ରାଜ୍ୟ ସରକାରୀ କର୍ମଚାରୀଙ୍କ ଦାବି ରହିଲା, ଗତ ବର୍ଷ ଜୁଲାଇରୁ ପିଛିଲା ଭାବେ ଲାଗୁ ହେବ ମହଙ୍ଗା ଭତ୍ତା

Published By : Prameya-News7 Bureau | March 17, 2020 IST

ଭୁବନେଶ୍ୱର, ୧୭|୦୩:  ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ସରକାରୀ କର୍ମଚାରୀଙ୍କ ଦାବି ମାନିଛନେଇଛନ୍ତି ରାଜ୍ୟ ସରକାର। କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫ ପ୍ରତିଶତ ବୃଦ୍ଧି କରିଛନ୍ତି। ଫଳରେ ଏହା ୧୨ ପ୍ରତିଶତରୁ ୧୭ ପ୍ରତିଶତରେ ପହଁଚିଛି। ଏହା ପିଛିଲା ଭାବେ ଗତ ବର୍ଷ ଜୁଲାଇରୁ ଲାଗୁ ହେବ। କର୍ମଚାରୀଙ୍କୁ ଅଧିକ ୬ ମାସର ମହଙ୍ଗା ଭତ୍ତା ମିଳିବ ବୋଲି ସରକାର ଘୋଷଣା କରିଛନ୍ତି।

{"id":239936,"width":744,"height":426,"sizeSlug":"large"}

ବଦଳିଲା ସରକାରଙ୍କ ନିଷ୍ପତି। ଜାନୁଆରୀ ନୁହେଁ  ଜୁଲାଇରୁ ପିଛିଲା ଭାବେ ମିଳିବ ମହଙ୍ଗା ଭତ୍ତା।  ରାଜ୍ୟ ସରକାର ୧୪ ଫେବୃଆରୀରେ ୫ ପ୍ରତିଶତ ମହଙ୍ଗା  ଭତ୍ତା ବୃଦ୍ଧି ନେଇ ଘୋଷଣା କରିଥିଲେ। ତେବେ ଏହାକୁ ଜାନୁଆରୀରୁ ଲାଗୁ କରିଥିଲେ।  କିନ୍ତୁ ୭ ମାସ ବେକେୟା ପାଇଁ କିଛି ବିଜ୍ଞପ୍ତିରେ ନଥିଲା। ଯାହାକୁ ନେଇ ସଚିବାଳୟ ମହାସଙ୍ଘ ଆନ୍ଦୋଳନ କରିଥିଲେ।  ଆନ୍ଦୋଳନ ପରେ ସରକାର ନିଷ୍ପତି ବଦଲେଇ ଛନ୍ତି। 

ଆଜି ସରକାର ଏକ ସାନି ବିଜ୍ଞପ୍ତି ଜାରି କରି ମହଙ୍ଗା ଭତ୍ତା ପିଛିଲା ଭାବେ ୨୦୧୯, ଜୁଲାଇରୁ ମିଳିବ ବୋଲି କହିଛନ୍ତି। ତେବେ ସରକାରଙ୍କ ନିଷ୍ପତ୍ତି ପରେ ସଚିବାଳୟ କର୍ମଚାରୀ ସଙ୍ଘ କୃତଜ୍ଞତା ଜଣାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.