Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଇରଙ୍ଗପୁର: ଗୋରୁମହିଷାଣି ପୋଲିସର ସଡକ ସୁରକ୍ଷା ସଚେତନ କାର୍ଯ୍ୟକ୍ରମ, ସାମିଲ ଥିଲେ ସ୍ଥାନୀୟ ଲୋକେ
  • ||
  • ବଲାଙ୍ଗୀର: ପୁଣି ରକ୍ତ ରଞ୍ଜିତ ହେଲା ଶୁଲିଆ ପୀଠ, ଗଡିଲା ଶହ ଶହ ପଶୁ-ପକ୍ଷୀଙ୍କ ମୁଣ୍ଡ
  • ||
  • ଭୁବନେଶ୍ବରରେ ପହଞ୍ଚିଲା ୨ୟ ପର୍ଯ୍ୟାୟ କୋଭିଡ ଟିକା: ସ୍ପାଇସ୍ ଜେଟ୍‌ରେ ଆସିଲା ଟିକା
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଭାରତର ଐତିହାସିକ ବିଜୟ, ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ମାଲକାନଗିରି : ସୀମାନ୍ତରେ ଏନ୍‌କାଉଣ୍ଟର, ୧୦ରୁ ଅଧିକ ମାଓ କ୍ୟାମ୍ପ ଧ୍ୱଂସ
  • ||
  • ସମ୍ବଲପୁର : ଫୋକସ୍‌ରେ ପଶ୍ଚିମ ଓଡିଶା, ମା’ ସମଲେଶ୍ବରୀଙ୍କ ମନ୍ଦିର ବୁଲି ସମୀକ୍ଷା କଲେ 5-T ସଚିବ
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ହାଇଦ୍ରାବାଦ : ପାଠ ପଢୁନଥିଲା ବୋଲି ୧୦ ବର୍ଷର ପୁଅକୁ ଜିଅନ୍ତା ଜାଳିଦେଲା ବାପା, ପୋଡିଯାଇଛି ଶରୀରର ୬୫ ଭାଗ
  • ||
  • ବଡବିଲ : ନର୍ଭେରାମ ଖଣି କାର୍ଯ୍ୟାଳୟରେ ଆୟକର ଚଢାଉ, ବିଭିନ୍ନ କାଗଜପତ୍ରର ଯାଞ୍ଚ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୨ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||

ନୂଆବର୍ଷରେ ଟି. ନଟରାଜନଙ୍କ ପାଇଁ ବଡ ଖବର, ଉମେଶ ଯାଦବଙ୍କ ବଦଳରେ ଟିମ୍‌ରେ ହେଲେ ସାମିଲ

1/01/2021 at 3:32 PM

ସିଡନୀ,୦୧/୦୧:   ନୂଆବର୍ଷରେ ଭାରତୀୟ ଦଳର ଦ୍ରୁତ ବୋଲର ଟି ନଟରାଜନଙ୍କୁ ଏକ ବଡ ଖୁସି ଖବର ମିଳିଛି । ନଟରାଜନଙ୍କୁ ଆହତ ଉମେଶ ଯାଦବଙ୍କ ସ୍ଥାନରେ ସାମିଲ କରାଯାଇଛି ।ଅଷ୍ଟ୍ରେଲିଆ ଗସ୍ତରେ ତାଙ୍କ ପ୍ରଦର୍ଶନକୁ ଦେଖି ତୃତୀୟ ଟେଷ୍ଟରେ ତାଙ୍କୁ କଙ୍ଗାରୁ ଟିମ୍ ବିପକ୍ଷରେ ଖେଳାଯାଇପାରେ ।

ଏହି ବାମହାତୀ ଦ୍ରୁତ ବୋଲର ଅଷ୍ଟ୍ରେଲିଆ ଗସ୍ତରେ ଦିନିକିଆ ଓ ଟି୨୦ ସିରିଜରେ ପଦାର୍ପଣ କରିଥିଲେ । ୨୯ ବର୍ଷୀୟ ନଟରାଜନ ନିଜ ଦିନିକିଆ ପଦାର୍ପଣରେ ୭୦ ରନ୍ ଦେଇ ୨ଟି ଓ୍ୱିକେଟ୍ ନେଇଥିବା ବେଳେ ଟି୨୦ ସିରିଜରେ ୬ଟି ଓ୍ୱିକେଟ୍ ନେଇଥିଲେ ।

ଅଷ୍ଟ୍ରେଲିଆ ଗସ୍ତରେ ଟିମ୍ ଇଣ୍ଡିଆର ଚିନ୍ତା ବଢାଇଛି ଖେଳାଳିଙ୍କ ଆହତ ସମସ୍ୟା ।ଉମେଶ ଯାଦବଙ୍କ ପୂର୍ବରୁ ମହମ୍ମଦ ସାମି ମଧ୍ୟ ଆହତ ହୋଇଥିଲେ । ଆହତ ସାମି ବର୍ଡର-ଗାଭାସ୍କର ଟ୍ରଫିରୁ ବାଦ୍ ପଡିଛନ୍ତି । ଭୁବନେଶ୍ୱର କୁମାର ଓ ଇଶାନ୍ତ ଶର୍ମା ମଧ୍ୟ ଫିଟ୍ ନଥିବାରୁ ଅଷ୍ଟ୍ରେଲିଆ ଗସ୍ତରେ ସାମିଲ ହୋଇନଥିଲେ ।

ତୃତୀୟ ଟେଷ୍ଚରେ ମହମ୍ମଦ ସିରାଜ ଓ ଜସପ୍ରିତ ବୁମରାହ ଖେଳିବା ଏକ ପ୍ରକାର ସ୍ପଷ୍ଟ ହୋଇଛି । ତୃତୀୟ ବୋଲର ଭାବେ ଭାରତ ପାଖରେ ଶାର୍ଦ୍ଦୁଳ ଠାକୁର, ଟି ନଟରାଜନ ଓ ନବଦୀପ ସୈନୀଙ୍କ ବିକଳ୍ପ ରହିଛି । ସିଡନୀ ଟେଷ୍ଟରେ ଏହି ୩ ବୋଲରଙ୍କ ମଧ୍ୟରୁ କାହାକୁ ସୁଯୋଗ ମିଳିବ ତାହା ରବିବାର ମଧ୍ୟରେ ସ୍ପଷ୍ଟ ହୋଇଯିବ । ତେବେ ନଟରାଜନ ଭଲ ଫର୍ମରେ ଥିବାରୁ ସେ ସିଡନୀ ଟେଷ୍ଟରେ ପଦାର୍ପଣ କରିପାରନ୍ତି ।

   Related Posts