Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

T20 WC: ପାକିସ୍ତାନ ବିପକ୍ଷରେ ଏମିତି ହୋଇପାରେ ଭାରତର ପ୍ଲେଇଙ୍ଗ୍ XI, ଏହି ଦୁଇ ଖେଳାଳିଙ୍କୁ ମିଳିପାରେ ସୁଯୋଗ

24/10/2021 at 4:25 PM

ଦୁବାଇ ୨୪।୧୦: ଆଉ କିଛି ଘଣ୍ଟା ପରେ ଆରମ୍ଭ ହେବ ଭାରତ-ପାକିସ୍ତାନ ମହାମୁକାବିଲା। ଏହି ବ୍ଲକବଷ୍ଟର ମ୍ୟାଚ୍ ଦୁବାଇର ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ। ବାବର ଆଜମଙ୍କ ନେତୃତ୍ଵାଧୀନ ପାକିସ୍ତାନ ବିଶ୍ଵ କପରେ ଭାରତ ବିରୋଧରେ ପ୍ରଥମ ବିଜୟ ହାସଲ କରିବା ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଉଥିବା ବେଳେ ବିରାଟ କୋହଲିଙ୍କ ନେତୃତ୍ଵାଧୀନ ଭାରତ ନିଜର ବିଜୟ ଅଭିଯାନ କାଏମ ରଖିବାକୁ ଚେଷ୍ଟା କରିବ।

ପାକିସ୍ତାନ ଶନିବାର ନିଜର ୧୨ ଜଣିଆ ଦଳ ଘୋଷଣା କରି ସାରିଥିବା ବେଳେ ଭାରତ ଟସ୍ ସମୟରେ ହିଁ ନିଜର ଚୂଡାନ୍ତ ଏକାଦଶ ଘୋଷଣା କରିବ। କିନ୍ତୁ ଏହାର ସମ୍ଭାବନା ଅଧିକ ଯେ, ହାର୍ଦ୍ଦିକ ପାଣ୍ଡ୍ୟା ଓ ଶାର୍ଦ୍ଦୁଳ ଠାକୁରଙ୍କୁ ଏହି ମୁକାବିଲାରେ ସୁଯୋଗ ମିଳିପାରେ। ଆସନ୍ତୁ ଜାଣିବା ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଭାରତର ସମ୍ଭାବ୍ୟ ଏକାଦଶ।

ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ମାର୍ଗଦର୍ଶନ ଏବଂ ବିରାଟ କୋହଲିଙ୍କ ନେତୃତ୍ଵରେ ଭାରତ ପାକିସ୍ତାନ ବିପକ୍ଷରେ ନିଜର ବିଜୟ ବ୍ୟବଧାନକୁ ୧୩-୦ କରିବା  ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବ। ଦୁଇ ଦଳ ବିଶ୍ଵ କପରେ ଏ ପର୍ଯ୍ୟନ୍ତ ୧୨ ଥର ମୁହାଁମୁହିଁ ହୋଇଛନ୍ତି। ହେଲେ ପ୍ରତିଥର ଭାରତ ପାକିସ୍ତାନକୁ ମାତ୍ ଦେଇଛି। ଭାରତର ପାକ୍ ବିରୋଧୀ ବିଜୟ ଅଭିଯାନ ୧୯୯୨ ବିଶ୍ଵ କପରୁ ଆରମ୍ଭ ହୋଇଥିଲା, ଯାହା ଆଜି ପର୍ଯ୍ୟନ୍ତ ଜାରି ରହିଛି। ବିରାଟ କୋହଲି ଏହି ମ୍ୟାଚ୍‌ର ମହତ୍ଵକୁ ବେଶ୍ ଭଲ ଭାବେ ଜାଣିଛନ୍ତି ଏବଂ ପୂରା ଶକ୍ତି ସହିତ ମଇଦାନକୁ ଓହ୍ଲାଇବ। ଦଳର ଶୀର୍ଷ ଏବଂ ମଧ୍ୟମ କ୍ରମ ପ୍ରାୟତଃ ସ୍ଥିର ହୋଇ ସାରିଛି ଏବଂ ଏଥିରେ ବିଶେଷ ପରିବର୍ତ୍ତନ ହେବାର ନାହିଁ।

ଦଳ ପକ୍ଷରୁ ଓପନିଂ କରିବେ ରୋହିତ ଶର୍ମା ଓ କେଏଲ ରାହୁଲ। ତୃତୀୟରେ ଖୋଦ୍ ଆସିବେ ଅଧିନାୟକ ବିରାଟ କୋହଲି। ନମ୍ବର ୪ ଏବଂ ୫ରେ ବ୍ୟାଟିଂ କରିବେ  ସୂର୍ଯ୍ୟକୁମାର ଯାଦବ ଓ ଋଷଭ ପନ୍ତ। ଷଷ୍ଠରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦେଖିବାକୁ ମିଳିପାରେ। ହେଲେ ତାଙ୍କର ବୋଲିଂକୁ ନେଇ ଅଦ୍ୟାବଧି କୌଣସି ନିଷ୍ପତ୍ତି ହୋଇ ନାହିଁ। ବିରାଟ ପାକିସ୍ତାନ ବିରୋଧରେ ଦୁଇ ସ୍ପିନର ଏବଂ ତିନି ଜଣ ଦ୍ରୁତ ବୋଲର ସହ ପଡିଆକୁ ଓହ୍ଲାଇ ପାରନ୍ତି। ହୋଇପାରେ ଭୁବନେଶ୍ଵର କୁମାରଙ୍କ ବଦଳରେ ଶାର୍ଦ୍ଦୁଳ ଠାକୁରଙ୍କୁ ଚୂଡାନ୍ତ ଦଳରେ ସ୍ଥାନ ମିଳିନପାରେ। ସ୍ପିନ ବିଭାଗରେ ରବୀନ୍ଦ୍ର ଜାଡେଜାଙ୍କ ସ୍ଥାନ ନିଶ୍ଚିତ  ଥିବା ବେଳେ ଅଭ୍ୟାସ୍ ମ୍ୟାଚ୍‌ରେ ଦମଦାର ବୋଲିଂ କରି ରବିଚନ୍ଦ୍ରନ ଅଶ୍ଵିନ ନିଜର ଦାବିଦାର ମଜବୁତ କରିଛନ୍ତି। ଦ୍ରୁତ ବୋଲିଂ ବିଭାଗ ଯଶପ୍ରୀତ ବୁମରା ଓ ମହମ୍ମଦ ଶାମିଙ୍କ ହାତରେ ରହିବ।

ସମ୍ଭାବ୍ୟ ଏକାଦଶ

ରୋହିତ ଶର୍ମା, ଲୋକେଶ ରାହୁଲ, ବିରାଟ କୋହଲି(ଅଧିନାୟକ), ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ,  ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ଶାର୍ଦ୍ଦୁଳ ଠାକୁର, ରବିଚନ୍ଦ୍ରନ ଅଶ୍ଵିନ, ମହମ୍ମଦ ଶାମି ଓ ଯଶପ୍ରୀତ ବୁମରା।

   Related Posts