ଟି-20 ବିଶ୍ୱକପରେ ଭାରତ ପାଇଁ ସଂକଟମୋଚକ ହେବେ ମାହି: କାମ ଦେବ ଧୋନିଙ୍କ ଅଭିଜ୍ଞତା, ଦାବି କଲେ ଏହି ଖେଳାଳି

Published By : Prameya-News7 Bureau | September 12, 2021 IST

ନୂଆଦିଲ୍ଲୀ ୧୨/୦୯ : ପୂର୍ବତନ ଅଧିନାୟକ ଏମଏସ ଧୋନିଙ୍କୁ ଟି-20 ବିଶ୍ୱକପ ପାଇଁ ଟିମ ଇଣ୍ଡିଆର ମେଣ୍ଟର କରାଯାଇଛି । ବିସିସିଆଇର ଏହି ନିଷ୍ପତ୍ତି ନେଇ ପୂର୍ବତନ ଭାରତୀୟ ୱିକେଟ୍ କିପର-ବ୍ୟାଟ୍ସମ୍ୟାନ୍ ଫାରୁକ୍ ଇଞ୍ଜିନିୟର ଖୁସି ବ୍ୟକ୍ତ କରିଛନ୍ତି । ଫାରୁକ୍ ଇଞ୍ଜିନିୟର କହିଛନ୍ତି ଯେ ଧୋନିଙ୍କ ଅଭିଜ୍ଞତା ଟିମ୍ ଇଣ୍ଡିଆ ପାଇଁ ବହୁତ ଉପଯୋଗୀ ହେବ ।

ସେ କହିଛନ୍ତି, "ମୁଁ ଖୁସି ଯେ ଏମଏସ ଧୋନିଙ୍କୁ ଜଣେ ମେଣ୍ଟର ଭାବରେ ନିଯୁକ୍ତ କରାଯାଇଛି । ଏହାର ଅର୍ଥ କ’ଣ, ଜଣେ ପ୍ରଶିକ୍ଷକଙ୍କ ପରି ପରାମର୍ଶଦାତା ? ରବି ଶାସ୍ତ୍ରୀ କୋଚ ଏବଂ ଧୋନି ହେଉଛନ୍ତି ପରାମର୍ଶଦାତା । ଧୋନିଙ୍କୁ ତାଙ୍କ ଅଭିଜ୍ଞତା ହେତୁ ଦଳରେ ରଖାଯିବ ବହୁତ ଭଲ । ବିସିସିଆଇ ଏହି ନିଷ୍ପତ୍ତି ନେଇଥିବାରୁ ମୁଁ ଖୁସି । ଇଞ୍ଜିନିୟର ଆହୁରି କହିଛନ୍ତି ଯେ ଧୋନି ଟିମ୍ ଇଣ୍ଡିଆକୁ ଭଲ ପରାମର୍ଶ ଦେବେ ।

ତେବେ ମୁଁ ନିଶ୍ଚିତ ଯେ ସେ ରବି କିମ୍ବା ବିରାଟଙ୍କୁ ବହୁତ ଚତୁର ଉପାୟରେ ଧୋନୀ ପରାମର୍ଶ ଦେବେ । ମୋଟ ଉପରେ କହିବାକୁ ଗଲେ ମୁଁ ଭାବୁଛି ଆମର ଦଳ ବହୁତ ଭଲ ପ୍ରଦର୍ଶନ କରିବା । କାରଣ ଧୋନୀ ଜଣେ ବହୁତ ଭଲ ପରାମର୍ଶଦାତା, ପରିଚାଳକ ଏବଂ ସଫଳ ଅଧିନାୟକ । ଫାରୁକ୍ କୁହନ୍ତି ଭାରତ ନିକଟରେ ଏହି ହିଁ ଭଲ ସୁଯୋଗ ରହବି ବିଶ୍ୱକପ୍ ଜିତିବାର ।

ପୂର୍ବ ଖେଳାଳିଙ୍କୁ ମେଣ୍ଟର ରଖାଯିବା ଦଳ ପାଇଁ ବହୁତ ଭଲ କଥା । ଖାସ୍ କରି ମାହିଙ୍କ ପରାମର୍ଶ ଦଳ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । ସେ ଆହୁରି କହିଛନ୍ତି । ଯେମିତି ଆଇପିଏଲରେ ମୁମ୍ୱାଇ ଇଣ୍ଡିଆନ୍ସର ପରାମର୍ଶ ଦାତା ରହିଛନ୍ତି ସଚିନ ତେନ୍ଦୁଲକର । ତାଙ୍କ ପରାମର୍ଶରେ ଦଳ ତାର ଶ୍ରେଷ୍ଠ ପ୍ରଦର୍ଶନ ବଜାର ରଖିଛି । ଠିକ୍ ସେହିପରି ଧୋନୀ ମଧ୍ୟ ଦଳ ପାଇଁ ବେଶ ଗୁରୁତ୍ୱ ବହନ କରନ୍ତି ।

ସୂଚନା ଥାଉି କି, ଏପର୍ଯ୍ୟନ୍ତ ୬ ଟି ଟି -20 ବିଶ୍ୱକପ ଖେଳାଯାଇଛି । ଏହି ସମସ୍ତ ବିଶ୍ୱକପ୍‌ରେ ଧୋନିଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ଅଂଶଗ୍ରହଣ କରିଥିଲା । କିନ୍ତୁ ଏବେ ଧୋନିଙ୍କ ଭୂମିକା ବଦଳିବାକୁ ଯାଉଛି । ୨୪ ଅକ୍ଟୋବରରେ ଦୁବାଇରେ ସୁପର ୧୨ ପର୍ଯ୍ୟାୟରେ ପାକିସ୍ତାନ ବିପକ୍ଷ ମ୍ୟାଚ୍ ସହିତ ଭାରତ ନିଜର ଅଭିଯାନ ଆରମ୍ଭ କରିବାକୁ ଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.