୀ ଇନଷ୍ଟାଗ୍ରାମ୍ ଷ୍ଟୋରୀରେ ସେଣ୍ଟ ପିଟର୍ସବର୍ଗ ଗସ୍ତର ଅନେକ ଫଟୋ ମଧ୍ୟ ସେୟାର କରିଛନ୍ତି ।

{"width":626,"height":359}
साड़ी के साथ शूज पहन तापसी पन्नू ने रूस की सड़कों पर दिखाया स्वैग, वायरल हुई तस्वीर

ତାପସୀ ଜଣେ ଏପରି ଅଭିନେତ୍ରୀ ଯିଏକି ଅଭନୟ ପାଇଁ କୌଣସି ଆନୁଷ୍ଠାନିକ ଶିକ୍ଷା ଗ୍ରହଣ କରିନାହାଁନ୍ତି । ତଥାପି, ସେ ନିଜ ଅଭିନୟ  ମାଧ୍ୟମରେ ଲକ୍ଷଲକ୍ଷ ଲୋକଙ୍କ ହୃଦୟରେ ରାଜ କରୁଛନ୍ତି । ଫିଲ୍ମ 'ଥାପଡ'ରେ ତାଙ୍କର ଦୃଢ ଅଭିନୟ ସହିତ ତାପସୀ ସମାଲୋଚକ ତଥା ଦର୍ଶକଙ୍କୁ ଖୁବ୍ ପ୍ରଭାବିତ କରିଥିଲେ । ଆଜି ସେ ବଲିଉଡର ଟପ୍ ହିରୋଇନମାନଙ୍କ ମଧ୍ୟରେ ଗଣିତ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.