ମୁମ୍ବାଇ୨୨|୧୧: ସାଉଥ ଇଣ୍ଡଷ୍ଟ୍ରି ପରେ ଏବେ ବଲିଉଡରେ ଧମାଲ କରୁଛନ୍ତି ତାପସୀ।ଲଗାତାର ଗୋଟେ ପରେ ଗୋଟେ ଫିଲ୍ମ କରି ବଲିଉଡରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ତାପସୀ।ତାପସୀ ଜଣେ ଏମିତି ଅଭିନେତ୍ରୀ ଯିଏ କାହାକୁ ଭୟ ନକରି ନିଜ କଥା ରଖନ୍ତି। ତାପସୀ ନିକଟରେ ନେହା ଧୂପିଆଙ୍କ ଚ୍ୟାଟ୍ ଶୋ’ “ନୋ ଫିଲ୍ଟର ନେହା”କୁ ଯାଇଥିଲେ। ସେଠାରେ ସେ ନିଜ ମନ କଥା ଖୋଲି ପ୍ରକାଶ କରିଥିଲେ।
{"id":188234,"sizeSlug":"large"}ଏମିତିରେ ଦେଖିବାକୁ ଗଲେ ତାପସୀ ନିଜ କୋଷ୍ଟାରଙ୍କ ସହ ଭଲ ବଣ୍ଡ ସେୟାର କରନ୍ତି।ହେଲେ ଶୋ’ରେ ଯେତେବେଳେ ନେହା ତାଙ୍କ ପ୍ରଶ୍ନ କରିଥିଲେ ଯେ, ତାଙ୍କର ସବୁଠୁ ଖରାପ କୋଷ୍ଟାର କିଏ, ଏନେଇ ତାପସୀ ୨ ଜଣଙ୍କ ନାଁ ନେଇଥିଲେ। ପ୍ରଥମେ ତାପସୀ ଭିକ୍କି କୌଶଲଙ୍କ ନାଁ ନେଇଥିଲେ। ଫିଲ୍ମ ମନମରଜିୟାଁରେ ଉଭୟ ଏକା ସହ କାମ କରିଥିଲେ।
{"id":188235,"sizeSlug":"large"}ତାପସୀ କହିଛନ୍ତି ଯେ, ଭିକ୍କି ସବୁ ସିନ୍କୁ ଏତେ ଭଲ ଭାବେ କରନ୍ତି ଯେ, ତାଙ୍କୁ ମୁକାବିଲା କରିବା କଷ୍ଟକର ହୋଇଥାଏ। ଦ୍ବିତୀୟ ଥର ତାପସୀ ଅଭିନେତ୍ରୀ ଜ୍ୟାକ୍ଲିନ ଫର୍ଣ୍ଣାଣ୍ଡିସ୍ଙ୍କ ନାଁ ନେଇଥିଲେ।ଜ୍ୟାକ୍ଲିନ ବହୁତ ସୁନ୍ଦର ଓ ଫିଟ୍ନେସରେ ତାଙ୍କୁ କେହି ହରାଇପାରିବେ ନାହିଁ। ଏଥିପାଇଁ ତାଙ୍କୁ ଟକ୍କର ଦେବା କଷ୍ଟକର ହୋଇଥାଏ ବୋଲି କହିଛନ୍ତି ତାପସୀ। ଉଭୟ ତାପସୀ ଓ ଜ୍ୟାକ୍ଲିନ ଫିଲ୍ମ ଜୁଡୱାଁରେ କାମ କରିଥିଲେ।
{"id":188236,"sizeSlug":"large"}ଏହି ଶୋ’ରେ ନେହା ଆଉ ଏକ ପ୍ରଶ୍ନ ପଚାରିଥିଲେ ଯେ, ବଲିଉଡରେ ଏମିତି କେଉଁ କଳାକାର ଅଛନ୍ତି ଯାହାର ମାଆ ବା ବାପା ଇଣ୍ଡଷ୍ଟ୍ରିରେ ନଥିଲେ ସେ ଇଣ୍ଡଷ୍ଟ୍ରିରୁ ବାହାରିଥାନ୍ତେ।ଏହି ପ୍ରଶ୍ନ ନେଇ ତାପସୀ ଅନୀଲ କପୁରଙ୍କ ପୁଅ ହର୍ଷବର୍ଦ୍ଧନ କପୁରଙ୍କ ନାଁ ନେଇଥିଲେ।କାରଣ ପ୍ରଥମ ଫିଲ୍ମ ଫ୍ଲପ୍ ହେବା ପରେ ଦ୍ବିତୀୟ ଫିଲ୍ମ ଅଫର ମିଳିବା କଷ୍ଟକର ହୋଇଥାଏ।କିନ୍ତୁ ତାଙ୍କ ପାଇଁ କିଛି ଅସୁବିଧା ହୋଇଥିଲା।ନିକଟରେ ତାପସୀଙ୍କ ଫିଲ୍ମ ସାଣ୍ଢ କି ଆଙ୍ଖ ରିଲିଜ ହୋଇଥିଲା ଯାହା ହିଟ୍ ହୋଇଛି। ଫିଲ୍ମରେ ତାପସୀ ପନ୍ନୁ ଓ ଭୂମି ପେଦନାକର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।