Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୬ ହଜାରରୁ ଅଧିକ କରୋନା ପଜିଟିଭ୍, ୭୩୩ ମୃତ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୧୨ କୋଭିଡ୍ ପଜିଟିଭ୍
  • ||
  • କରଞ୍ଜିଆରେ ମାତିଛନ୍ତି ଝାଡଖଣ୍ଡୀ ହାତୀ, ନଷ୍ଟ କରୁଛନ୍ତି ଏକର ଏକର ଫସଲ
  • ||
  • ସିରିଜ୍‌ ଦୁର୍ଘଟଣା, ପଛକୁ ପଛ ଧକ୍କା ହେଲେ ୮ ଗାଡ଼ି ; ୩ ମୃତ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୋନପୁର ବନ୍ଦ ପାଳନ
  • ||
  • ଓଡିଶା ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ, ଗସ୍ତ କରିବେ ପାରାଦୀପ ଓ ତାଲଚେର
  • ||

ଟି-୨୦ ବିଶ୍ଵ କପ୍ ପାଇଁ ରାତି ୯ଟାରେ ଦଳ ଘୋଷଣା, ଜାଣନ୍ତୁ କେଉଁ ୧୫ ଖେଳାଳିଙ୍କୁ ମିଳିପାରେ ସୁଯୋଗ ?

8/09/2021 at 4:35 PM

ନୂଆଦିଲ୍ଲୀ ୦୮।୦୯: ଟି-୨୦ ବିଶ୍ଵ କପ୍ ପାଇଁ  ଭାରତୀୟ କ୍ରିକେଟ୍ ଦଳରେ କେଉଁ କେଉଁ ଖେଳାଳିଙ୍କୁ ସ୍ଥାନ ମିଳିବ ଏହି ପ୍ରଶ୍ନର ଉତ୍ତର ବୁଧବାର ରାତି ୯ଟାରେ ମିଳିଯିବ। ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ଏହାର ସୂଚନା ଦେଇଛି। ଟି-୨୦ ବିଶ୍ଵ କପ୍ ଅକ୍ଟୋବର ୧୭ରୁ ଆରମ୍ଭ ହେବ। ଫାଇନାଲ ମୁକାବିଲା ନଭେମ୍ବର ୧୪ରେ ଖେଳାଯିବ। ଭାରତର ପ୍ରଥମ ମୁକାବିଲା ପାକିସ୍ତାନ ସହ ରହିଛି। ଏହି ହାଇ ଭୋଲଟେଜ୍ ମ୍ୟାଚ୍ ଅକ୍ଟୋବର ୨୪ରେ ଖେଳଯିବ। ଆଜି ୧୫ ଜଣିଆ ଦଳ ଘୋଷଣା କରାଯିବ। ଦଳ ସହ ୩ ଜଣ ରିଜର୍ଭ ଖେଳାଳିଙ୍କୁ ମଧ୍ୟ ୟୁଏଇ ପଠାଯିବ।

ଭାରତୀୟ ଦଳରେ ୧୦ ଖେଳାଳିଙ୍କ ସ୍ଥାନ ପ୍ରାୟତଃ ନିଶ୍ଚିତ ଲାଗୁଛି। ଏଥିରେ ବିରାଟ କୋହଲି, ରୋହିତ ଶର୍ମା, କେଏଲ ରାହୁଲ, ଋଷଭ ପନ୍ତ, ରବୀନ୍ଦ୍ର ଜାଡେଜା, ଯଶପ୍ରୀତ ବୁମରାଙ୍କ ପରି ଖେଳାଳି ସାମିଲ। ହେଲେ ସ୍ପିନର ବିଭାଗ ପାଇଁ ଚୟନକର୍ତ୍ତାଙ୍କ ମଧ୍ୟରେ ଖୁବ୍ ଆଲୋଚନା ହୋଇପାରେ। ରାହୁଲ ଚହର ଓ ବରୁଣ ଚକ୍ରବର୍ତ୍ତୀଙ୍କ ମଧ୍ୟରେ କଡା ଟକ୍କର ହେଉଥିବା କୁହାଯାଉଛି। ଏହା ଆଶା କରାଯାଉଛି ଯେ, ୟୁଜବେନ୍ଦ୍ର ଚହଲଙ୍କ ବ୍ୟାକଅପ୍ ଭାବେ ରାହୁଲ ଚହରଙ୍କୁ ଦଳରେ ସୁଯୋଗ ମିଳିପାରେ। ମାତ୍ର ବରୁଣ ଚକ୍ରବର୍ତ୍ତୀ ମଧ୍ୟ ନିଜ ପ୍ରତିଭା ବଳରେ ନିଜକୁ ପ୍ରବଳ ଦାବିଦାର କରି ପାରିଛନ୍ତି। ସେହି ପରି ପୃଥ୍ଵୀ ଶ, ଇଶାନ କିଶନ ଓ ଶାର୍ଦ୍ଦୁଳ ଠାକୁରଙ୍କୁ ବ୍ୟାକଅପ୍  ଭାବେ ଦଳରେ ରଖାଯାଇପାରେ।

ଟି-୨୦ ବିଶ୍ଵ କପ୍ ପାଇଁ ଭାରତର ସମ୍ଭାବିତ ଦଳ

ବିରାଟ କୋହଲି(ଅଧିନାୟକ), ରୋହିତ ଶର୍ମା(ଉପ ଅଧିନାୟକ), କେଏଲ ରାହୁଲ, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ୟୁଜବେନ୍ଦ୍ର ଚହଲ, ଯଶପ୍ରୀତ ବୁମରା, ମହମ୍ମଦ ଶାମି, ଭୁବନେଶ୍ଵର କୁମାର, ଦୀପକ ଚହର, ମହମ୍ମଦ ସିରାଜ, ଶ୍ରେୟସ ଆୟର, ବରୁଣ ଚକ୍ରବର୍ତ୍ତୀ/ରାହୁଲ ଚହର।

   Related Posts