ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ କଣ୍ଟେନମେଣ୍ଟ୍ ଏବଂ ସଟ୍ଡାଉନ୍ ଜୋନ୍ ଘୋଷଣା
10/07/2020 at 8:55 AM

ବ୍ରହ୍ମପୁର୧୦/୭: ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବ୍ଲକ୍ର ପୋଚିଲିମା ଗାଁକୁ କଣ୍ଟେନମେଣ୍ଟନ୍ ଜୋନ୍ ଘୋଷଣା। କୁକୁଡାଖଣ୍ଡି ବ୍ଳକର ଲୋଚାପଡା ଓ ନିମଖଣ୍ଡି ପଞ୍ଚାୟତକୁ ସଟଡାଉନ୍ ଘୋଷଣା କରିଛି ଜିଲ୍ଲା ପ୍ରଶାସନ। କୁକୁଡାଖଣ୍ଡି ବ୍ଳକ୍ର ଦକ୍ଷିଣପୁର ପଞ୍ଚାୟତ ଦକ୍ଷିଣପୁର ଗାଁର ବଡସାହିକୁ କଣ୍ଟେଇନମେଣ୍ଟ୍ ଜୋନ୍ ଘୋଷଣା କରାଯାଇଛି। କୁକୁଡାଖଣ୍ଡି ବ୍ଳକ୍ ନିମଖଣ୍ଡି ପଞ୍ଚାୟତର ନିମଖଣ୍ଡି ଗାଁର ରଘୁନାଥ ମଠ ସାହି, ବାଲିପଡା ମୁଖ୍ୟ ରାସ୍ତା ବଜାର ଅଞ୍ଚଳକୁ କଣ୍ଟେଇନମେଣ୍ଟ୍ ଜୋନ୍ ଘୋଷଣା କରାଯାଇଛି। ସୋରଡା ବ୍ଳକ୍ ସିଦ୍ଧିପୁର ଗାଁର ଓ୍ବାର୍ଡ ନମ୍ବର ୩, ୪, ୬, ୭, ୯ ଓ ୧୦ କୁ କଣ୍ଟେଇନମେଣ୍ଟ୍ ଜୋନ୍କୁ ମଧ୍ୟ ଘୋଷଣା କରିଛି ଜିଲ୍ଲା ପ୍ରଶାସନ ।
ସେହିପରି ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ଗୁରୁବାର ୩୫ ଟି ଅଞ୍ଚଳରୁ ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ଟୁଇଟ୍ ମାଧ୍ଯମରେ ସୂଚନା ଦେଇଛନ୍ତି ମହାନଗର ନିଗମ କର୍ତ୍ତୃପକ୍ଷ।