Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ୟୁଜବେନ୍ଦ୍ର ଚହଲଙ୍କ ସ୍ଥାନରେ କାହିଁକି ରାହୁଲ ଚହରଙ୍କୁ ଦଳରେ ନିଆଗଲା, କାରଣ କହିଲେ ବିରାଟ କୋହଲି

16/10/2021 at 10:34 PM

ନୂଆଦିଲ୍ଲୀ ୧୬।୧୦: ଭାରତୀୟ ଦଳର ବରିଷ୍ଠ ବୋଲର ୟୁଜବେନ୍ଦ୍ର ଚହଲ ଟି-୨୦ ବିଶ୍ଵ କପ୍‌ ଦଳରୁ ବାହାରେ ଅଛନ୍ତି।  ତାଙ୍କ ସ୍ଥାନରେ ଯୁବ ସ୍ପିନର ରାହୁଲ ଚହରଙ୍କୁ ୧୫ ଜଣିଆ ଦଳରେ ସାମିଲ୍ କରାଯାଇଛି। ଚୟନକର୍ତ୍ତାଙ୍କ ଏହି ନିଷ୍ପତ୍ତିକୁ ନେଇ ଅନେକ ପୂର୍ବତନ ଖେଳାଳି ମଧ୍ୟ ପ୍ରଶ୍ନ ଉଠାଇଥିଲେ। ହେଲେ ଶନିବାର ଚୟନକର୍ତ୍ତାଙ୍କ ଏହି ନିଷ୍ପତ୍ତିକୁ ସଠିକ୍ ଦର୍ଶାଇଛନ୍ତି ଅଧିନାୟକ ବିରାଟ କୋହଲି। ଚହଲ ଟି-୨୦ କ୍ରିକେଟ୍‌ରେ ଭାରତ ପକ୍ଷରୁ ସର୍ବାଧିକ ଓ୍ଵିକେଟ୍ ହାସଲକାରୀ  ବୋଲର। ଅନ୍ୟପଟେ ରାହୁଲ ଚହର କେବଳ ୭ ଓ୍ଵିକେଟ୍ ନେଇଛନ୍ତି। ଆଇପିଏଲ ୨୦୨୧ରେ ମଧ୍ୟ ଚହଲ ଦମଦାର ପ୍ରଦର୍ଶନ କରିଥିଲେ।

ବିରାଟ କୋହଲି ମିଡିଆ ସହ  ଆଲୋଚନା ବେଳେ କହିଛନ୍ତି, ଏହା ଏକ କଷ୍ଟକର ନିଷ୍ପତ୍ତି ଥିଲା। ମାତ୍ର ଗୋଟିଏ କାରଣରୁ ରାହୁଲ ଚହରଙ୍କୁ ଦଳରେ ସାମିଲ୍ କରିବାକୁ ନିଷ୍ପତ୍ତି ନିଆଯାଇଛି। ଚହର କିଛି ବର୍ଷ ଧରି ଆଇପିଏଲରେ ଦମଦାର ପ୍ରଦର୍ଶନ କରି ଆସୁଛନ୍ତି। ସେ ଯେଉଁ ଗତିରେ ବୋଲିଂ କରନ୍ତି ତାହା ୟୁଏଇ ପିଚ୍ ପାଇଁ ଅନୁକୂଳ ଅଟେ। ସେ ଶ୍ରୀଲଙ୍କା ଏବଂ ଇଂଲଣ୍ଡ ବିପକ୍ଷ ସିରିଜ୍‌ରେ ଦମଦାର ପ୍ରଦର୍ଶନ କରିଥିଲେ। ଘରୋଇ ଇଂଲଣ୍ଡ ସିରିଜ୍‌ରେ ମଧ୍ୟ କଠିନ ମୁକାବିଲାରେ ଦମଦାର ବୋଲିଂ କରିଥିଲେ।

କୋହଲି କହିଛନ୍ତି, ୟୁଏଇରେ ଯେମିତି ଯେମିତି ଟୁର୍ଣ୍ଣାମେଣ୍ଟ ଆଗକୁ ବଢିବ, ଓ୍ଵିକେଟ୍ ଅଧିକ ଧିମା ହେବାରେ ଲାଗିବ। ଏମିତିରେ ଏଭଳି ପିଚ୍‌ରେ ଦ୍ରୁତ ଗତିରେ ବୋଲିଂ କରିପାରୁଥିବା ବୋଲର ବ୍ୟାଟସମ୍ୟାନଙ୍କୁ ଅଧିକ ହଇରାଣରେ ପକାଇ ପାରନ୍ତି। ରାହୁଲ ଚହରଙ୍କ ପାଖରେ ଏମିତି କ୍ଵାଲିଟି ରହିଛି। ସେ ସର୍ବଦା ଓ୍ଵିକେଟ୍ ଉପରେ ଆକ୍ରମଣ କରିଥାନ୍ତି। ଏହି ବିଶେଷତ୍ଵ କାରଣରୁ ଚହରଙ୍କୁ ଦଳରେ ଚୟନ କରାଯାଇଛି। ବିଶ୍ଵ କପ୍ ପାଇଁ ଦଳ ଚୟନ ସର୍ବଦା ମୁସ୍କିଲ ହୋଇଥାଏ ଏବଂ ଆପଣ ପ୍ରତି ଖେଳାଳିଙ୍କୁ ରଖି ପାରିବେ ନାହିଁ ବୋଲି ବିରାଟ କୋହଲି କହିଛନ୍ତି।

   Related Posts