Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ଭାରତ-ପାକ୍ ମ୍ୟାଚ ପୂର୍ବରୁ ଟ୍ୱିଟରରେ ମୁହାଁମୁହିଁ ହେଲେ ଅଖତର ଓ ଭଜ୍ଜୀ, ରାଓ୍ୱଲପିଣ୍ଡି ଏକ୍ସପ୍ରେସଙ୍କୁ ଏମିତି ଜବାବ ଦେଲେ ପୂର୍ବତନ ସ୍ପିନର

18/10/2021 at 10:52 AM

ନୂଆଦିଲ୍ଲୀ ୧୮/୧୦: ଆରମ୍ଭ ହୋଇଛି ଆଇସିସି ଟି-20 ବିଶ୍ୱକପ ୨୦୨୧ । ବର୍ତ୍ତମାନ ଗ୍ରୁପ୍-ଏ ଏବଂ ଗ୍ରୁପ୍-ବିର ମ୍ୟାଚ୍ ଖେଳାଯାଉଛି । ଏହା ପରେ ସୁପର-୧୨ର ମ୍ୟାଚ୍ ଖେଳାଯିବ । ୨୪ ଅକ୍ଟୋବରରେ ପାକିସ୍ତାନ ବିପକ୍ଷ ମ୍ୟାଚ୍ ସହ ଭାରତ ଯାତ୍ରା ଆରମ୍ଭ କରିବ । ୨୦୧୯ ବିଶ୍ୱକପ ପରେ ଭାରତ ଏବଂ ପାକିସ୍ତାନର ଅକ୍ଟୋବର ୨୪ରେ ମୁହାଁମୁହିଁ ହେବେ ।

ଏହା ପୂର୍ବରୁ ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ ପରିବେଶ ପ୍ରସ୍ତୁତ ହୋଇସାରିଛି । ଭାରତର ବରିଷ୍ଠ ସ୍ପିନର ହରଭଜନ ସିଂ ଏବଂ ପୂର୍ବତନ ପାକିସ୍ତାନୀ ବୋଲର ଶୋଏବ ଅଖତର ଟ୍ୱିଟରରେ ଖୋଲାଖୋଲି ଭାବେ ଯୁକ୍ତି ତର୍କ କରିଛନ୍ତି । ଭଜ୍ଜୀ ନିକଟରେ କହିଥିଲେ ଯେ ପାକିସ୍ତାନ ଏହି ମ୍ୟାଚ ଖେଳିବା ଉଚିତ ନୁହେଁ କାରଣ ସେମାନେ ପୁଣି ଥରେ ହାରିବେ । ପୁଣି ନିରାଶ ହେବେ ।

ବାସ୍ତବରେ ଭାରତ ବିଶ୍ୱକପରେ ପାକିସ୍ତାନକୁ ହରାଇ ନାହିଁ, ୫୦ ଓଭର ବିଶ୍ୱକପ ହେଉ କିମ୍ବା ଟି -20 ବିଶ୍ୱକପ । ଭଜ୍ଜୀଙ୍କ ଏହି ବିବୃତ୍ତି ଅଖତରଙ୍କୁ ଅଧିକ ଖୁସି କରିନଥିଲା ଏବଂ ସେ ଟ୍ୱିଟର ମାଧ୍ୟମରେ କଡ୍ଡା ଜବାବ ଦେଇଥିଲେ । ଭଜୀଙ୍କ ସହ ଏକ ଫଟୋ ସେୟାର କରି ଅଖତର ଟ୍ୱିଟରରେ ଲେଖିଛନ୍ତି ଯେ ଦୁବାଇରେ ଭାରତ-ପାକିସ୍ତାନ ମହାନ ମ୍ୟାଚ୍ ପୂର୍ବରୁ ଆଲୋଚନା କରି ଶ୍ରୀ ହରବଜନ ସିଂ ଏହା ଜାଣିଛନ୍ତି । ଏହା ଶୁଣିବା ପରେ ଚୁପଚାପ୍ ବସିନଥିଲେ ଭଜୀ ।

ଭଜ୍ଜୀ ଟ୍ୱିଟରରେ ଅଖତରଙ୍କୁ ଏବଂ ତାଙ୍କ ଟେଷ୍ଟ ୱିକେଟ୍ ବିଷୟରେ ମନେ ପକାଇ ଲେଖିଛନ୍ତି, ଯିଏ ଟେଷ୍ଟରେ ୪୦୦ ଓ୍ୱିକେଟ ନେଇଛି ସିଏ ୨୦୦ ଓ୍ୱିକେଟ ନେଇଥିବା ବ୍ୟକ୍ତିଙ୍କଠାରୁ ଅଧିକ ଅଭିଜ୍ଞତା ରଖିଥାଏ । ହରଭଜନ ସିଂ ୪୧୭ ଟେଷ୍ଟ ୱିକେଟ୍ ନେଇଥିବା ବେଳେ ଶୋଏବ ଅଖତର ୪୬ ଟି ଟେଷ୍ଟ ମ୍ୟାଚରେ ମାତ୍ର ୧୭୮ ୱିକେଟ୍ ନେଇଛନ୍ତି । କ୍ରିକେଟ୍ ପଡ଼ିଆରେ ମଧ୍ୟ ଏହି ଦୁଇଜଣଙ୍କ ମଧ୍ୟରେ ବହୁତ ତିକ୍ତତା ଦେଖାଦେଇଛି ।

   Related Posts