ଦୁବାଇ ୦୫।୧୧: ଭାରତୀୟ ଦଳ ଆଜି ନିଜର ଚତୁର୍ଥ ମ୍ୟାଚ୍ରେ ସ୍କଟଲାଣ୍ଡକୁ ଭେଟିବ। ସେମି ଫାଇନାଲରେ ପହଞ୍ଚିବାକୁ ହେଲେ ଭାରତକୁ ବଡ ବିଜୟ ଦରକାର। ମାତ୍ର ମ୍ୟାଚ୍ ପୂର୍ବରୁ ହିଁ ସ୍କଟଲାଣ୍ଡ ଟ୍ଵିଟ୍ କରି ଟିମ୍ ଇଣ୍ଡିଆକୁ ଓପନ ଚ୍ୟାଲେଞ୍ଜ ଦେଇଛି।
ସ୍କଟଲାଣ୍ଡ କ୍ରିକେଟ୍ ପକ୍ଷରୁ ଟ୍ଵିଟ୍ କରାଯାଇଛି ଯେ, ଭାରତକୁ ଯଦି ଟ୍ରଫି ଦରକାର ତେବେ ଆମ ଉପରେ ଚଢି ଯିବାକୁ ପଡିବ। ଆଉ ଏକ ଟ୍ଵିଟ୍ରେ ସ୍କଟଲାଣ୍ଡ ଦଳର ତୂଳନା ଏଭେନଜର୍ସ ସହ କରାଯାଇଛି। ସୂଚନାଯୋଗ୍ୟ, ସ୍କଟଲାଣ୍ଡ ଟି-୨୦ ବିଶ୍ଵ କପ୍ରେ ପ୍ରଭାବଶାଳୀ ପ୍ରଦର୍ଶନ କରିଛି। ଯାହା ବଳରେ ଦଳ ସୁପର-୧୨ ପର୍ଯ୍ୟନ୍ତ ପହଞ୍ଚି ପାରିଛି। ହେଲେ ଦଳ ସୁପର-୧୨ରେ କୌଣସି ଜିତିନଥିଲେ ବି ନ୍ୟୁଜିଲାଣ୍ଡକୁ କଡା ଟକ୍କର ଦେଇଥିଲା।
ଏହି ମ୍ୟାଚ୍ ଭାରତୀୟ ଦଳ ପାଇଁ ବହୁତ ଜରୁରୀ। କାରଣ ସେମି ଫାଇନାଲ ଆଶା ଉଜ୍ଜୀବିତ ରଖିବାର ଅଛି ତେବେ ଭାରତକୁ ବଡ ବ୍ୟବଧାନରେ ମ୍ୟାଚ୍ ଜିତିବାକୁ ପଡିବ। ଭାରତ ଏ ପର୍ଯ୍ୟନ୍ତ ଟି-୨୦ ବିଶ୍ଵ କପରେ ଗୋଟିଏ ମାତ୍ର ମ୍ୟାଚ୍ ଜିତିଛି। ଦଳ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ହାତରୁ ଶୋଚନୀୟ ପରାଜୟ ଭୋଗିବା କାରଣରୁ ଟୁର୍ଣ୍ଣାମେଣ୍ଟରୁ ବାହାର ହେବାର ଦ୍ଵାର ଦେଶରେ ରହିଛି।
ଭାରତର ସମ୍ଭାବ୍ୟ ଏକାଦଶ
ରୋହିତ ଶର୍ମା, ଲୋକେଶ ରାହୁଲ, ବିରାଟ କୋହଲି(ଅଧିନାୟକ), ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ଶାର୍ଦ୍ଦୁଳ ଠାକୁର, ରବିଚନ୍ଦ୍ରନ ଅଶ୍ଵିନ, ମହମ୍ମଦ ଶାମି ଓ ଯଶପ୍ରୀତ ବୁମରା।