Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଭାରତକୁ ଖୁସି ହେବାର ସୁଯୋଗ ଦେଲା ନାମିବିୟା, ସେମି ଫାଇନାଲ ରାସ୍ତା ହେଲା ଆଉ ଟିକିଏ ସହଜ

5/11/2021 at 8:04 PM

ସାରଜା ୦୫।୧୧: ଭାରତୀୟ ଦଳକୁ ଟି-୨୦ ବିଶ୍ଵ କପ୍‌ରୁ ଆଉ ଏକ ଖୁସି ଖବର ମିଳିଛି। ଆଜିର ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ନାମିବିୟାକୁ ୫୨ ରନରେ ହରାଇଛି। କିଓ୍ଵି ୬ ପଏଣ୍ଟ ସହ ଗ୍ରୁ-୨ର ଦ୍ଵିତୀୟ ସ୍ଥାନକୁ ଉଠିଛି। ମାତ୍ର ଦଳ ବଡ ବ୍ୟବଧାନରେ ନାମିବିୟାକୁ ହରାଇ ପାରି ନାହିଁ, ଯାହା ଦଳ ପାଇଁ ଜରୁରୀ ଥିଲା। ଏହି କାରଣରୁ ଦଳର ରନରେଟ୍ ଆଫଗାନିସ୍ତାନଠୁ ତଳେ ରହିଛି। ଯଦି ଅନ୍ତିମ ମୁକାବିଲାରେ ଆଫଗାନିସ୍ତାନ ନ୍ୟୁଜିଲାଣ୍ଡକୁ ହରାଇ ଦିଏ ତେବେ ଭାରତର ସେମି ଫାଇନାଲ ପଥ ସହଜ ହୋଇଯିବ। ଆଫଗାନିସ୍ତାନ ସେମି ଫାଇନାଲ ଦୌଡରେ ସର୍ବାଗ୍ରେ ରହିବ ଏବଂ ନ୍ୟୁଜିଲାଣ୍ଡ ବାଦ୍ ପଡିବ। ଏହା ପରେ ଆଫଗାନିସ୍ତାନର ରନରେଟ୍‌ ହିସାବରେ ଭାରତ ନିଜର ଅନ୍ତିମ ମ୍ୟାଚ୍‌ରେ ମଇଦାନକୁ ଓହ୍ଲାଇବ।

ନ୍ୟୁଜିଲାଣ୍ଡକୁ ଆଫଗାନିସ୍ତାନଠୁ ଉନ୍ନତ ରନ ରେଟ୍ ହାସଲ କରିବା ପାଇଁ ନାମିବିୟାକୁ ୯୪ କିମ୍ବା ଏଥିରୁ କମ ସ୍କୋରରେ ରୋକିବାର ଥିଲା। ମାତ୍ର ନାମିବିୟା ୧୧୧ ରନ କରି କିଓ୍ଵି ଦଳକୁ ବଡ ବିଜୟ ହାସଲ କରିବାକୁ ଦେଇନଥିଲା। ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୪ ଓ୍ଵିକେଟ୍ ହରାଇ ୧୬୩ ରନ କରିଥିଲା। ଦଳ ୮୭ ରନରେ ୪ ଓ୍ଵିକେଟ୍ ହରାଇଥିଲା। ହେଲେ ଗ୍ଲେନ ଫିଲିପ୍ସ ଅପରାଜିତ ୩୯ ଏବଂ ଜିମି ନିଶାନ ଅପରାଜିତ ୩୯ ରନ କରି ସ୍କୋରକୁ ୧୬୩ରେ ପହଞ୍ଚାଇଥିଲେ।

ନ୍ୟୁଜିଲାଣ୍ଡ ନିଜର ଅନ୍ତିମ ମ୍ୟାଚ୍ ନଭେମ୍ଵର ୭ରେ ଆଫଗାନିସ୍ତାନ ବିପକ୍ଷରେ ଖେଳିବ। ଅନ୍ୟପକ୍ଷେ ଭାରତର ଅନ୍ତିମ ମୁକାବିଲା ନଭେମ୍ବର ୮ରେ ନାମିବିୟା ସହ ରହିଛି। ଯଦି ଆଫଗାନିସ୍ତାନ ନ୍ୟୁଜିଲାଣ୍ଡକୁ ହରାଇ ଦିଏ ତେବେ ଭାରତ ପାଖରେ ଏକ ସ୍ପଷ୍ଟ ଗଣିତ ରହିବ ଯେ, ସେମି ଫାଇନାଲ ପହଞ୍ଚିବାକୁ ହେଲେ ଦଳକୁ କଣ କରିବାକୁ ପଡିବ। ଗ୍ରୁପ ୨ରେ ସ୍କଟଲାଣ୍ଡ ଓ ନାମିବିୟା ସେମି ଫାଇନାଲ ଦୌଡରୁ ବାଦ୍ ପଡି ସାରିଛି।

   Related Posts