ହ୍ୟାଟ୍ରିକ ନେଲେ, ତା ପରେ ୬ ଛକା ଖାଇଲେ ଏହି ବୋଲର: ଯୁବରାଜ, ଗିବ୍ସଙ୍କ କ୍ଲବରେ ସାମିଲ ହେଲେ କିରଣ ପୋଲାର୍ଡ
4/03/2021 at 5:23 PM

ଆଣ୍ଟିଗୁଆ ୦୪।୦୩: ଓ୍ଵେଷ୍ଟଇଣ୍ଡିଜର ଅଧିନାୟକ କିରଣ ପୋଲାର୍ଡ କ୍ରିକେଟ୍ ଜଗତରେ କମାଲ କରିଛନ୍ତି। ୩୩ ବର୍ଷୀୟ ଏହି ଓ୍ଵେଷ୍ଟଇଣ୍ଡିଜ ଖେଳାଳି ଆଣ୍ଟିଗୁଆରେ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି-୨୦ ଅନ୍ତରାଷ୍ଟ୍ରୀୟ ମୁକାବିଲାରେ ଗୋଟିଏ ଓଭରରେ ୬ ଛକା ମାରିବାର ରେକର୍ଡ କରିଛନ୍ତି। ଏହି ମ୍ୟାଚ୍ରେ ପୋଲାର୍ଡ ଯେଉଁ ବୋଲରଙ୍କୁ ଛଅ ଛକା ମାରିଛନ୍ତି, ଉକ୍ତ ବୋଲର ଏହାର ପୂର୍ବ ଓଭରରେ ହ୍ୟାଟ୍ରିକ ନେଇଥିଲେ।
ଏହି ଉପଲବ୍ଧି ହାସଲ କରିବାରେ ପୋଲାର୍ଡ ଟି-୨୦ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ରେ ଦ୍ଵିତୀୟ ବ୍ୟାଟସମ୍ୟାନ ହେବାର ଗୌରବ ଅର୍ଜନ କରିଛନ୍ତି। ପୋଲାର୍ଡଙ୍କ ପୂର୍ବରୁ ଯୁବରାଜ ଟି-୨୦ ଅନ୍ତରାଷ୍ଟ୍ରୀୟରେ ଏହି କାରନାମା କରିଥିଲେ। ସେ ୨୦୦୭ ଟି-୨୦ ବିଶ୍ଵ କପରେ ଇଂଲଣ୍ଡ ବିପକ୍ଷରେ ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡଙ୍କ ଗୋଟିଏ ଓଭରରେ ୬ ଛକା ମାରିଥିଲେ।
Take a bow Skipper!🔥 🔥 🔥 🔥 🔥 🔥 The 1st West Indian to hit 6️⃣ sixes in an over in a T20I!🤯 #WIvSL #MenInMaroon
— Windies Cricket (@windiescricket) March 4, 2021
Live Scorecard⬇️ https://t.co/MBDOV534qQ pic.twitter.com/etkxX7l7bq
ଆଜି ଖେଳାଯାଇଥିବା ପ୍ରଥମ ଟି-୨୦ରେ ଅଧିନାୟକ ପୋଲାର୍ଡ ଅକିଲା ଧନଞ୍ଜୟଙ୍କ ଗୋଟିଏ ଓଭରରେ ୬ ଛକା ମାରିଛନ୍ତି। ସବୁଠୁ ବଡ କଥା ଉକ୍ତ ଇନିଂସରେ ଧନଞ୍ଜୟ ହ୍ୟାଟ୍ରିକ ଓ୍ଵିକେଟ୍ ନେଇଥିଲେ। ଅକିଲା ତିନୋଟି ବଲ୍ରେ ଏଭିନ ଲୁଇସ୍, କ୍ରିସ୍ ଗେଲ ଓ ନିକୋଲାସ ପୂରନଙ୍କ ପରି ବ୍ୟାଟସମ୍ୟାନଙ୍କୁ ଆଉଟ୍ କରି ହ୍ୟାଟ୍ରିକ ଅର୍ଜନ କରିଥିଲେ। ତେବେ ପୋଲାର୍ଡ କ୍ରିଜକୁ ଓହ୍ଲାଇବା ମାତ୍ରେ ନିଜର ରଙ୍ଗ ଦେଖାଇଥିଲେ।
ଇନିଂସର ଷଷ୍ଠ ଓଭରରେ ପୋଲାର୍ଡ ୬ ଛକା ମାରିଛନ୍ତି। ସେ ୧୧ ବଲ୍ରୁ ୩୮ ରନ କରି ପାଭିଲିୟନ ଫେରିଥିଲେ। ନିଜ ପୂର୍ବ ଓଭରରେ ଧନଞ୍ଜୟ ହ୍ୟାଟ୍ରିକ ନେଇଥିଲେ। ତେବେ ପୋଲାର୍ଡ କ୍ରିଜକୁ ଆସିବା ମାତ୍ରେ ଶ୍ରୀଲଙ୍କା ସ୍ପିନରଙ୍କୁ ନିର୍ଧୁମ ପ୍ରହାର କରିଥିଲେ।
ପୋଲାର୍ଡ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ରେ ଗୋଟିଏ ଓଭରରେ ଛଅ ଛକା ମାରିବାରେ ତୃତୀୟ ବ୍ୟାଟସମ୍ୟାନ। ଦକ୍ଷିଣ ଆଫ୍ରିକାର ହର୍ସଲ ଗିବ୍ସ ୨୦୦୭ ଦିନିକିଆ ବିଶ୍ଵ କପ୍ର ଗୋଟିଏ ଓଭରରେ ୩୬ ରନ କରି ସର୍ବପ୍ରଥମେ ଏହି ଉପଲବ୍ଧି ହାସଲ କରିଥିଲେ।
That hat-trick feeling 😍
— ICC (@ICC) March 4, 2021
Congratulations, Akila Dananjaya!#WIvSL pic.twitter.com/0NjRwi6Zd3
ଶ୍ରୀଲଙ୍କା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୯ ଓ୍ଵିକେଟ୍ ହରାଇ ୧୩୧ ରନ କରିଥିଲା। ଜବାବରେ ଓ୍ଵେଷ୍ଟଇଣ୍ଡିଜ ଭଲ ଆରମ୍ଭ କରିଥିଲା। ଲେଣ୍ଡଲ ସିମନ୍ସ ଓ ଏଭିନ ଲୁଇସ୍ ପ୍ରଥମ ଓ୍ଵିକେଟ୍ରେ ୫୨ ରନ କରିଥିଲେ। ତେବେ ଚତୁର୍ଥ ଓଭରରେ ଧନଞ୍ଜୟ ହ୍ୟାଟ୍ରିକ ନେଇ ମ୍ୟାଚ୍ରେ ଶ୍ରୀଲଙ୍କା ପାଇଁ ବିଜୟ ଆଶା ସଞ୍ଚାର କରିଥିଲେ। କିନ୍ତୁ କିରଣ ପୋଲାର୍ଡ ଓ ଜାସନ ହୋଲ୍ଡର ଦମଦାର ବ୍ୟାଟିଂ କରି ଦଳକୁ ବିଜୟୀ କରାଇଛନ୍ତି। ଇଣ୍ଡିଜ୍ ୧୩.୧ ଓଭରରେ ୬ ଓ୍ଵିକେଟ୍ରେ ୧୩୪ ରନ କରି ପ୍ରଥମ ମ୍ୟାଚ୍ରେ ବିଜୟୀ ହୋଇଛି।