ନୂଆ ଅନ୍ଦାଜରେ ଭାରତୀୟ କ୍ରିକେଟ୍‌ ଟିମ୍‌ରେ ଏଣ୍ଟ୍ରି କଲେ କିଙ୍ଗ୍‌, ମେଣ୍ଟରଙ୍କୁ ସ୍ୱାଗତ କଲା BCCI

Published By : Prameya-News7 Bureau | October 18, 2021 IST

ନୂଆଦିଲ୍ଲୀ ୧୮/୧୦: ଦୀର୍ଘ ଦିନର ଲମ୍ୱା ବ୍ୟବଧାନ ପରେ ଭାରତୀୟ କ୍ରିକେଟ ଟିମକୁ କମ୍‌ବ୍ୟାକ୍ କରିଛନ୍ତି ମହେନ୍ଦ୍ର ସିହ ଧୋନୀ । ପୁଣି ଥରେ ମହେନ୍ଦ୍ର ସିଂହ ଧୋନୀ ମେନ ଇମ ବ୍ଲୁ ସହ ଯୋଡି ହୋଇଯାଇଛନ୍ତି । ଏଥର କିନ୍ତୁ ନୂଆ ରୂପରେ । ଖେଳାଳି ନୁହେଁ ବରଂ ମେଣ୍ଟର ଭାବେ କରିଛନ୍ତି କମବ୍ୟାକ୍ । ତେବେ ଧଲରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯଇଛି ।

ଭାରତୀୟ କ୍ରିକେଟ୍ ବୋର୍ଡ ବା ବିସିସିଆଇ ଧୋନୀଙ୍କ ସହ ଟିମ୍‌ର କିଛି ଫଟୋ ସେୟାର କରିଛି । ‍ଖାଲି ସେତିକି ନୁହେଁ ବୋର୍ଡ ପକ୍ଷରୁ ଏମ୍‌ଏସ୍‌ ଧୋନୀଙ୍କୁ ସ୍ୱାଗତ କରି ଏକ ଟ୍ୱିଟ୍‌ କରାଯାଇଛି । ସେଥିରେ ମାହିଙ୍କୁ କିଙ୍ଗ ବୋଲି ସମ୍ବୋଧନ କରାଯାଇଛି । ଗତ ବର୍ଷେ ତଳେ ସେ ଇଣ୍ଟରନ୍ୟାସନାଲ କ୍ରିକେଟ୍‌କୁ ବାଏ ବାୟ କରିଥିଲେ । ତେବେ ଧୋନୀ ଅଧନାୟକ ଭାବେ ଭାରତୀୟ ଟିମ୍‌କୁ ଦୁଇ ଥର ବିଶ୍ୱକପ୍‌ ଦେଇଛନ୍ତି ।

ମହେନ୍ଦ୍ର ସିଂହ ଧୋନୀଙ୍କୁ କେବଳ ଭାରତରେ ନୁହେଁ ସାରା ବିଶ୍ୱରେ ଜଣେ ସର୍ବଶ୍ରେଷ୍ଠ ଅଧିନାୟକ ଭାବେ ବିବେଚନା କରାଯାଏ । ବିସିସିଆଇ ଧୋନୀଙ୍କର ଏହି ଟ୍ୟାଲେଣ୍ଟର ଫାଇଦା ନେବା ପାଇଁ ତାଙ୍କୁ ପୁଣି ଥରେ ଭାରତୀୟ କ୍ରିକେଟ୍‌ ଟିମ୍‌ ସହ ଯୋଡ଼ିବାକୁ ଚେଷ୍ଟା କରିଛି । ଦୁଇ ଦିନ ପୂର୍ବରୁ ହିଁ ଧୋନୀ ଆଇପିଏଲ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସଙ୍କୁ ଚାମ୍ପିଅନ୍‌ କରାଇଛନ୍ତି ।

wp:html /wp:html

ଟ୍ୱିଟରେ ସେୟାର ହୋଇଥିବା ଫଟୋରେ ଦେଖିବାକୁ ମିଳିଛି ଧୋନୀ ରବିବାର ଭାରତୀୟ କ୍ରିକେଟ୍‌ ଟିମ୍‌ର କୋଚ୍‌ ଓ ଖେଳାଳିଙ୍କ ସହ ମଇଦାନରେ ନଜର ଆସିଥିଲେ । ବିସିସିଆଇ ପକ୍ଷରୁ ଏହି ସମୟର ଫଟୋକୁ ଟ୍ୱିଟ୍‌ କରାଯାଇଛି । ଆଉ ସେଥିରେ ଲେଖାଯାଇଛି ଯେ, କିଙ୍ଗଙ୍କୁ ହୃଦୟର ସହ ସ୍ୱାଗତ କରାଯାଉଛି । ମହେନ୍ଦ୍ର ସିଂହ ଧୋନୀ ଟିମ୍‌ ଇଣ୍ଡିଆକୁ ଏକ ନୂଆ ଭୂମିକାରେ ପ୍ରବେଶ କରିଛନ୍ତି । ଆସନ୍ତା ୨୪ ମଇଦାନକୁ ଓହ୍ଲାଇ ନିଜର ଅଭିଯାନ ଆରମ୍ଭ କରିବ ଟିମ ଇଣ୍ଡିଆ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.