ବଲିଉଡରେ ପାକିସ୍ତାନୀ କଳାକାରଙ୍କୁ ବିରୋଧ : ଟି-ସିରିଜ ହଟାଇଲା ୟୁଟ୍ୟୁବରୁ ରାହତ ଏବଂ ଆତିଫଙ୍କ ଗୀତ
17/02/2019 at 5:35 PM

ମୁମ୍ବାଇ ୧୭/୨: ଟି-ସିରିଜ ଫେବୃୟାରୀ ୧୫ତାରିଖରେ ପାକିସ୍ତାନୀ ଗାୟକ ରାହତ ଫତେ ଅଲ୍ଲୀ ଖାନଙ୍କ ନୂଆ ଗୀତ ‘ଜିନ୍ଦଗୀ’ ଲଞ୍ଚ କରିଥାଆନ୍ତା। ଏବେ ମ୍ୟୁଜିକ୍ କମ୍ପାନୀ ନିଜ ୟୁଟ୍ୟୁବ୍ ଚ୍ୟାନେଲ୍ ସହ ଅନ୍ୟ ସୋଶିଆଲ ମିଡିଆ ପୋର୍ଟାଲରୁ ଗାୟକଙ୍କ ସମସ୍ତ ମ୍ୟୁଜିକ୍ ଭିଡିଓ ହଟାଇ ଦେଇଛନ୍ତି। ମହାରାଷ୍ଟ୍ର ନବନିର୍ମାଣ ସେନା ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ପରେ ବଲିଉଡରେ ପାକିସ୍ତାନୀ କଳାକାରଙ୍କ ବୟକର୍ଟ କରିବାକୁ କହିଛନ୍ତି।
ରାହତ ଫତେ ଅଲ୍ଲୀ ଖାନ୍ ଫେବୃୟାରୀ ୧୪ତାରିଖରେ ଟ୍ବିଟ୍ କରିଥିଲେ ଯେଉଁଥିରେ ସେ କହିଥିଲେ ଯେ ଟି-ସିରିଜ ତାଙ୍କ ଗୀତକୁ ରିଲିଜ କରୁଛି। କିନ୍ତୁ ଆତଙ୍କବାଦୀ ଆକ୍ରମଣ ପରେ ଟି-ସିରିଜ ଯବାନଙ୍କ ପରିବାରକୁ ସମର୍ଥନ କରିବା ପାଇଁ ତାଙ୍କ ଭିଡିଓକୁ ହଟାଇ ଦେଇଛନ୍ତି।
ରାହତଙ୍କ ସିଙ୍ଗଲ୍ ଗୀତ ରିଲିଜ କରାଯାଇଥିଲା,କିନ୍ତୁ ଏହାକୁ ତୁରନ୍ତ ହଟାଇ ଦିଆଯାଇଥିଲା। ଟି-ସିରିଜ ଏହି ସମୟରେ ପାକିସ୍ତାନୀ କଳାକାରଙ୍କ ସମ୍ବନ୍ଧିତ କୈାଣସି କଣ୍ଟେଣ୍ଟକୁ ଗୁରୁତ୍ବ ଦେବାକୁ ଚାହୁଁନାହିଁ। କମ୍ପାନୀ ଦେଶବାସୀଙ୍କ ଭାବନାକୁ ଆଖି ଆଗରେ ରଖି ଯବାନଙ୍କ ପରିବାର ଲୋକଙ୍କ ସମର୍ଥନ ପାଇଁ ଛିଡ଼ା ହେବାକୁ ନିଷ୍ପତ୍ତି ନେଇଛି।
ଭାରତୀୟ ସଙ୍ଗୀତ କମ୍ପାନୀ ଟି-ସିରିଜ,ସୋନି ମ୍ୟୁଜିକ୍,ଭେନସ୍,ଟିପସ୍ ମ୍ୟୁଜିକ୍ ପାକିସ୍ତାନୀ ଗାୟକଙ୍କ ସହ କାମ କରିବ ନାହିଁ ବୋଲି କହିଛି। ଭୂଷଣ କୁମାରଙ୍କ ଟି-ସିରିଜ କମ୍ପାନୀ ରାହତ ଫତେ ଅଲ୍ଲୀ ଖାନ୍ ଏବଂ ଆତିଫ ଅସଲମଙ୍କ ସହ ଦୁଇଟି ଅଲଗା ଅଲଗା ସିଙ୍ଗଲସ୍ ପାଇଁ କାମ କରିଥିଲା। ଚେତାବନୀ ପରେ ଆତିଫ ଏବଂ ରାହତଙ୍କ ଗୀତ ୟୁଟ୍ୟୁବରୁ ହଟାଇ ଦିଆଯାଇଛି।