Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଞ୍ଜନଗର : ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ହେଲା ଲାଲସିଙ୍ଗି ପଞ୍ଚାୟତର କିଛି ଅଞ୍ଚଳ, କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ ପଦକ୍ଷେପ
  • ||
  • ଭୁବନେଶ୍ବର : ବିଧାନସଭା ପରେ ସମସ୍ତଙ୍କର ହେବ RTPCR ଟେଷ୍ଟ : ବାଚସ୍ପତି
  • ||
  • ଭୁବନେଶ୍ବର : ମହାନଦୀରେ କମିଛି ଜଳ ପ୍ରବାହ, ୫୧୬ ଚେକ୍ ଡ୍ୟାମ୍ କରିଛି ଛତିଶଗଡ : ଜଳସମ୍ପଦ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତାକୁ ନ୍ୟାୟ ଦେବାକୁ ବିଜେପିର ଦାବି : ବ୍ୟାରିକେଟ୍ ଭାଙ୍ଗି ବିଧାନସଭା ଘେରାଉ ଉଦ୍ୟମ ବେଳେ ଧସ୍ତାଧସ୍ତି, ପୋଲିସର ଲାଠିଚାର୍ଜ
  • ||
  • ଜୟପୁର : ଜୟପୁର ଏସଡିଜେଏମ୍ କୋର୍ଟରେ NIAର ୨ ଜଣିଆ ଟିମ୍, ମାଓ ନେତା ଦୁବାସୀ ଶଙ୍କରକୁ ପଚରାଉଚରା ପାଇଁ ଲୋଡିଲେ ଅନୁମତି
  • ||
  • ଭୁବନେଶ୍ବର : ବିଜେଡି ଓ ବିଜେପି ବିକ୍ଷୋଭ ପ୍ରସଙ୍ଗ : କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କହିଲେ- ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ
  • ||
  • ଟାଙ୍ଗୀ : କେନ୍ଦୁଆ ଜଙ୍ଗଲରୁ ମିଳିଲା ଅଜଣା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ବଡବିଲ : ଶନି ମନ୍ଦିରରୁ ଲୁଟ୍, ଦାନ ବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • ନିଶ୍ଚିନ୍ତକୋଇଲି : ଛେଳି ଚୋରକୁ ଛେଚିଲେ ଗାଁ ଲୋକେ, ପୋଲିସର ଜିମାଦେଲେ
  • ||
  • ଭୁବନେଶ୍ବର : କୁନ୍ନୁର ସେନା ହେଲିକପ୍ଟର ଦୁର୍ଘଟଣା ନେଇ ବିଧାନସଭାରେ ଶୋକ ପ୍ରସ୍ତାବ ଆଗତ : ଗୃହରେ ୧ ମିନିଟ୍ ନୀରବ ପ୍ରାର୍ଥନା
  • ||

‘ସଂକୀର୍ଣ୍ଣ ଚିନ୍ତା, ପ୍ରଥମେ ନିଜ ଖେଳାଳିଙ୍କୁ ଦେଖ’, ପାକିସ୍ତାନ ପ୍ରଶଂସକଙ୍କୁ ଆଇନା ଦେଖାଇଲେ ହରଭଜନ

6/11/2021 at 6:59 PM

ନୂଆଦିଲ୍ଲୀ ୦୬।୧୧: ଟି-୨୦ ବିଶ୍ଵ କପ୍ ୨୦୨୧ରେ ଭାରତୀୟ ଦଳ ଦମଦାର ପ୍ରତ୍ୟାବର୍ତ୍ତନ କରି ଲଗାତାର ଦୁଇଟି ମୁକାବିଲା ଜିତିଛି। ଆଫଗାନିସ୍ତାନକୁ ହରାଇବା ପରେ ଭାରତ ସ୍କଟଲାଣ୍ଡକୁ ମଧ୍ୟ ଆଠ ଓ୍ଵିକେଟ୍‌ରେ ମାତ୍ ଦେଇଛି। ଏହି ବିଜୟ ସହିତ ବିରାଟ ବ୍ରିଗେଡ୍‌ଙ୍କ ସେମି ଫାଇନାଲ୍ ଆଶା ଉଜ୍ଜୀବିତ ରହିଛି। ହେଲେ ଆଫଗାନିସ୍ତାନ ଓ ସ୍କଟଲାଣ୍ଡ ବିରୋଧରେ ଭାରତୀୟ ଦଳର ବିଶାଳ ବିଜୟକୁ ହଜମ କରି ପାରୁନି ପଡୋଶୀ ପାକିସ୍ତାନ। ବିଶେଷ କରି ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଭାରତର ବିଜୟକୁ ପାକିସ୍ତାନୀ ୟୁଜର୍ସ ଲଜ୍ଜାଜନକ ଦର୍ଶାଇ ଟ୍ଵିଟରରେ ହ୍ୟାସଟ୍ୟାଗ୍ #fixed ଟ୍ରେଣ୍ଡ କରାଇଛନ୍ତି।

ହୀନ ମନ୍ୟତା ପାକିସ୍ତାନୀକୁ ଭାରତର ଦିଗଜ ସ୍ପିନର ହରଭଜନ ସିଂହ ମୁହଁତୋଡ ଜବାବ ଦେଇଛନ୍ତି। ହରଭଜନ ସିଂହ କହିଛନ୍ତି, ଭାରତୀୟ ଦଳ ପାକିସ୍ତାନ ବିପକ୍ଷରେ ମଧ୍ୟ ୨୦୦ ସ୍କୋର କରିପାରିଥାନ୍ତା। ଦଶନ୍ଧି ପରେ ମିଳିଥିବା ବିଜୟକୁ ପାକିସ୍ତାନ ହଜମ କରି ପାରୁନଥିବା ହରଭଜନ ସିଂହ କହିଛନ୍ତି।

ହରଭଜନ ନିଜର ୟୁଟ୍ୟୁବ୍ ଚ୍ୟାନେଲ୍‌ରେ କହିଛନ୍ତି, ବହୁତ ଦିନ ହେବ ଗୋଟିଏ କଥା ଟ୍ଵିଟରରେ ଟ୍ରେଣ୍ଡ କରୁଛି। ଏତେ ହୀନ କଥା ପଢିବା ପରେ ମୁଁ ନିଜକୁ ରୋକି ପାରିଲି ନାହିଁ। ଏହି ଟ୍ରେଣ୍ଡ କେଉଁଠୁ ହୋଇଛି, କେମିତି ହୋଇଛି ଏବଂ କିଏ କରିଛି ଏସବୁ ଆମେ ବେଶ୍ ଭଲ ଭାବେ ଜାଣିଛୁ। ଏସବୁ ଆରମ୍ଭ ପାକିସ୍ତାନରୁ ହୋଇଛି। ସେଠାକାର କିଛି ଲୋକ ଟ୍ଵିଟରରେ ଟ୍ରେଣ୍ଡ କରିବା ଆରମ୍ଭ କରିଛନ୍ତି ଯେ,  ଆଫଗାନିସ୍ତାନ ଜାଣିଶୁଣି ମ୍ୟାଚ୍ ହାରିଛି। କଣ ଭାରତ ପାକିସ୍ତାନ ବିପକ୍ଷରେ ୨୧୦ ରନ ବି କରି ପାରିବ ନାହିଁ ? ଶତ ପ୍ରତିଶତ  ଭାରତ ଏହି ସ୍କୋର କରି ପାରିବ ବୋଲି ହରଭଜନ ସିଂହ କହିଛନ୍ତି।

ହରଭଜନ କହିଛନ୍ତି, ଯେଉଁ ଲୋକ ଏମିତି ନକରାତ୍ମକ ଟ୍ରେଣ୍ଡ କରାଉଛନ୍ତି, ସେମାନଙ୍କୁ ପଚାରିବାକୁ ଚାହୁଁଛି ଯେ, ଆପଣଙ୍କ ଦେଶ ବହୁତ ଭଲ କ୍ରିକେଟ୍ ଖେଳିଛି।  ସମସ୍ତେ ମଧ୍ୟ ଏହା  ସ୍ଵୀକାର କରୁଛନ୍ତି ଯେ, ପାକିସ୍ତାନ ଭାରତ ବିପକ୍ଷରେ ଜବରଦସ୍ତ କ୍ରିକେଟ୍ ଖେଳିଛି। ମାତ୍ର ଆପଣ ଯଦି ଏହା କହି ଦୁର୍ବ୍ୟବହାର କରିବା ଆରମ୍ଭ କରିବେ ଯେ ଆପଣ ସ୍ଵଚ୍ଛ କ୍ରିକେଟ୍ ଖେଳୁଛନ୍ତି, ନିଜେ ଜିତିଲେ ଅନ୍ୟ ଦଳ ଉପରେ ପ୍ରଶ୍ନ କରିବେ। ତେବେ ପ୍ରଥମେ ନିକ କ୍ରିକେଟ୍ ଖେଳାଳିଙ୍କ ଛବି ଥରେ ଦେଖି ନିଅନ୍ତୁ ବୋଲି ହରଭଜନ ସିଂହ କହିଛନ୍ତି।

ହରଭଜନ ସିଂହ ମହମ୍ମଦ ଆମିରଙ୍କ ସ୍ପଟ୍ ଫିକ୍ସିଂ ଘଟଣାକୁ ମନେ ପକାଇ କହିଛନ୍ତି, ସୋଏବ ଏବଂ ଆମ ମଧ୍ୟରେ ପ୍ରସଙ୍ଗକୁ ନେଇ କଥା କଟାକଟି ଚାଲେ, ଆମେ ପରସ୍ପର ମଧ୍ୟରେ ଥଟ୍ଟା ପରିହାସ କରୁ। ମାତ୍ର ଏହି ଅମିର ମଝିରେ ପଶି ଆସୁଛନ୍ତି। ସେ କଣ ଏବଂ ତାର କଣ ରେକର୍ଡ ଏହା ଆପଣ ସମସ୍ତଙ୍କୁ ଜଣା। ଆମ ଦଳ ଯାହା କରୁଛି ଖୁବ୍ ଭଲ କରୁଛି ବୋଲି  ହରଭଜନ କହିଛନ୍ତି। ଏହା କହିବା ବନ୍ଦ କରନ୍ତୁ ଯେ, ଆଇସିସି ଚାହୁଁଛି ଭାରତ ଟୁର୍ଣ୍ଣାମେଣ୍ଟରେ ଆଗକୁ ଯାଉ। ଏହା ଅତି ସଂକୀର୍ଣ୍ଣ ମୋନଭାବ କାରଣ ଏତେ  ବର୍ଷ ପରେ ତୁମ୍ଭେମାନେ ଯେଉଁ ପ୍ରଥମ ବିଜୟ ହାସଲ କରିଛ ତାକୁ ସହଜେ ହଜମ କରି ପାରୁନ ବୋଲି ହରଭଜନ ସିଂହ କହିଛନ୍ତି।

ହରଭଜନ ସିଂହ କହିଛନ୍ତି, ଆପଣ ନିଜ ବିଜୟର ଆନନ୍ଦ ନିଅନ୍ତୁ ଏବଂ ଖୁସିରେ ରୁହନ୍ତୁ। ମୁଁ ଆଶା କରୁଛି ଭାରତ ଆପଣଙ୍କ ସହ ଫାଇନାଲରେ ଭେଟିବ। ଯଦି ଏମିତି ହୁଏ ତେବେ ବହୁତ ମଜା ଲାଗିବ। ମୁଁ ଏହା କହୁନାହିଁ ଯେ, ଆପଣ ଭାରତ ବିଷୟରେ ଆଲୋଚନା କରିବେ ନାହିଁ, ନିଶ୍ଚୟ କରନ୍ତୁ। କିନ୍ତୁ ଭାରତ ଜିତିଗଲେ ମ୍ୟାଚ୍ ଫିକ୍ସ ଥିଲା, ଆଫଗାନିସ୍ତାନ ମ୍ୟାଚ୍ ଫିକ୍ସିଂ କରିଥିଲା। ଆପଣ ରଶିଦ ଖାନଙ୍କୁ ବିକ୍ରି ହେଉଥିବା ଖେଳାଳି କହିଲେ, ଏହା କଣ ଏହା ଯୁକ୍ତିଯୁକ୍ତ।

   Related Posts