ଅଷ୍ଟ୍ରେଲିଆ ବଦଳରେ ଭାରତରେ ଖେଳାଯିବ ଟି୨୦ ବିଶ୍ୱକପ ! କଣ କହିଲେ ଗାଭାସ୍କର ?

Published By : Prameya-News7 Bureau | April 21, 2020 IST

ନୂଆଦିଲ୍ଲୀ, ୨୧|୦୪:  କରୋନା ଭାଇରସ ପାଇଁ ଅନେକ ବଡ କ୍ରିକେଟ ଟୁର୍ଣ୍ଣାମେଣ୍ଟ ସ୍ଥଗିତ ହୋଇଛି । ଆଉ କିଛି ବାତିଲ ମଧ୍ୟ କରାଯାଇଛି । ଚଳିତ ବର୍ଷ ଅକ୍ଟୋବରରେ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ ଉପରେ ମଧ୍ୟ କରୋନା ଭାଇରସର ବିପଦ ରହିଛି । ଏହା ମଧ୍ୟରେ ଭାରତୀୟ ଦଳର ପୂର୍ବତନ ଖେଳାଳି ସୁନିଲ ଗାଭାସ୍କର ଆଇସିସିକୁ ଏକ ପରାମର୍ଶ ଦେଇଛନ୍ତି । ଭାରତରେ ଅନ୍ୟ ଦେଶ ଅପେକ୍ଷା କୋଭିଡ-୧୯ ସ୍ଥିତି ଭଲ ଥିବାରୁ ଟି୨୦ ବିଶ୍ୱକପ ଭାରତରେ ଆୟୋଜିତ ହେଉ ବୋଲି ସେ କହିଛନ୍ତି । ତେବେ ୨୦୨୧ରେରେ ଅଷ୍ଟ୍ରେଲିଆ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ କରୁ ବୋଲି ସେ ପରାମର୍ଶ ଦେଇଛନ୍ତି ।

{"id":257893,"width":750,"height":416,"sizeSlug":"large"}

ଇଣ୍ଡିଆ ଟୁଡେ ସହ ଆଲୋଚନା କରି ଗାଭାସ୍କର କହିଛନ୍ତି ଯେ, ଅଷ୍ଟ୍ରେଲିଆରେ ସେପ୍ଟେମ୍ବର ୩୦ ଯାଏଁ ବିଦେଶୀଙ୍କ ପ୍ରବେଶ ଉପରେ ରୋକ ଲଗାଇଛି । ଟି୨୦ ବିଶ୍ୱକପ ଅକ୍ଟୋବର ୧୫ରୁ ଆରମ୍ଭ ହେବାକୁ ଯାଉଛି । ତେଣୁ ଏହାର ଆୟୋଜନ ଉପରେ ବିରାଟ ପ୍ରଶ୍ନବାସୀ ସୃଷ୍ଟି ହୋଇଛି । ଆସନ୍ତା ବର୍ଷ ଟି୨୦ ବିଶ୍ୱକପ ଭାରତରେ ହେବ । ଯଦି ଭାରତ ଓ ଅଷ୍ଟ୍ରେଲିଆ ଏହାକୁ ପରସ୍ପର ମଧ୍ୟରେ ବଦଳାଇ ଦିଅନ୍ତି ତେବେ ଭଲ ହେବ । ଭାରତରେ କରୋନା ମାମଲା କମ ହେଲେ ଏହା ଉପରେ ବିଚାର କରାଯିବା ଉଚିତ ।

ସେ ଆହୁରି କହିଛନ୍ତି ଯେ,  ଆଇପିଏଲକୁ ଅନିର୍ଦ୍ଦିଷ୍ଟ ସମୟ ପାଇଁ ସ୍ଥଗିତ ରଖାଯାଇଛି । ଏହା ସେପ୍ଟେମ୍ବରରେ ହେବ ବୋଲି ବିଚାର କରାଯାଉଛି । ଫଳରେ ଟି୨୦ ବିଶ୍ୱକପ ପାଇଁ ଖେଳାଳିଙ୍କୁ ଅଭ୍ୟାସ ପାଇଁ ପର୍ଯ୍ୟାପ୍ତ ସୁଯୋଗ ମିଳିବ । ସେହିପରି ଡିସେମ୍ବରରେ ଏସିଆ କପ ହେବ ବୋଲି ମଧ୍ୟ ସ୍ଥିର ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.