Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

ହାର୍ଦ୍ଦିକଙ୍କ ଫିଟନେସ୍‌ ଉପରେ ଏବେ ବି ସଂଶୟ, କଭର ଖେଳାଳି ଭାବେ ଦଳରେ ସାମିଲ୍ ହୋଇ ପାରନ୍ତି ଭେଙ୍କଟେଶ

12/10/2021 at 10:03 PM

ନୂଆଦିଲ୍ଲୀ ୧୨।୧୦: ଆଇପିଏଲ ୨୦୨୧ ପରେ ୟୁଏଇ ଓ ଓମାନରେ ଟି-୨୦ ବିଶ୍ଵ କପ୍ ଖେଳାଯିବ। ଅକ୍ଟୋବର ୧୭ରୁ ଆରମ୍ଭ ହେଉଥିବା ଏହି ଟୁର୍ଣ୍ଣାମେଣ୍ଟକୁ ବାସ୍ ଆଉ ପାଞ୍ଚ ଦିନ ବାକି ରହିଛି। ଭାରତ ସମେତ ସମସ୍ତ ଦଳ ନିଜର ଟିମ୍ ଘୋଷଣା କରି ସାରିଛନ୍ତି। ହେଲେ ପ୍ରଥମ ମ୍ୟାଚ୍‌ର ସାତ ଦିନ ସୁଦ୍ଧା ନିଜ ଦଳରେ ପରିବର୍ତ୍ତନ କରିବାର ସୁଯୋଗ ରହିଛି। ଏମିତିରେ ଭାରତୀୟ ଚୟନକର୍ତ୍ତାଙ୍କ ପାଖରେ ଅକ୍ଟୋବର ୧୬ ପର୍ଯ୍ୟନ୍ତ ଦଳରେ ପରିବର୍ତ୍ତନ କରିବାର ସୁଯୋଗ ରହିଛି।

ଭାରତୀୟ ଦଳ ପାଇଁ ସବୁଠୁ  ବଡ ସମସ୍ୟା ହେଉଛି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫିଟନେସ୍। ହାର୍ଦ୍ଦିକ ଗତ ଅନେକ ଦିନ ହେବ ବୋଲିଂ କରୁ ନାହାନ୍ତି। ଆଇପିଏଲର ଦ୍ଵିତୀୟ ପର୍ଯ୍ୟାୟରେ ସେ ବ୍ୟାଟିଂରେ କିଛି ଖାସ୍ ପ୍ରଦର୍ଶନ ମଧ୍ୟ କରି ପାରି ନାହାନ୍ତି। ଏମିତିରେ ବିସିସିଆଇ ତାଙ୍କ ଫିଟନେସ୍‌କୁ ନେଇ ଚିନ୍ତାରେ। ଯଦି ହାର୍ଦ୍ଦିକ ପାଣ୍ଡ୍ୟା ବୋଲିଂ କରିବେ ନାହିଁ ତେବେ ଭାରତକୁ ଅଲରାଉଣ୍ଡରର ଅଭାବ ଅନୁଭୂତ ହେବ।

କଭର ଖେଳାଳି ଭାବେ ରହି ପାରନ୍ତି ଭେଙ୍କଟେଶ

ଖବର ଅନୁଯାୟୀ, ହାର୍ଦ୍ଦିକଙ୍କୁ  ବର୍ତ୍ତମାନ ଜଣେ ବ୍ୟାଟସମ୍ୟାନ ଭାବେ ଦଳରେ ରହିବେ। ସୂତ୍ର ମୁତାବକ ଚୟନକର୍ତ୍ତା କୋଲକାତା ନାଇଟ୍ ରାଇଡର୍ସର ଉଦୀୟମାନ ଖେଳାଳି ତଥା ଅଲରାଉଣ୍ଡର ଭେଙ୍କଟେଶ ଆୟରଙ୍କୁ ହାର୍ଦ୍ଦିକଙ୍କ କଭର ଖେଳାଳି ଭାବେ ଦଳରେ ରଖିବାକୁ ନିଷ୍ପତ୍ତି ନେଇଛି।

ବୋଲିଂଠୁ ଦୂରରେ ହାର୍ଦ୍ଦିକ ପାଣ୍ଡ୍ୟା

ହାର୍ଦ୍ଦିକ ଗତ ଅନେକ ମାସ ହେବ ବୋଲିଂରୁ ଦୂରରେ ଅଛନ୍ତି। ଗତ ବର୍ଷ ପିଠି ସର୍ଜରୀ ପରଠୁ ସେ ଏ ପର୍ଯ୍ୟନ୍ତ ସଂପୂର୍ଣ୍ଣ ଫିଟନେସ୍ ହାସଲ କରି ପାରି ନାହାନ୍ତି। ଆଇପିଏଲର ଚଳିତ ସିଜିନରେ ହାର୍ଦ୍ଦିକ ୧୨ଟି ମ୍ୟାଚ୍‌ରୁ ମାତ୍ର ୧୨୭ ରନ କରିଛନ୍ତି। ଏପରିକି ସେ ଗୋଟିଏ ଓଭର ହେଲେ ବୋଲିଂ କରି ନାହାନ୍ତି।

ଏମିତିରେ ଭାରତୀୟ ଦଳକୁ ଷଷ୍ଠ  ବୋଲରଙ୍କ ଅଭାବ ଅନୁଭୂତ ହେବ। ଏହାକୁ ଦୃଷ୍ଟିରେ ରଖି ଭେଙ୍କଟେଶ ଆୟରଙ୍କୁ ବିସିସିଆଇ ୟୁଏଇରେ ରହିବାକୁ କହିଛନ୍ତି। ଭେଙ୍କଟେଶ ନିଜର ପ୍ରଦର୍ଶନ ବଳରେ ଅନେକ ପୂର୍ବତନ ଖେଳାଳିଙ୍କୁ ପ୍ରଭାବିତ କରିଛନ୍ତି। କୋଲକାତା ପକ୍ଷରୁ ଓପନିଂ କରି ସେ ଅନେକ ବିସ୍ଫୋରକ ଇନିଂସ ଖେଳିଛନ୍ତି। ଆଇପିଏଲ ୨୦୨୧ର ଆଠଟି ମ୍ୟାଚ୍‌ରେ ସେ ୩୭.୮୫  ହାରରେ ଏବଂ ୧୨୩.୩୫ ଷ୍ଟ୍ରାଇକ ରେଟ୍‌ରେ ୨୬୫ ରନ କରିଛନ୍ତି। ଏହା ବ୍ୟତୀତ ବୋଲିଂରେ ସେ ୮.୫୩ ହାରରେ ତିନି ଓ୍ଵିକେଟ୍ ନେଇଛନ୍ତି।

   Related Posts