ଭାରତରେ ନୁହେଁ UAEରେ ହୋଇପାରେ ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ, ଦେଶରେ ଆୟୋଜନ ନହେବା ନେଇ ୨ଟି ପ୍ରମୁଖ କାରଣ କହିଲା ବିସିସିଆଇ

Published By : Prameya-News7 Bureau | June 26, 2021 IST

ନୂଆଦିଲ୍ଲୀ ୨୬/ ୦୬ : ଟି-ଟ୍ବେଣ୍ଟି ବିଶ୍ବକପ ୨୦୨୧କୁ ଆଉ ମାତ୍ର ମାସ କେଇଟା ବାକି ଅଛି । ଏହାର ଆୟୋଜନ ଭାରତରେ ହେବାକୁ ଥିବା ବେଳେ କରୋନା ମହାମାରୀ ଟୁର୍ଣ୍ଣାମେଣ୍ଟକୁ ଫିକା କରିଦେବା ଭଳି ମନେ ହେଉଛି । ଭାରତ ବଦଳରେ ୟୁଏଇରେ ହୋଇପାରେ ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ । ଟି-୨୦ ବିଶ୍ବକପ ଅକ୍ଟୋବର ୧୭ ତାରିଖରୁ ଆରମ୍ଭ ହେବ । ଏହାର ଫାଇନାଲ ନଭେମ୍ବର ୧୪ରେ ହେବା ନେଇ କ୍ରୀଡାସୂଚୀ ଘୋଷଣା ହୋଇଛି ।

କିନ୍ତୁ ବିଶ୍ବକପ ଟି-୨୦ ପୂର୍ବରୁ ବିସିସିଆଇ ପାଇଁ ବଢିଛି ଅଡୁଆ । ଭାରତରେ ସଂକ୍ରମଣ ହାର ବ୍ୟାପକ ଥିବାରୁ କୌଣସି ଅଘଟଣ ଆଶଙ୍କାରେ ଏହାକୁ ୟୁଏଇକୁ ସ୍ଥାନାନ୍ତର କରିବାକୁ ଯୋଜନା କରୁଛି ଭାରତୀୟ କ୍ରିକେଟ କ​‌େ​‌ଣ୍ଟ୍ରାଲ ବୋର୍ଡ । କିନ୍ତୁ ଭାରତରେ ପ୍ରସ୍ତାବିତ ଟୁର୍ଣ୍ଣାମେଣ୍ଟକୁ ସ୍ଥାନାନ୍ତର କରିବା ପାଇଁ ଅନ୍ତରାଷ୍ଟ୍ରୀୟ କ୍ରିକେଟ କାଉନସିଲ (ICC)କୁ  କୌଣସି ଚିଠି ଲେଖିନି ବିସିସିଆଇ । ​‌କିନ୍ତୁ ମିଳିଥିବା ସୂଚନା ଅନୁଯାୟୀ, ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ ଭାରତ ବଦଳରେ ୟୁଏଇ କିମ୍ବା ଓମାନରେ ହୋଇପା​‌ରେ ।

ଆଇପିଏଲ-୧୪ର ଅବଶିଷ୍ଟ ମ୍ୟାଚ ସେପ୍ଟେମ୍ବର ୧୯ରୁ ଅକ୍ଟୋବର ୧୫ ତାରିଖ ଯାଏଁ ୟୁଏଇରେ ହେବାର ଅଛି । ଯଦି ଏପରି ହୁଏ ତେବେ ଆଇପିଏଲ ଶେଷ ହେବାର ୨ ଦିନ ପରେ ବିଶ୍ବକପ ମ୍ୟାଚ ଆରମ୍ଭ ହୋଇଯିବ । ପ୍ରଥମ ରାଉଣ୍ଡ ମ୍ୟାଚ ୟୁଏଇ କିମ୍ବା ଓମାନରେ ଖେଳାଯାଇପା​‌ରେ । ୟୁଏଇର ଆବୁ ଧାବୀ ଏବଂ ଶାରଜାହା ଷ୍ଟାଡିୟମରେ ଖେଳାଯାଇପା​‌ରେ ଟି-୨୦ ବିଶ୍ବକପ ।

କରୋନା ମହାମାରୀ କାରଣରୁ ୨୦୨୦ରେ ​‌ଅ​‌େ​‌ଷ୍ଟ୍ରଲିଆରେ ଆୟୋଜିତ ହେବାକୁ ଥିବା ଟି-ଟ୍ବେଣ୍ଟି ବିଶ୍ବକପ ମ୍ୟାଚକୁ ସ୍ଥଗିତ ରଖାଯାଇଥିଲା । ପରେ ଆଇସିସି ନିଷ୍ପତ୍ତି ନେଇଥିଲା ଯେ, ୨୦୨୧ ବିଶ୍ବକପ ଭାରତରେ ଏବଂ ୨୦୨୨ ବିଶ୍ବକପ ସଂସ୍କରଣ ଅ​‌େ​‌ଷ୍ଟ୍ରଲିଆରେ ଖେଳାଯିବ । ପୂର୍ବରୁ ଭାରତରେ ବିଶ୍ବକପ ଆୟୋଜନ କରିବା ପାଇଁ ଚାହୁଁଥିଲା ବିସିସିଆଇ । କିନ୍ତୁ ମୁଖ୍ୟତଃ ୨ଟି କାରଣ ପାଇଁ ଏହାକୁ ଆୟୋଜନ କରିବା ପାଇଁ ପଛଘୁଞ୍ଚା ଦେଉଛି ବିସିସିଆଇ । ପ୍ରଥମଟି ହେଉଛି କଡା ବାୟୋ ବବଲ । ପୂର୍ବରୁ ଆଇପିଏଲରେ କଡା ବାୟୋ ବବଲ ଥାଇ ମଧ୍ୟ କରୋନା ବ୍ୟାପିଥିଲା । ଯାହାଫଳରେ କି ଆଇପିଏଲକୁ ଅଧାରୁ ବାତିଲ କରିବାକୁ ପଡିଥିଲା । ତେବେ ବର୍ତ୍ତମାନ ଯଦି ବିଶ୍ବକପ ଭାରତରେ ଆୟୋଜିତ ହୁଏ ତେବେ ଆଇପିଏଲ ଭଳି ବିଶ୍ବକପରେ ମଧ୍ୟ କରୋନା ସଂକ୍ରମର ହେବାର ସମ୍ଭାବନା ରହୁଛି । ସେହିଭଳି ଦ୍ବିତୀୟଟି ହେଉଛି କରୋନା ମହାମାରୀରେ ମଧ୍ୟ ଟ୍ୟାକ୍ସ ଛାଡ କରିବାକୁ ମନା କରିଛନ୍ତି ଭାରତ ସରକାର । ତେଣୁ ଏହି ଦୁଇ କାରଣରୁ ଭାରତରେ ବିଶ୍ବକପ ଆୟୋଜନ ନହେବା ଆପାତତଃ ସ୍ପଷ୍ଟ ହେଇସାରିଥିଲେ ସୁଦ୍ଧା ବିଧିବଦ୍ଧ ଭାବେ ଘୋଷଣା ହୋଇନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.