ସନରାଇଜର୍ସକୁ ବଡ ଝଟ୍‌କା, ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଲେ ଟି. ନଟରାଜନ

Published By : Prameya-News7 Bureau | April 23, 2021 IST

ହାଇଦ୍ରାବାଦ,୨୩/୦୪: ସନରାଇଜର୍ସ ହାଇଦ୍ରାବାଦର ଦ୍ରୁତ ବୋଲର ଟି ନଟରାଜନ ଚଳିତ ଆଇପିଏଲ ସିଜିନରୁ ବାଦ୍ ପଡିଛନ୍ତି । ଆଣ୍ଠୁରେ ଲାଗିଥିବା ଆଘାତ କାରଣରୁ ସେ ଏହି ଟୁର୍ଣ୍ଣାମେଣ୍ଟ ଖେଳିବେ ନାହିଁ । ଟି ନଟରାଜନ ବାଦ୍ ପଡିବା ପରେ ଏହା ସନରାଇଜର୍ସ ହାଇଦ୍ରାବାଦକୁ ବଡ ଝଟକା ବୋଲି କୁହାଯାଉଛି ।

୩୦ ବର୍ଷୀୟ ନଟରାଜନ୍ ଚଳିତ ସିଜିନରେ ୨ଟି ମ୍ୟାଚ୍ ଖେଳିଥିଲେ । ଏହାପରେ ଅନ୍ୟ ଦୁଇଟି ମ୍ୟାଚରୁ ତାଙ୍କୁ ବାଦ୍ ଦିଆଯାଇଥିଲା । ସୂତ୍ରାନୁସାରେ, ତାଙ୍କୁ ଟୁର୍ଣ୍ଣାମେଣ୍ଟର ବଳକା ମ୍ୟାଚ୍ ନଖେଳିବାକୁ ପରାମର୍ଶ ଦିଆଯାଇଥିଲା । ହାଇଦ୍ରାବାଦର କୋଚ୍ ଭିଭିଏସ ଲକ୍ଷ୍ମଣ ଗତ ସପ୍ତାହରେ କହିଥିଲେ ଯେ, ନଟରାଜ ଆଣ୍ଠୁରେ ସମସ୍ୟା ପାଇଁ ମ୍ୟାଚ୍ ଖେଳିପାରୁ ନାହାଁନ୍ତି । ତାଙ୍କ ବଦଳରେ ଖଲିଲ ଅହମ୍ମଦଙ୍କୁ ମ୍ୟାଚରେ ସାମିଲ କରାଯାଇଥିଲା ।

ଲକ୍ଷ୍ମଣ ଆହୁରି ମଧ୍ୟ କହିଥିଲେ ଯେ, ନଟରାଜନଙ୍କ ଅବସ୍ଥାକୁ ସମୀକ୍ଷା କରାଯାଉଛି  । ଯାହା ତାଙ୍କ ପାଇଁ ଓ ଦଳ ପାଇଁ ଲାଭଦାୟକ ହେବ ସେନେଇ ନିଷ୍ପତ୍ତି ନିଆଯିବ । ସୂଚନାଯୋଗ୍ୟ, ନଟରାଜନଙ୍କୁ ହାଇଦ୍ରାବାଦ ଭୁବନେଶ୍ୱର କୁମାରଙ୍କ ସ୍ଥାନରେ ଦଳରେ ସାମିଲ କରିଥିଲା । ତେବେ ନଟରାଜନଙ୍କ ବଦଳରେ ଖଲିଲ ଅହମ୍ମଦଙ୍କୁ ଦଳ ନିୟମିତ ବୋଲର ଭାବେ ଉପଯୋଗ କରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.