T-20 ବିଶ୍ୱକପ୍ ପୂର୍ବରୁ ଟିମ୍ ଇଣ୍ଡିଆ ଜର୍ସିରେ ରଙ୍ଗୀନ ହେଲା ବିଶ୍ୱର ସବୁଠୁ ଉଚ୍ଚତମ ବିଲ୍ଡିଂ, ଚମକିଲେ ଭାରତୀୟ ଖେଳାଳି

Published By : Prameya-News7 Bureau | October 14, 2021 IST

ସାଉଦି ୧୪/୧୦: ହାତରେ ଆଉ ଅଳ୍ଦଦିନ । ପୁଣି ବର୍ଷିବ ଛଡା ଚଉକାର ବର୍ଷା । ଜମିବ ଫଟାଫଟ କ୍ରିକେଟ ମଜ୍ଜା । ଆରମ୍ଭ ହେବ ଟି-୨୦ ବିଶ୍ୱକପ୍ । ହେଲେ ଏହା ପୂର୍ବରୁ ଦୁବାଇରେ ଦେଖିବାକୁ ମିଳିଛି ଟି-୨୦ ଫିଭର । ଗତକାଲି ଟି-୨୦ ବିଶ୍ୱକପ୍ ପାଇଁ ଟିମ୍ ଇଣ୍ଡିଆର ନୂଆ ଜର୍ସି ଉନ୍ମୋଚିତ ହୋଇଥିଲା । ଏହାସହ ବିଶ୍ୱର ସବୁଠାରୁ ଉଚ୍ଚ ବିଲ୍ଡିଂ ବୁର୍ଜ ଖଲିଫା ମଧ୍ୟ ଟିମ୍ ଇଣ୍ଡିଆର ଜର୍ସିର ରଙ୍ଗରେ ରଙ୍ଗୀନ ହୋଇଛି ।

wp:html
/wp:html

ଉଚ୍ଚ ବିଲ୍ଡିଂରେ ଦେଖିବାକୁ ମିଳିଥିଲା ଭାରତୀୟ ଖେଳାଳିଙ୍କ ଚମକ । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ । ଏଥିରେ ନୂଆ ଜର୍ସି ସହ ଟିମ୍ ଇଣ୍ଡିଆର ଖେଳାଳିଙ୍କୁ ଦେଖିବାକୁ ମିଳିଛି । ଆସନ୍ତା ୧୮ ଓ ୨୦ ତାରିଖରେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ବିପକ୍ଷରେ ଅଭ୍ୟାସ ମ୍ୟାଚ୍ ବେଳେ ଟିମ୍ ଇଣ୍ଡିଆ ଏହି ନୂଆ ଜର୍ସି ସହ ଖେଳିବ । ୨୪ ତାରିଖରେ ଭାରତ ପାକିସ୍ତାନ ବିପକ୍ଷରେ ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.