‘ହସିନ୍ ଦିଲରୁବା’ ପରେ ଆମାଜନ୍ ପ୍ରାଇମରେ ରିଲିଜ୍ ହେବ ତାପସୀ ପନ୍ନୁଙ୍କ ଫିଲ୍ମ ‘ରଶ୍ମୀ ରକେଟ୍’

Published By : Prameya-News7 Bureau | June 13, 2021 IST

ନୂଆଦିଲ୍ଲୀ ୧୩/୦୬: ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁ ତାଙ୍କର ଆଗାମୀ ଫିଲ୍ମ ‘ହସିନ୍ ଦିଲରୁବା’କୁ ନେଇ ଚର୍ଚ୍ଚାରେ ଅଛନ୍ତି । ଏହି ଫିଲ୍ମରେ ତାପସୀଙ୍କ ସହ ବିକ୍ରାନ୍ତ ମାସେ, ହର୍ଷବର୍ଦ୍ଧନ ରାଣେ ଏବଂ ଆଦିତ୍ୟ ଶ୍ରୀବାସ୍ତବ ମଧ୍ୟ ନଜର ଆସିବେ। ଜୁଲାଇ ୨ ରେ ନେଟଫ୍ଲିକ୍ସରେ ରିଲିଜ୍ ହେବ । ଏହି ସମୟରେ, ତାପସୀଙ୍କ ଆଉ ଏକ ଆଗାମୀ ଫିଲ୍ମ 'ରଶ୍ମୀ ରକେଟ୍' ବିଷୟରେ ଖବର ଆସିଛି । ସୂଚନା ଅନୁଯାୟୀ, ପ୍ରେକ୍ଷାଳୟ ବଦଳରେ OTT ପ୍ଲାଟଫର୍ମରେ 'ରଶ୍ମୀ ରକେଟ୍' ରିଲିଜ୍ ହୋଇପାରେ। ତେବେ ଏ ସମ୍ପର୍କରେ କୌଣସି ସରକାରୀ ସୂଚନା ମଧ୍ୟ ପ୍ରକାଶ କରାଯାଇ ନାହିଁ।

wp:html
/wp:html

ସୂଚନା ଅନୁଯାୟୀ କ୍ରୀଡ଼ା ଡ୍ରାମା ଫିଲ୍ମ 'ରଶ୍ମୀ ରକେଟ୍' ପ୍ରେକ୍ଷାଳୟରେ ରିଲିଜ୍ କରିବାର ନିଷ୍ପତ୍ତି ପରିବର୍ତ୍ତନ କରାଯାଇଛି। ଇଣ୍ଡଷ୍ଟ୍ରି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଫିଲ୍ମ ଆମାଜନ୍ ପ୍ରାଇମରେ ରିଲିଜ୍ କରିବାକୁ ଯାଉଛି। ଫିଲ୍ମର ନିର୍ମାତାମାନେ OTT ପ୍ଲାଟଫର୍ମ ଆମାଜନ୍ ପ୍ରାଇମ୍ ସହିତ ଡିଲ୍ ଫାଇନାଲ୍ କରିସାରିଛନ୍ତି । ନିର୍ମାତାମାନେ ଏହି ଡିଲରୁ ବହୁତ ଲାଭବାନ ହୋଇଛନ୍ତି । ଫିଲ୍ମଟି ସେପ୍ଟେମ୍ବରରେ ରିଲିଜ୍ ହୋଇପାରେ।

'ରଶ୍ମି ରକେଟ୍'ରେ, ତାପସୀ ଜଣେ ମହିଳା ଖେଳାଳିଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି, ଯିଏ ଅତ୍ୟଧିକ ଗରିବ ହୋଇଥିଲେ ମଧ୍ୟ ଏକ ଆନ୍ତର୍ଜାତୀୟ ସ୍ତରର ଖେଳାଳି ହୋଇଛନ୍ତି । ଏହି ଫିଲ୍ମରେ ତାପସୀଙ୍କୁ ଏକ ଗାଁର ଝିଅ ଭୂମିକାରେ ଦେଖିବାକୁ ମିଳିବ, ଯାହାଙ୍କୁ ଗ୍ରାମବାସୀ ରକେଟ୍ ନାମରେ ଜାଣିଛନ୍ତି ।

'ହସିନ୍ ଦିଲ୍ରୁବା' ଏବଂ 'ରଶ୍ମୀ ରକେଟ୍' ପରେ ତାପସୀ ଖୁବ୍ ଶୀଘ୍ର ଫିଲ୍ମ 'ସାବାସ୍ ମିଠୁ'ରେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ମିତାଲି ରାଜଙ୍କ ଅଭିନୟ କରିବେ। ଏହା ପରେ ତାଙ୍କୁ କମେଡି ଥ୍ରୀଲର ଫିଲ୍ମ 'ଲୁପ୍ ଲପେଟା', ଅନୁରାଗ କାଶ୍ୟପଙ୍କ ଫିଲ୍ମ 'ଦୋବାରା' ଏବଂ ତାମିଲ ଥ୍ରୀଲର ଫିଲ୍ମ 'ଜନ ଗଣ ମନ'ରେ ଦେଖିବାକୁ ମିଳିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.