Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ଦ୍ୱିତୀୟ ସେମିଫାଇନାଲରେ ପାକ୍-ଅଷ୍ଟ୍ରେଲିଆ ଟକ୍କର : ବିଶ୍ୱକପରେ କେବେ ପାକିସ୍ତାନଠୁ ହାରିନି କଙ୍ଗାରୁ ଟିମ୍

11/11/2021 at 7:55 AM

ଦୁବାଇ ୧୧/୧୧: ଗୁରୁବାର ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ଦ୍ୱିତୀୟ ସେମି ଫାଇନାଲ୍‌ । ୫ଥର ଦିନିକିଆ ବିଶ୍ୱକପ୍‌ ଟାଇଟଲ ଜିତି ସାରିଥିବା ଅଷ୍ଟ୍ରେଲିଆ ଏପର୍ଯ୍ୟନ୍ତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଚାମ୍ପିଅନ ହୋଇନାହିଁ । ଫଳରେ ମ୍ୟାଚ୍‌ରେ ଅପରାଜେୟ ପାକିସ୍ତାନ ବିପକ୍ଷରେ ଶ୍ରେଷ୍ଠ ପ୍ରଦର୍ଶନ କରି ଅଷ୍ଟ୍ରେଲିଆ ଫାଇନାଲ୍‌ରେ ପ୍ରବେଶ କରିବାକୁ ପ୍ରୟାସ କରିବ ।

ସେହିପରି ପାକିସ୍ତାନ ୨୦୧୦ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ସେମି ଫାଇନାଲ୍‌ ପରାଜୟର ପ୍ରତିଶୋଧ ନେବାକୁ ପ୍ରୟାସ କରିବ । ପାକିସ୍ତାନ ୨୦୦୯ରେ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଜିତିଥିଲା । ଏଥର ବାବର ଆଜମଙ୍କ ନେତୃତ୍ୱରେ ଦଳ ଟାଇଟଲ ଦାବିଦାର ରୂପେ ଉଭା ହୋଇଛି । ଲିଗ୍‌(ସୁପର-୧୨) ପର୍ଯ୍ୟାୟରେ ସମସ୍ତ ମ୍ୟାଚ୍‌ ଜିତିବା ପରେ ପାକିସ୍ତାନର ମନୋବଳ ଶିଖର ଛୁଇଁଛି । ଅଷ୍ଟ୍ରେଲିଆକୁ ଏଥର ହରାଇବାର କ୍ଷମତା ପାକିସ୍ତାନ ନିକଟରେ ରହିଛି । ଦଳର ପ୍ରତ୍ୟେକ ଖେଳାଳି ଫର୍ମରେ ରହିଛନ୍ତି । ବିଶେଷ କରି ଦୁଇ ଓପନିଂ ବ୍ୟାଟ୍ସମ୍ୟାନ୍‌ ବାବର ଓ ମହମ୍ମଦ ରିଜୱାନଙ୍କ ସମେତ ପେସ୍‌ ବୋଲର ସହିନ ଶାହ ଆଫ୍ରିଦି ଓ ନିମ୍ନ ମଧ୍ୟଭାଗ ବ୍ୟାଟ୍ସମ୍ୟାନ୍‌ ଅସିଫ ଅଲି ଦଳର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି । ପୂର୍ବ ରେକର୍ଡକୁ ଦେଖିଲେ ଅଷ୍ଟ୍ରେଲିଆର ପଲା ଭାରି ରହିବ ।

ବିଶ୍ୱକପ୍‌ରେ ପାକିସ୍ତାନ ଏପର୍ଯ୍ୟନ୍ତ ଅଷ୍ଟ୍ରେଲିଆକୁ ହରାଇ ପାରି ନାହିଁ । ୧୯୮୭ ଦିନିକିଆ ବିଶ୍ୱକପ୍‌ ସେମି ଫାଇନାଲ୍‌, ୧୯୯୯ ବିଶ୍ୱକପ୍‌ ଫାଇନାଲ୍‌, ୨୦୧୦ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ସେମି ଫାଇନାଲ୍‌ ଓ ୨୦୧୫ ଦିନିକିଆ ବିଶ୍ୱକପ୍‌ କ୍ୱାର୍ଟର ଫାଇନାଲ୍‌ରେ ଅଷ୍ଟ୍ରେଲିଆଠାରୁ ପାକିସ୍ତାନ ପରାଜିତ ହୋଇଛଉି ।ଅଷ୍ଟ୍ରେଲିଆ ଏକ ଅଭିଜ୍ଞ ତଥା ସନ୍ତୁଳିତ ଦଳ ନେଇ ଏଥର ଗ୍ରାଉଣ୍ଡକୁ ଓହ୍ଲାଇଛି । ତଥାପି ଦଳ ଆଧିପତ୍ୟ ଜାହିର କରିବାରେ ବିଫଳ ହୋଇଛି । କୌଣସି ବ୍ୟାଟ୍ସମ୍ୟାନ୍‌ ଏପର୍ଯ୍ୟନ୍ତ ନିୟମିତ ଭାବେ ଉନ୍ନତ ପ୍ରଦର୍ଶନ କରିନାହାନ୍ତି। ଦଳର ବୋଲିଂ ବିଭାଗ ସୁଦୃଢ ରହିଛି । ୟୁଏଇରେ ପାକିସ୍ତାର ପ୍ରଦର୍ଶନ ସର୍ବଦା ଉନ୍ନତ ରହି ଆସିଛି । ୨୦୧୫ରେ ପାକସ୍ତାନ ଶେଷ ଥର ପାଇଁ ୟୁଏଇରେ ଏକ ଟି-ଟ୍ୱେଣ୍ଟି ପରାଜିତ ହୋଇଥିଲା । ଏହାପରେ ଦଳ କ୍ରମାନ୍ୱୟରେ ୧୬ଟି ଟି-ଟ୍ୱେଣ୍ଟି ଜିତିଛି । ଆଜି ସହିନ ଆଫ୍ରିଦିଙ୍କ ଉପରେ ନଜର ରହିବ । ନୂଆ ବଲ୍‌ରେ ତାଙ୍କ ସୁଇଂ ବୋଲିଂ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନଙ୍କ ପାଇଁ ଚିନ୍ତାର କାରଣ ହେବା ନିଶ୍ଚିତ। ଭାରତ ବିପକ୍ଷରେ ଆଫ୍ରିଦିଙ୍କ ବୋଲିଂକୁ ହୁଏତ କ୍ରିକେଟ୍‌ ପ୍ରେମୀ ଦୀର୍ଘ ଦିନ ପର୍ଯ୍ୟନ୍ତ ମନେ ରଖିବେ ।

   Related Posts