କରୋନା ପାଇଁ ଏବେ ଟି୨୦ ବିଶ୍ୱକପର ଆୟୋଜନକୁ ନେଇ ଅନିଶ୍ଚିତତା, ଚିନ୍ତାରେ ଆଇସିସି

Published By : Prameya-News7 Bureau | April 14, 2020 IST

ସିଡନୀ, ୧୪|୦୪:  ଭାରତରେ ଲକଡାଉନର ଅବଧି ମେ’ ମାସ ୩ ତାରିଖ ଯାଏଁ ବୃଦ୍ଧି କରାଯାଇଛି । ଫଳରେ ଆଇପିଏଲକୁ ରବ୍ଦ କିମ୍ବା ସ୍ଥଗିତ କରାଯିବ ବୋଲି କୁହାଯାଉଛି । ଆଇପିଏଲକୁ କରୋନା ପ୍ରଭାବିତ କରିଥିବା ବେଳେ ଏବେ ଟି୨୦ ବିଶ୍ୱକପର ଆୟୋଜନକୁ ନେଇ ଅନିଶ୍ଚିତତା ଦେଖିବାକୁ ମିଳିଛି । ଚଳିତ ବର୍ଷର ଶେଷରେ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ମଧ୍ୟ କରୋନା ଭୟ ରହିଛି ।

{"id":254079,"width":749,"height":499,"sizeSlug":"large"}

ଚଳିତ ବର୍ଷ ଅକ୍ଟୋବର, ନଭେମ୍ବରରେ ଅଷ୍ଟ୍ରେଲିଆରେ ଟି୨୦ ବିଶ୍ୱକପ ଆୟୋଜନ ହେବ ବୋଲି ଯୋଜନା ଚାଲିଛି । କିନ୍ତୁ କରୋନାର ଭୟଙ୍କରସ ସ୍ଥିତିକୁ ଦେଖି ଏବେ ସମସ୍ତେ ଭୟଭୀତ ।ପୂର୍ବରୁ ମଧ୍ୟ ଅନେକ ସ୍ପୋର୍ଟସ୍ ଟୁର୍ଣ୍ଣାମେଣ୍ଟ ରବ୍ଦ କରିବାକୁ ପଡିଛି । ଏପରିକି ଟୋକିଓ ଅଲମ୍ପିକର ଆୟୋଜନ ମଧ୍ୟ ସ୍ଥଗିତ ରହିଛି । ସାରା ବିଶ୍ୱର ଦୁଇ ତୃତୀୟାଂଶ ଲୋକ ଘରେ ଆବଦ୍ଧ ହୋଇ ରହିଛନ୍ତି ।

ଓ୍ୱିମ୍ବଲଡନ୍ ଟୁର୍ଣ୍ଣାମେଣ୍ଟ ଜୁନ ୨୯ରୁ ଆରମ୍ଭ ହେବାକୁ ଥିଲା । ଯାହାକୁ ରବ୍ଦ କରି ଦିଆଯାଇଚି । ସେହିପରି ଜାପାନରେ ହେବାକୁ ଥିବା ଅଲମ୍ପିକ୍ ଗେମସ୍ ମଧ୍ୟ ଆସନ୍ତା ବର୍ଷକୁ ଘୁଞ୍ଚାଇ ଦିଆଯାଇଛି ।ଏପରି ସ୍ଥିତିରେ ଟି୨୦ ବିଶ୍ୱକପର ଆୟୋଜନକୁ ନେଇ ଆଇସିସି ଚିନ୍ତିତ ରହିଛି । କ୍ରିକେଟ ଅଷ୍ଟ୍ରେଲିଆ କିନ୍ତୁ ଏହାକୁ ନେଇ ଚିନ୍ତା ପ୍ରକଟ କରିଥିବା ବେଳେ ଏବେ ବିଶ୍ୱକପ ପାଇଁ ଅଧିକ ସମୟ ରହିଥିବା କହିଛି । ବୋର୍ଡର ସଭାପତି କେଭିନ୍ ରବର୍ଟସ୍ ଏହି ଟୁର୍ଣ୍ଣାମେଣ୍ଟ ବେଳକୁ ସବୁ ଠିକ ହୋଇଯାଇଥିବ ବୋଲି ଆଶା କରିଛନ୍ତି ।

ସୂଚନାଯୋଗ୍ୟ, ଆଇସିସି ଟି୨୦ ବିଶ୍ୱକପ ଅକ୍ଟୋବର ୧୮ରୁ ନଭେମ୍ବର ୧୫ ମଧ୍ୟରେ ଖେଳାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.