Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ସୁପର-୧୨ ମୁକାବିଲାରେ ଦର୍ଶକଙ୍କ ବସିବା ପାଇଁ ଖାସ୍ ସୁବିଧା, ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌ରେ ମଜା ଉଠାଇଲେ ପ୍ରଶଂସକ

23/10/2021 at 6:49 PM

ଆବୁଧାବି ୨୩।୧୦: ଟି-୨୦ ବିଶ୍ଵ କପ୍‌ର ସୁପର-୧୨ ରାଉଣ୍ଡ ଶନିବାର ଆରମ୍ଭ ହୋଇ ଯାଇଛି। ଏହି ରାଉଣ୍ଡର ପ୍ରଥମ ମୁକାବିଲା ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଛି। ମ୍ୟାଚ୍‌ ସମୟରେ ପଡିଆରେ ଦର୍ଶକଙ୍କ ବସିବା ପାଇଁ ଏକ ନୂତନ ପ୍ରକାରର ବ୍ୟବସ୍ଥା କରାଯାଇଛି।

ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମଧ୍ୟରେ ଏହି ମ୍ୟାଚ୍ ଆବୁଧାବିରେ ଖେଳାଯାଇଛି। ଏଠାରେ ଷ୍ଟାଣ୍ଡରେ ପଡିଆ ପରି ଜାଗା ରହିଛି। ସେଠାରେ ଅଲଗା ଅଲଗା ଫେସିଙ୍ଗ ବକ୍ସ ତିଆରି କରାଯାଇଛି। ଏହି ବକ୍ସରେ ବସି ଦର୍ଶକ ମ୍ୟାଚ୍ ବେଶ ଉପଭୋଗ କରୁଛନ୍ତି। ଦର୍ଶକ ନିଜ ପରିବାର ସହି ବକ୍ସରେ ବସି ମ୍ୟାଚ୍‌ ଉପଭୋଗ କରୁଥିବା ଦେଖିବାକୁ ମିଳିଛି।

କରୋନା ସଙ୍କଟକୁ ଦୃଷ୍ଟିରେ ରଖି କର୍ତ୍ତୃପକ୍ଷ ପକ୍ଷରୁ ଏପରି ବ୍ୟବସ୍ଥା କରାଯାଇଛି। ଯେଉଁ ଦର୍ଶକ ନିଜ ପରିବାର ସହିତ ମ୍ୟାଚ୍ ଦେଖିବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ ଏହି ଫେସିଂ ବକ୍ସ ସୁବିଧା ରହିଛି। ସାମାଜିକ ଗଣମାଧ୍ୟମରେ ଏହି ଖାସ୍ ବ୍ୟବସ୍ଥାର ଫଟୋ ଭାଇରାଲ୍ ହୋଇଛି। ଲୋକେ ଏହାକୁ ଖୁବ୍ ପସନ୍ଦ କରିବା ସହ ପ୍ରଶଂସା କରୁଛନ୍ତି। ଆଉ କିଛି ଲୋକ ପ୍ରଶ୍ନ କରିଛନ୍ତି ଯେ, ଏମିତିରେ କେମିତି ସାମାଜିକ ଦୂରତା ନିୟମ ପାଳନ କରାଯାଇ ପାରିବ।

   Related Posts