Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||
  • ସୁବର୍ଣ୍ଣପୁର : ମା’ ସୁରେଶ୍ଵରୀ ମନ୍ଦିରରୁ ଚୋରି ଘଟଣା : କାର୍ଯ୍ୟରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଖଲ୍ଲିକୋଟ : ଜମିଜମା ବିବାଦକୁ କେନ୍ଦ୍ରକରି ଗାଁରୁ ବାସନ୍ଦ, ନ୍ୟାୟ ଦାବିରେ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଆମରଣ ଅନଶନରେ ବସିଲେ ବୃଦ୍ଧ ଦମ୍ପତ୍ତି
  • ||
  • ଭୁବନେଶ୍ବର : ଦରଦାମ୍ ବୃଦ୍ଧି ପ୍ରତିବାଦ ସହ ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜଭବନ ସମ୍ମୁଖରେ ବିଜେଡିର ଧାରଣା
  • ||
  • ଭୁବନେଶ୍ବର : ବିଧାନସଭା ଶୀତକାଳୀନ ଅଧିବେଶନ : ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ଧର୍ମଗଡ : ଝୁଲନ୍ତା ଅବସ୍ଥାରେ ମିଳିଲା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||

ନ୍ୟୁଜିଲାଣ୍ଡଠୁ ହାରିବା ପରେ ବିବୃତ୍ତି ରଖିଲେ ଏହି ଖେଳାଳି, କହିଲେ ୬ ମାସ ହେବ ଘରଠୁ ଦୂରରେ ଅଛୁ

1/11/2021 at 10:33 AM

ନୂଆଦିଲ୍ଲୀ ୦୧/୧୧: ଟି -20 ବିଶ୍ୱକପରେ କ୍ରମାଗତ ଭାବେ ଦ୍ୱିତୀୟ ପରାଜୟର ସମ୍ମୁଖୀନ ହୋଇଛି ଭାରତ । ପ୍ରଥମ ପାକିସ୍ତାନ ଏବଂ ରବିବାର ନ୍ୟୁଜିଲାଣ୍ଡଠୁ ଭାରତ ପରାସ୍ତ ହୋଇଛି । ଏହି ପରାଜୟ ପରେ ଟିମ୍ ଇଣ୍ଡିଆ ପାଇଁ ସେମିଫାଇନାଲରେ ପ୍ରବେଶ କରିବା ବାଟ ଅତ୍ୟନ୍ତ କାଠିକାର ପାଟ ହୋଇପଡିଛି । ମ୍ୟାଚରେ ଟିମ୍ ଇଣ୍ଡିଆର ଖେଳାଳିମାନେ କ୍ଳାନ୍ତ ଦେଖାଯାଉଥିଲେ ।

ମ୍ୟାଚ୍ ପରେ ଜସପ୍ରୀତ ବୁମ୍ରା ମଧ୍ୟ ସାମ୍ବାଦିକ ସମ୍ମିଳନୀରେ ସମାନ କଥା କହିଛନ୍ତି । ସେ କହିଛନ୍ତି ଯେ ବେଳେବେଳେ ଆପଣଙ୍କୁ ଏକ ବିରତି ଦରକାର । ଏହି ସମୟରେ, ଥକ୍କି ଯାଇଥିବା ଶରୀରକୁ ବି ରେଷ୍ଟ ଦାରକାର । ଆମକୁ ବିଶ୍ରାମ ଆବଶ୍ୟକ । ବୁମ୍ରା କହିଥିବା କଥା ମ୍ୟାଚ୍ ଦେଖିଲେ ସ୍ପଷ୍ଟ ବାରି ହୋଇପଡିଛି । କାରଣ ଟିମ୍ ଇଣ୍ଡିଆ ଜାନୁଆରୀରୁ କ୍ରମାଗତ କ୍ରିକେଟ୍ ଖେଳୁଛି ।

ଟି-୨୦ ବିଶ୍ୱକପ୍ ଦଳରେ ଅନ୍ତର୍ଭୁକ୍ତ ପ୍ରାୟ ସମସ୍ତ ଖେଳାଳି ସିଧାସଳଖ ଆଇପିଏଲ୍ ଖେଳି ଟୁର୍ଣ୍ଣାମେଣ୍ଟରେ ପ୍ରବେଶ କରିଛନ୍ତି । ଏଭଳି ପରିସ୍ଥିତିରେ ଦଳର ଖରାପ ପ୍ରଦର୍ଶନ ପାଇଁ ଥକ୍କା ଏବଂ ଅତ୍ୟଧିକ କ୍ରିକେଟ୍ ଖେଳିବା ମଧ୍ୟ ଏକ କାରଣ ହୋଇପାରେ । ଭାରତୀୟ ପେସର୍ ବୁମ୍ରା ଆହୁରି ମଧ୍ୟ କହିଛନ୍ତି ଯେ ବେଳେବେଳେ ପରିବାରର ଅଭାବ ଅନୁଭବ କରୁଛୁ ଆମେ ।

ଆମେ କ୍ରମାଗତ ୬ ମାସ ହେବ କ୍ରିକେଟ୍ ଖେଳୁଛୁ ଏବଂ ଘରଠାରୁ ବହୁ ଦୂରରେ ଅଛୁ । ଏସବୁ ଦିଗରେ ବିସିସିଆଇ ସମସ୍ତ ଉଦ୍ୟମ କରିଛି । କିନ୍ତୁ ଯେତେବେଳେ ତୁମେ ପରିବାର ବ୍ୟତୀତ ବାୟୋ-ବବୁଲରେ ବହୁତ ଅନେକ ସମୟ ବିତାଇବ, ସେତେବେଳେ ଏହି ଜିନିଷଗୁଡ଼ିକ ଅନେକ ଥର ମନକୁ ଆସେ । ବବୁଲରେ ସ୍ଥିର ରହିବା ମଧ୍ୟ ଖେଳାଳିଙ୍କୁ ମାନସିକ ସ୍ତରରେ କ୍ଲାନ୍ତ କରିଥାଏ ।

   Related Posts