ରିଲିଜ୍‌ ହେଲା ଟି-୨୦ ବିଶ୍ବକପ୍‌ର ଥିମ୍‌ ସଙ୍ଗ, କୋହଲି-ପୋଲାର୍ଡ କଲେ ଧମାଲ୍‌

Published By : Prameya-News7 Bureau | September 23, 2021 IST

ଦୁବାଇ ୨୩/୦୯: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଆଗାମୀ ଟି-୨୦ ବିଶ୍ବକପ୍‌ ପାଇଁ  ଥିମ୍‌ ସଙ୍ଗ ରିଲିଜ୍‌ କରିଛି । ଏଥିରେ ଭାରତୀୟ କ୍ରିକେଟର ବିରାଟ କୋହଲି ଏବଂ ଓ୍ବେଷ୍ଟଇଣ୍ଡିଜ୍‌ ଅଧିନାୟକ କିରନ ପୋଲାର୍ଡ ନଜର ଆସିଛନ୍ତି । ଟୁର୍ଣ୍ଣାମେଣ୍ଟ ଅକ୍ଟୋବର ୧୭ରେ ଓମାନ ଏବଂ ୟୁଏଇରେ ଆରମ୍ଭ ହେବ। ଫାଇନାଲ୍‌ ମ୍ୟାଚ୍‌ ନଭେମ୍ବର ୧୪ରେ ଦୁବାଇରେ ହେବ।

ବଲିଉଡର ସଙ୍ଗୀତ ନିର୍ଦେଶକ ଅମିତ ତ୍ରିବେଦୀଙ୍କ ନିର୍ଦେଶନାରେ ପ୍ରସ୍ତୁତ ଆନିମେଟେଡ୍‌ ଫିଲ୍ମରେ ବିଶ୍ବର ବହୁ ଯୁବ ପ୍ରଶଂସକଙ୍କ ସମେତ ନାମୀ କ୍ରିକେଟରଙ୍କୁ ସାମିଲ କରାଯାଇଛି। ଭାରତୀୟ ଅଧିନାୟକ କୋହଲି ଟିମ୍‌ର ନେତୃତ୍ବ ନେଉଛନ୍ତି। ଏଥିରେ ବର୍ତ୍ତମାନର ଚାମ୍ପିୟନ୍‌ ଓ୍ବେଷ୍ଟଇଣ୍ଡିଜ୍‌ର କ୍ୟାପ୍ଟେନ ପୋଲାର୍ଡ, ଅଷ୍ଟ୍ରେଲିଆର ଅଲରାଉଣ୍ଡର ଗ୍ଲେନ୍‌ ମ୍ୟାକ୍ସଓ୍ବେଲ୍‌ ଏବଂ ଆଫଗାନିସ୍ତାନର ରାଶିଦ ଖାନ ମଧ୍ୟ ନଜର ଆସିଛନ୍ତି।

wp:html /wp:html

କରୋନା ମହାମାରୀ ସାମାନ୍ୟ ଥମିଥିବା ବେଳେ କ୍ରିକେଟର ସବୁଠୁ ବଡ଼ ପ୍ରତିଯୋଗୀତାରେ ୧୬ ଦେଶ ଅଂଶଗ୍ରହଣ କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.