Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଜେଟ୍ ଅଧିବେଶନ: ଜାନୁଆରୀ ୩୧ରେ ରାଷ୍ଟ୍ରପତିଙ୍କ ଅଭିଭାଷଣ, ଫେବୃଆରୀ ୧ରେ ଉପସ୍ଥାପନ ହେବ ବଜେଟ୍
  • ||
  • IPL 2022: ନିଜ ଟିମ୍‌ର ନାମ ଘୋଷଣା କଲା ଲକ୍ଷ୍ନୌ ଫ୍ରାଞ୍ଚାଇଜି, ରଖିଲା ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ
  • ||
  • ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୩୦୯ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୧୧୫ଜଣ ଡିସଚାର୍ଜ
  • ||
  • ରବିଚନ୍ଦ୍ରନ ଅଶ୍ବିନ ନିରାଶ, ଏହି ଖେଳାଳି ହେଲେ ‘ଟେଷ୍ଟ କ୍ରିକେଟର୍ ଅଫ୍‌ ଦି ଇୟର’
  • ||
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

ଟି-୨୦ ବିଶ୍ଵକପ୍ ସ୍ଥଗିତ କରି ସେହି ଜାଗାରେ ଆଇପିଏଲ ଆୟୋଜନ ହେବା ଉଚିତ୍: ମ୍ୟାକକୁଲମ୍

22/04/2020 at 10:22 PM

ଲଣ୍ଡନ ୨୨।୦୪: ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ ତଥା ଇଣ୍ଡିଆନ ପ୍ରିମିୟର ଲିଗ୍‌(IPL) ଫ୍ରାଞ୍ଚାଇଜିର କୋଚ୍‌ ବ୍ରେଣ୍ଡନ ମ୍ୟାକକୁଲମ ବୁଧବାର କହିଛନ୍ତି, ପୁରୁଷ ଟି-୨୦ ବିଶ୍ଵ କପ୍‌କୁ ଆସନ୍ତା ବର୍ଷ ପର୍ଯ୍ୟନ୍ତ ସ୍ଥଗିତ  କରି ଦିଆଯାଉ। ଏହା ଜାଗାରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଆୟୋଜନ କରାଯିବା ଉଚିତ୍। କୋଭିଡ୍-୧୯ ମହାମାରୀ କାରଣରୁ ପୂରା ଦୁନିଆର ସମସ୍ତ ଖେଳ ରଦ୍ଦ ହୋଇ ଯାଇଛି। ଅଷ୍ଟ୍ରେଲିଆରେ ଅକ୍ଟୋବର ୧୮ରୁ ନଭେମ୍ବର ୧୫ରେ ହେବାକୁ ଥିବା ଟି-୨୦ ବିଶ୍ଵ କପର ଆୟୋଜନ ଉପରେ ମଧ୍ୟ ରଦ୍ଦ ହେବାର ବିପଦ ରହିଛି।

କରୋନା କାରଣରୁ ଇଣ୍ଡିଆନ ପ୍ରିମିୟର ଲିଗ୍‌ର ୧୩ତମ ସଂସ୍କରଣ ଅନିଶ୍ଚିତକାଳ ପର୍ଯ୍ୟନ୍ତ ସ୍ଥଗିତ ହୋଇ ଯାଇଛି। ଏହି ଧନାଢ୍ୟ ଲିଗ୍‌ ମାର୍ଚ୍ଚ ୨୯ରୁ ଆରମ୍ଭ ହେବାର ଥିଲା। ମ୍ୟାକ୍‌କୁଲମ ଲାଇଭ ଚାଟରେ କହିଛନ୍ତି ଯେ, ମୋତେ  ଲାଗୁଛି  ୨୦୨୦ ଅକ୍ଟୋବରେ ଆଇପିଏଲକୁ ଖେଳାଯାଉ ଏବଂ  ଟି-୨୦ ବିଶ୍ଵ କପ୍‌କୁ ଆଗକୁ ବଢାଇ ଦିଆଯାଉ। ଏହା ସହିତ ମହିଳା ଦିନିକିଆ ବିଶ୍ଵ କପ୍ ମଧ୍ୟ ୨୦୨୧ ଫେବୃଆରୀରେ ନ୍ୟୁଜିଲାଣ୍ଡରେ ଖେଳାଯିବ ଉଚିତ୍।

ଆଇପିଏଲ ଟିମ୍ କୋଲକାତା ନାଇଟ୍‌ ରାଇଡର୍ସର କୋଚ୍ ମ୍ୟାକକୁଲମ କହିଛନ୍ତି, ଏହାର ଅର୍ଥ ମହିଳା  ବିଶ୍ଵ କପକୁ ଆଗକୁ ବଢାଯାଉ, ମାତ୍ର ଏହି ତିନୋଟି ଟୂର୍ଣ୍ଣାମେଣ୍ଟର ଖେଳ  ହେବା ମୁଁ ଦେଖିବାକୁ ଚାହେଁ। ମ୍ୟାକକୁଲମ କହିଛନ୍ତି ତାଙ୍କୁ  ଲାଗୁ ନାହିଁ ଯେ, ଟି-୨୦ ବିଶ୍ଵ କପ୍‌ ବିନା ଦର୍ଶକରେ ଖେଳାଯିବ। ୧୬ଟି ଦେଶର ଟିମ୍ କୋଭିଡ୍ ୧୯ କାରଣରୁ ଲାଗିଥିବା ଯାତ୍ରା ପ୍ରତିବନ୍ଧକ କାରଣରୁ ଅଷ୍ଟ୍ରେଲିଆରେ ପହଞ୍ଚିବା ମୁସ୍କିଲ ଲାଗୁଛି।

   Related Posts