ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ

Published By : Prameya-News7 Bureau | November 27, 2020 IST

ନୂଆଦିଲ୍ଲୀ,୨୭/୧୧:    ଆଇପିଏଲରେ ଆକର୍ଷଣୀୟ ପ୍ରଦର୍ଶନ କରିଥିବା ବୋଲର ଟି ନଟରାଜନଙ୍କୁ ଅଷ୍ଟ୍ରେଲିଆ ଗସ୍ତରେ ସ୍ଥାନ ମିଳିଛି । ସେ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ଦିନିକିଆ ସିରିଜରେ ଦଳରେ ସାମିଲ ହେବେ । ନବଦୀପ ସୈନୀ ଆହତ ହେବାରୁ ତାଙ୍କ ସ୍ଥାନରେ ଟି ନଟରାଜନଙ୍କୁ ସାମିଲ କରାଯାଇଛି ।

ବିସିସିଆଇ ସମ୍ପାଦକ ଜୟ ଶାହ ଗୁରୁବାର ରାତିରେ ସୂଚନା ଦେଇଛନ୍ତି ଯେ, ରୋହିତ ଏନସିଏରେ ଏବେ ଅଭ୍ୟାସ କରୁଛନ୍ତି । ଆସନ୍ତା ୧୧ ତାରିଖରେ ତାଙ୍କର ଫିଟନେଶ୍ ଟେଷ୍ଟ୍ ହେବ । ଏହାପରେ ୧୭ ତାରିଖରେ ଆରମ୍ଭ ହେବାକୁ ଥିବା ଟେଷ୍ଟ୍ ସିରିଜରେ ସେ ଖେଳିବେ ନା ନାହିଁ ସ୍ପଷ୍ଟ ହେବ ।

ସେ ଆହୁରି କହିଥିଲେ ଯେ, ଆଇପିଏଲ ପରେ ରୋହିତ ନିଜର ଅସୁସ୍ଥ ପିତାଙ୍କୁ ଦେଖିବା ପାଇଁ ମୁମ୍ବାଇ ଚାଲି ଆସିଥିଲେ । ତାଙ୍କ ପିତା ସୁସ୍ଥ ହେଉଛନ୍ତି । ମୁମ୍ବାଇରୁ ସେ ବେଙ୍ଗାଲୁରୁ ଯାଇଥିଲେ । ଦ୍ରୁତ ବୋଲର ଇଶାନ୍ତ ଶର୍ମା ଆଇପିଏଲ ୨୦୨୦ରେ ମାଂସପେଶୀ ସମସ୍ୟାର ଶିକାର ହୋଇଥିଲେ । ଏବେବି ସେ ଫିଟ୍ ହୋଇନାହାଁନ୍ତି । ସେ ବର୍ଡର ଗାଭାସ୍କର ଟ୍ରଫିରୁ ବାଦ୍ ପଡି ସାରିଛନ୍ତି ।

ସେହିପରି ଟି ନଟରାଜନଙ୍କୁ ଦିନିକିଆ ଦଳରେ ସାମିଲ କରାଯିବା ନେଇ ସେ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.