Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

ଟିଏସ ସିଂ ଦେଓ ହେଲେ ଓଡିଶା ପ୍ରଦେଶ କଂଗ୍ରେସର ଅସ୍ଥାୟୀ ପ୍ରଭାରୀ

23/02/2019 at 7:56 PM

ଭୁବନେଶ୍ବର୨୩|୨: ଛତିଶଗଡର ବରିଷ୍ଠ କଂଗ୍ରେସ ନେତା ଟି. ଏସ ସିଂ ଦେଓଙ୍କୁ ଓଡିଶା ପ୍ରଦେଶ କଂଗ୍ରେସର ଅସ୍ଥାୟୀ ପ୍ରଭାରୀ ଭାବେ ଏଆଇସିସି ନିଯୁକ୍ତ କରିଛି । ଏନେଇ ଏ ଆଇ ସିସି ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ଜିତେନ୍ଦ୍ର ସିଂ ଏବେ ଓଡିଶା ପ୍ରଦେଶ କଂଗ୍ରେସର ପ୍ରଭାରୀ ଅଛନ୍ତି । ନିର୍ବାଚନ ସରିବା ପର୍ଯ୍ୟନ୍ତ ଟିଏସ ସିଂ ଦେଓ ମଧ୍ୟ ଅସ୍ଥାୟୀ ପ୍ରଭାରୀ ରହିବେ ।  

କଂଗ୍ରେସ ମଧ୍ୟ ଓଡିଶାକୁ ଫୋକସରେ ରଖିଛି । ସେଥିପାଇଁ ରାହୁଲ ଗାନ୍ଧୀ ଘନ ଘନ ଓଡିଶା ଗସ୍ତ କରୁଛନ୍ତି । ଯେ କୌଣସି ମତେ କ୍ଷମତା ହାସଲ ପାଇଁ କଂଗ୍ରେସ କୌଣସି ସୁଯୋଗ ହାତ ଛଡା କରିବାକୁ ଚାହୁଁ ନାହିଁ । ସମସ୍ତଙ୍କଠୁ ଆଗରେ ପ୍ରର୍ଥୀ ତାଲିକା ଘୋଷଣା ହେବ ବୋଲି ମଧ୍ୟ ଦଳ ଘୋଷଣା କରିଛି ।

   Related Posts