ମିତାଲି ରାଜ୍‌ଙ୍କ ଜନ୍ମ ଦିନରେ ମେକର୍ସମାନେ ଦେଲେ ବଡ ଉପହାର , ସାମ୍ନାକୁ ଆସିଲା 'ସାବାସ୍ ମିଥୁ' ଫିଲ୍ମର ରିଲିଜ୍ ଡେଟ୍

Published By : Prameya-News7 Bureau | December 03, 2021 IST

ନୂଆଦିଲ୍ଳୀ ୦୩।୧୨ : ବର୍ତ୍ତମାନ ବଲିଉଡ ଇଣ୍ଡଷ୍ଟ୍ରିରେ ବାୟୋପିକ୍ ଫିଲ୍ମର ଯୁଗ ଚାଲିଛି । ତେବେ ବଲିଉଡ୍‌ରେ ଅନେକ ଫିଲ୍ମ ଚରିତ୍ରକୁ ଗୁଡିକୁ ନେଇ ବାୟୋପିକ୍‌ ପ୍ରସ୍ତୁତ ହୋଇଛି । ଏଭଳି ପରିସ୍ଥିତିରେ ଏବେ ମହିଳା କ୍ରିକେଟର ମିତାଲି ରାଜଙ୍କ କାହାଣୀ ପରଦାକୁ ଆସିବାକୁ ଯାଉଛି। ମିତାଲି ରାଜଙ୍କର ଆଜି ଅର୍ଥାତ୍‌ ୩ ଡିସେମ୍ବରରେ ତାଙ୍କ ଜନ୍ମଦିନ । ତାଙ୍କର ଏହି ବିଶେଷ ଦିନରେ ନିର୍ମାତାମାନେ ତାଙ୍କୁ ଏକ ବଡ ଉପହାର ଦେଇଛନ୍ତି । ଏହି ଦିନରେ ତାଙ୍କ ବାୟୋପିକ୍ ଫିଲ୍ମର ରିଲିଜ୍ ତାରିଖ ଘୋଷଣା କରିଛନ୍ତି । ୪ ଫେବୃଆରୀ ୨୦୨୨ରେ ସିନେମା ହଲରେ ମୁକ୍ତିଲାଭ କରିବ । ବର୍ତ୍ତମାନ ବାୟୋପିକ୍‌ ଗୁଡିକ କେବଳ କ୍ରିକେଟ୍ ଉପରେ ଆଧାରିତ ହେଉଛି । ଯେମିତିକି 'ଜର୍ସି' ଏବଂ 83ର ନିକଟରେ ଟ୍ରେଲର ରିଲିଜ୍‌ ହୋଇଛି । ତେବେ କ୍ରିକେଟ୍ ଉପରେ ନିର୍ମିତ ଉଭୟ ଫିଲ୍ମ ପରେ ଏହା ହେଉଛି ତୃତୀୟ ଫିଲ୍ମ । ଯାହାକି ଖୁବ୍ ଶୀଘ୍ର ବଡ ପରଦାରେ ଆସିବାକୁ ଯାଉଛି ।

ଏହାକୁ ନେଇ ମିତାଲି ରାଜ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ ଫିଲ୍ମର ଏକ ପୋଷ୍ଟର ସେୟାର କରି କ୍ୟାପସନରେ ଲେଖିଛନ୍ତି - 'ଏହି ଆଶ୍ଚର୍ଯ୍ୟଜନକ ଖବର ପାଇଁ ମୁଁ ବହୁତ ଖୁସି । ମୁଁ ଯେତେ ଉତ୍ସାହିତ ଅଛି ତାହା ମୁଁ ବର୍ଣ୍ଣନା କରିପାରିବି ନାହିଁ ।

wp:html
/wp:html

ତେବେ ଏହାର ରିଲିଜ୍‌ ତାରିଖ ସହିତ ରିଲିଜ୍ ତାରିଖ ମଧ୍ୟ ଘୋଷଣା କରାଯାଇଛି । ଏଥିରେ ମିତାଲି ରାଜଙ୍କ ମୁଖ୍ୟ ଭୂମିକାରେ ନଜର ଆସିବେ ତାପସୀ ପାନ୍ନୁ। ଏହି ଫିଲ୍ମରେ ତାପସୀଙ୍କ ସହ ଅଭିନେତା ବିଜୟ ରାଜ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି । ଏହି ଫିଲ୍ମରେ ଭିଆକମ୍ ୧୮ ଷ୍ଟୁଡିଓ ଦ୍ୱାରା ନିର୍ମିତ । ଏହାର ନିର୍ଦ୍ଦେଶନା ଦେଇଛନ୍ତି ଶ୍ରୀଜିତ ମୁଖାର୍ଜୀ। ଏଥି ସହିତ ଫଟୋ ପୋଷ୍ଟ କରିବା ସହ ସୁନ୍ଦର କ୍ୟାପସନ୍‌ ମଧ୍ୟ ଦିଆଯାଇଛି ।

wp:html
/wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.