Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଟି-୨୦ ବିଶ୍ଵ କପ୍: ଭାରତ-ଇଂଲଣ୍ଡ ଓ୍ଵାର୍ମ ଅପ୍ ମ୍ୟାଚ୍ ରଦ୍ଦ, ୨୦ରେ ଏହି ଦଳ ସହ ଲଢିବ ବିରାଟ ବାହିନୀ

12/10/2021 at 6:17 PM

ନୂଆଦିଲ୍ଲୀ ୧୨।୧୦: ଆଗାମୀ ଟି-୨୦ ବିଶ୍ଵ କପ୍ ୨୦୨୧ ପୂର୍ବରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଓ୍ଵାର୍ମ ଅପ ମ୍ୟାଚ୍ ଖେଳାଯିବାର କାର୍ଯ୍ୟକ୍ରମ ଥିଲା। ଏହି ମୁକାବିଲା ଅକ୍ଟୋବର ୧୮ରେ ଖେଳାଯିବାର ଥିଲା। ହେଲେ ନୂତନ କାର୍ଯ୍ୟକ୍ରମ ଅନୁଯାୟୀ ଭାରତ-ଇଂଲଣ୍ଡ ଓ୍ଵାର୍ମ ଅପ୍ ମ୍ୟାଚ୍ ରଦ୍ଦ କରାଯାଇଛି। ଭାରତୀୟ ଦଳକୁ ଏବେ ଇଂଲଣ୍ଡ ବଦଳରେ ଅଷ୍ଟ୍ରେଲିଆ ବିପକ୍ଷରେ ନିଜର ଅଭ୍ୟାସ୍ ମ୍ୟାଚ୍ ଖେଳିବ। ଏହା ପରେ ଅକ୍ଟୋବର ୨୦ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦ୍ଵିତୀୟ ଓ୍ଵାର୍ମ ଅପ୍ ମ୍ୟାଚ୍ ଖେଳିବ। ଦୁଇ ଅଭ୍ୟାସ୍ ମ୍ୟାଚ୍ ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା ୭ଟା ୩୦ରେ ଖେଳାଯିବ।

ସ୍ପୋଟ୍ସ କିଡା ରିପୋର୍ଟ ଅନୁଯାୟୀ, ଟି-୨୦ ବିଶ୍ଵ କପ୍‌ ୨୦୨୧ ମ୍ୟାଚ୍‌ର ତାରିଖ ଏବଂ ଅନ୍ୟ ଦଳଗୁଡିକ ବ୍ୟତୀତ ଭାରତୀୟ ଦଳର ମ୍ୟାଚ୍ ଆୟୋଜନ ସ୍ଥଳ ବଦଳାଯାଇଛି। ଗତ କାର୍ଯ୍ୟକ୍ରମ ଅନୁଯାୟୀ, ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଭାରତ ଦୁଇଟି ଅଭ୍ୟାସ୍ ଖେଳିବାର କାର୍ଯ୍ୟକ୍ରମ ଥିଲା। ହେଲେ କାର୍ଯ୍ୟସୂଚୀରେ ପରିବର୍ତ୍ତନ କରାଯାଇଛି। ଭାରତ ସହିତ  ଅଭ୍ୟାସ୍ ମ୍ୟାଚ୍ ରଦ୍ଦ ହେବା ପରେ ଇଂଲଣ୍ଡ ଦଳ ଏବେ ନିଜର ପ୍ରଥମ ଅଭ୍ୟାସ୍ ମ୍ୟାଚ୍‌ ଅକ୍ଟୋବର ୧୮ ତାରିଖରେ ପାକିସ୍ତାନ ବିପକ୍ଷରେ ଖେଳିବ। ଇଂଲଣ୍ଡ ଦ୍ଵିତୀୟ ଅଭ୍ୟାସ୍ ମ୍ୟାଚ୍ ଅକ୍ଟୋବର ୨୦ରେ ଆବୁଧାବିରେ ନ୍ୟୁଜିଲାଣ୍ଡ ବିରୋଧରେ ଖେଳିବ।

ଆଇସିସି ଟି-୨୦ ବିଶ୍ଵ କପ୍ ଅକ୍ଟୋବର ୧୭ରୁ ଆରମ୍ଭ ହେଉଛି। ନଭେମ୍ବର ୧୪ରେ ଏହାର ଫାଇନାଲ୍ ମ୍ୟାଚ୍ ଖେଳାଯିବ।  ଭାରତୀୟ କ୍ରିକେଟ୍ ଦଳ ନିଜର ପ୍ରଥମ ମ୍ୟାଚ୍ ଅକ୍ଟୋବର ୨୪ରେ ପାକିସ୍ତାନ ବିପକ୍ଷରେ ଖେଳିବ। ଦୁଇ ଦଳର ଏହି ମ୍ୟାଚ୍‌କୁ ନେଇ କ୍ରିକେଟ୍‌ ପ୍ରେମୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଲାଣି।

   Related Posts