ଭାରତ ନୁହେଁ ୟୁଏଇରେ ଆୟୋଜନ ହେବ ଟି-୨୦ ବିଶ୍ଵ କପ୍, ଘୋଷଣା କଲା ବିସିସିଆଇ

Published By : Prameya-News7 Bureau | June 28, 2021 IST

ନୂଆଦିଲ୍ଲୀ ୨୮।୦୬: ଟି-୨୦ ବିଶ୍ଵ କପର ଆୟୋଜନକୁ ନେଇ ଜାରି ଆଶା ଆଶଙ୍କା ଉପରେ ବିରାମ ଲାଗିଛି। ଟୁର୍ଣ୍ଣାମେଣ୍ଟର ଆୟୋଜନ ୟୁଏଇରେ ହେବ ବୋଲି ବିସିସିଆଇ ନିଷ୍ପତ୍ତି ନେଇଛି। ସୋମବାର ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଳା ସୋମବାର ଏହାର ସୂଚନା ଦେଇଛନ୍ତି। ଟୁର୍ଣ୍ଣାମେଣ୍ଟ ଆୟୋଜନ କେଉଁଠି କରାଯିବ ତାର ନିଷ୍ପତ୍ତି ଜଣାଇବା ପାଇଁ ଆଇସିସି ବିସିସିଆଇକୁ ଜୁନ ୨୮ ପର୍ଯ୍ୟନ୍ତ ତାରିଖ ଦେଇଥିଲା।

ଶୁକ୍ଳା କହିଛନ୍ତି, ଆୟୋଜନକୁ ନେଇ ପୂର୍ବରୁ ଯେଉଁ ତାରିଖ ଘୋଷଣା କରାଯାଇଥିଲା ତାହା ହିଁ ରହିବ। ଆଇପିଏଲ ସମାପ୍ତ ପରେ ବିଶ୍ଵ କପର ଯୋଗ୍ୟତା ପର୍ଯ୍ୟାୟ ଆରମ୍ଭ ହେବ। ଯୋଗ୍ୟତା ପର୍ଯ୍ୟାୟ ମୁକାବିଲା ଓମାନରେ ଖେଳାଯିବ। ବାକି ମ୍ୟାଚ୍ ୟୁଏଇର ଦୁବାଇ, ଆବୁଧାବି ଓ ସାରଜାରେ ଖେଳାଯିବ। ଆଜି ଆଇସିସି ଏ ସଂଦର୍ଭରେ ଜଣାଇବାର ଶେଷ ତାରିଖ ଥିଲା। ବିସିସିଆଇର ସମସ୍ତ ଅଧିକାରୀଙ୍କ ସହ ସାଂପ୍ରତିକ କରୋନା ସ୍ଥିତି ବିଷୟରେ ଆଲୋଚନା କରିବା ପରେ ସର୍ବସମ୍ମତି କ୍ରମେ ୟୁଏଇରେ ଟି-୨୦ ବିଶ୍ଵ କପ୍ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛୁ।

wp:html /wp:html

ଶୁକ୍ଳା କହିଛନ୍ତି, ଦୁଇ ତିନି ମାସ ପରେ କଣ ହେବ ଏହା କେହି କହି ପାରିବେ ନାହିଁ। ସମସ୍ତଙ୍କୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଆମେ ସମସ୍ତ ଭାରତରେ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ଚାହୁଁଥିଲୁ ଏବଂ ପ୍ରଥମ ପ୍ରାଥମିକତା ଭାରତ ଥିଲା। କିନ୍ତୁ ଖେଳାଳି ଏବଂ ସମସ୍ତ କର୍ମଚାରୀଙ୍କୁ ସୁରକ୍ଷା ଆମର ପ୍ରଥମ ପ୍ରାଥମିକତା ବୋଲି ଶୁକ୍ଳା କହିଛନ୍ତି।

ଟି-୨୦ ବିଶ୍ଵ କପ୍‌ର ଯୋଗ୍ୟତା ପର୍ଯ୍ୟାୟ ମୁକାବିଲା ଅକ୍ଟୋବର ୧୭ରୁ ଆରମ୍ଭ ହୋଇପାରେ। ଏହାର ଫାଇନାଲ୍ ମ୍ୟାଚ୍ ନଭେମ୍ବର ୧୪ରେ ଖେଳାଯିବ। ମୋଟ୍ ୧୨ଟି ଦଳକୁ  ନେଇ ମ୍ୟାଚ୍ ଖେଳାଯିବ। ଏହା ପୂର୍ବରୁ ଆଇପିଏଲର ଅବଶିଷ୍ଟ ମ୍ୟାଚ୍ ସେପ୍ଟେମ୍ବର ୧୫ରୁ ଖେଳାଯାଇପାରେ। ଏହାର ଆୟୋଜନ ୟୁଏଇରେ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.