Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ଭାରତ-ପାକିସ୍ତାନ ମ୍ୟାଚ୍ ଦିନ ସୋସିଆଲ ମିଡିଆଠାରୁ ଦୂରେଇ ରହିବେ ଟେନିସ ତାରକା, ଜାଣନ୍ତୁ କାରଣ

17/10/2021 at 10:17 AM

ନୂଆଦିଲ୍ଲୀ ୧୭/୧୦: ଭାରତ ଓ ପାକିସ୍ତାନ ମ୍ୟାଚ୍ ନେଇ ସର୍ବଦା ଦେଶବାସୀଙ୍କ ମଧ୍ୟରେ ରହିଥାଏ ଉତ୍କଣ୍ଠା । ଆସନ୍ତା ୨୪ ତ୩ରିଖରେ ମୁହାଁମୁହିଁ ହେବେ ଏହି ଦୁଇ ପାରମ୍ପରିକ ପ୍ରତିଦ୍ନନ୍ଦୀ । ତେବେ ଟି -20 ବିଶ୍ୱକପ ମ୍ୟାଚ ଦିନ ଭାରତର ଟେନିସ ଖେଳାଳି ସାନିଆ ମିର୍ଜା ସୋସିଆଲ ମିଡିଆଠାରୁ ଦୂରରେ ରହିବାକୁ ଯୋଜନା କରୁଛନ୍ତି । ଭାରତ ପାକିସ୍ତାନ ମ୍ୟାଚ୍ ଦିନ ସୋସିଆଲ ମିଡିଆରେ ସୃଷ୍ଟି ହୋଇଥିବା ଖରାପ ପରିବେଶ ଯୋଗୁଁ ସେ ଏପରି କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଦୁଇ ବର୍ଷ ପରେ ଭାରତ ଏବଂ ପାକିସ୍ତାନ ଏକ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାକୁ ଯାଉଛନ୍ତି । ଅକ୍ଟୋବର ୨୪ ରେ ଦୁଇ ଦେଶ ମଧ୍ୟରେ ଏହି ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚକୁ ସାରା ବିଶ୍ୱରେ କ୍ରିକେଟ୍ ପ୍ରଶଂସକମାନେ ଅପେକ୍ଷା କରିଛନ୍ତି । ତେବେ ମ୍ୟାଚ ପୂର୍ବୂରୁ ଇନଷ୍ଟାଗ୍ରାମରେ ଏକ ରିଲ୍ ସେୟାର କରି ସାନିଆ ମିର୍ଜା ଲେଖିଛନ୍ତି, ‘ଭାରତ ବନାମ ପାକିସ୍ତାନ ମ୍ୟାଚ୍ ଦିନ ମୁଁ ସୋସିଆଲ ମିଡିଆରୁ ଗାଏବ ରହିବି ।

ସେ ରିଲର କ୍ୟାପସନ୍ କରି ବିଦାୟ ଲେଖିଛନ୍ତି । ସୂଚନା ଥାଉକି, ସାନିଆ ମିର୍ଜା ପାକିସ୍ତାନୀ କ୍ରିକେଟର ଶୋଏବ ମଲିକଙ୍କୁ ବିବାହ କରିଛନ୍ତି । ଶୋଏବ ମଲିକଙ୍କୁ ପାକିସ୍ତାନର ଟି -20 ବିଶ୍ୱକପ ଦଳରେ ସାମିଲ କରାଯାଇଛି । ସେ ପାକିସ୍ତାନର ବରିଷ୍ଠ ଖେଳାଳିମାନଙ୍କ ମଧ୍ୟରୁ ଜଣେ । ସର୍ବଦା ଭାରତ-ପାକିସ୍ତାନ ସମ୍ପର୍କକୁ ନେଇ କେମିତି ପରିସ୍ଥିତି ଲାଗି ରହୁଛି । ସେଥିପାଇଁ ମ୍ୟାଚ୍ ଦିନ କୌଣସି ଅସୁବିଧା ସୃଷ୍ଟି ନହେଉ ସେନେଇ ସେ ଏପରି କରିବାକୁ ନିଷ୍ପତ୍ତି ନେଇଛନ୍ତି ।

   Related Posts