Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ଓଭରବ୍ରିଜ୍‌ରୁ ୩୦ଫୁଟ ତଳକୁ ଖସିଲା କାର୍, ଦୁର୍ଘଟଣାରେ ଗାଡି ଭାଙ୍ଗିରୁଜି ଚୁରମାର୍
  • ||
  • ଶନିବାର ଏହି ସବୁ ଜିଲ୍ଲାରେ ବର୍ଷା : ବଢିବ ତାପମାତ୍ରା, କମିବ ଶୀତ
  • ||
  • ଭୟଙ୍କର ଦୁର୍ଘଟଣା : ମହାନଦୀ ପୋଲରେ ବୋଲେରୋକୁ ପିଟିଲା ଟ୍ରକ୍, ୫ ମୃତ
  • ||

ଇତିହାସ ରଚିଲା T-Series : ଭାରତର ପ୍ରଥମ ୟୁଟ୍ୟୁବ ଚାନେଲ ଯିଏ ପାର କଲା ୨୦୦ ମିଲିୟନ ସବ୍ସକ୍ରାଇବର

6/12/2021 at 8:58 PM

ନୂଆଦିଲ୍ଲୀ ୦୬/୧୨ : ଟି-ସିରିଜ ଏକ ନୂଆ ଉପଲବ୍ଧି ହାସଲ କରିଛି। ୟୁଟ୍ୟୁବ ଚାନେଲରେ ଟି-ସିରିଜ ଦୁନିଆର ସବୁଠାରୁ ଅଧିକ ସବ୍ସକ୍ରାଇବର ଚାନେଲ ହୋଇଛି। ଟି-ସିରିଜର ୨୦୦ ମିଲିୟନ (୨୦ କୋଟି) ରୁ ଅଧିକ ସବ୍ସକ୍ରାଇବର୍ସ ହୋଇଯାଇଛନ୍ତି। ଏହା ସାରା ବିଶ୍ୱରେ କୌଣସି ୟୁଟ୍ୟୁବ ଚାନେଲ ତୁଳନାରେ ସବୁଠାରୁ ଅଧିକ। ଟି-ସିରିଜ ବର୍ତ୍ତମାନ ୨୦୦ ମିଲିୟନ ସବ୍ସକ୍ରାଇବର ଯୁକ୍ତ ପ୍ରଥମ ୟୁଟ୍ୟୁବ ଚାନେଲ।

୧୯୮୩ ରେ ସଙ୍ଗୀତକାର ଗୁଲସନ କୁମାର ମ୍ୟୁଜିକ କମ୍ପାନୀ ଟି-ସିରିଜ ସ୍ଥାପନା କରିଥିଲେ। ତାପରେ ଏହି କମ୍ପାନୀ ଦେଶର ସବୁଠାରୁ ବଡ ମ୍ୟୁଜିକ କ୍ୟାସେଟ କମ୍ପାନୀ ହେଲା ଏବଂ ଆଜି ବି ଏହାର ନାମ ସର୍ବଶ୍ରେଷ୍ଠ ମ୍ୟୁଜିକ କମ୍ପାନୀରେ ସାମିଲ ଅଛି। ଟି-ସିରିଜ କମ୍ପାନୀ ବର୍ତ୍ତମାନ ୟୁଟ୍ୟୁବରେ ଇତିହାସ ରଚିଛି।

   Related Posts