ଅଷ୍ଟ୍ରେଲିଆ ବିପକ୍ଷରେ ଦଳକୁ ସିରିଜ୍ ଜିତାଇଲେ, ଏବେ ଟିମ୍ ଇଣ୍ଡିଆରୁ ବାଦ୍ ପଡିଲେ ଏହି ଷ୍ଟାର ଖେଳାଳି

Published By : Prameya-News7 Bureau | January 19, 2021 IST

ନୂଆଦିଲ୍ଲୀ ୧୯।୦୧: ବ୍ରିସବେନର ଗାବା ପଡିଆରେ ୩୨୮ ରନର  ବିଶାଳ ଲକ୍ଷ୍ୟ ହାସଲ କରି ଭାରତୀୟ ଦଳ ଇତିହାସ ରଚିଛି। ଗାବାକୁ  ଅଷ୍ଟ୍ରେଲିଆ ଅଭେଦ୍ୟ ଦୁର୍ଗ କୁହାଯାଉଥିଲା ହେଲେ ଭାରତୀୟ ଦଳ ଏହାକୁ ଭେଦ କରି କଙ୍ଗାରୁ ଦଳକୁ ଧୂଳି ଚଟାଇଛି। ଭାରତ ବ୍ରିସବେନ ଟେଷ୍ଟକୁ ୩ ଓ୍ଵିକେଟ୍‌ରେ ଜିତି ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌କୁ ୨-୧ରେ ଜିତି ନେଇଛି। ଭାରତ କ୍ରମାଗତ ଦ୍ଵିତୀୟ ଥର ଅଷ୍ଟ୍ରେଲିଆକୁ ତାରି ଘରେ ମାତ୍ ଦେଇଛି। ଅଷ୍ଟ୍ରେଲିଆ ଉପରେ ଐତିହାସିକ ବିଜୟ ପରେ ପୂରା ଦଳ ଉତ୍ସବରେ ଡୁବି ଯାଇଛି। ହେଲେ ଏହି ସମୟରେ ଦୁଇ ଜଣ ଖେଳାଳିଙ୍କୁ ବଡ ଝଟକା ଲାଗିଛି। ଅଷ୍ଟ୍ରେଲିଆକୁ  ହରାଇବା ମାତ୍ରେ ଭାରତୀୟ ଜାତୀୟ ଦଳର ଚୟନକର୍ତ୍ତା ଇଂଲଣ୍ଡ ଟେଷ୍ଟ ସିରିଜ୍ ପୂର୍ବରୁ ଦୁଇଟି ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷଣା କରିଛି। ଏଥିରେ ପୃଥ୍ଵୀ ସ ଓ ଟି ନଟରାଜନଙ୍କୁ ସ୍ଥାନ ମିଳିନାହିଁ।

ଟି ନଟରାଜନ ବ୍ରିସବେନ ଟେଷ୍ଟରେ ପଦାର୍ପଣ କରିଥିଲେ ଏବଂ ପ୍ରଥମ ଇନିଂସରେ ୩ ଓ୍ଵିକେଟ୍ ନେଇଥିଲେ। ନଟରାଜନ ଓ୍ଵାଡେ ଓ ଲାବୁସେନଙ୍କ ପରି ବ୍ୟାଟସମ୍ୟାନଙ୍କୁ ଆଉଟ୍ କରିଥିଲେ। ଏହି ମ୍ୟାଚ୍‌ରେ ଯଶପ୍ରୀତ ବୁମରାଙ୍କୁ ଆଘାତ ଲାଗିବା କାରଣରୁ ତାଙ୍କୁ ଦଳରେ ସୁଯୋଗ ମିଳିଥିଲା। ନଟରାଜନ ଦଳରେ ନେଟ୍ ବୋଲର ହିସାବରେ ଅଷ୍ଟ୍ରେଲିଆ ଗସ୍ତ କରିଥିଲେ।

{"id":395083,"width":574,"height":382,"sizeSlug":"large","linkDestination":"none"}

ଅନ୍ୟପଟେ ପୃଥ୍ଵୀ ସଙ୍କୁ ନିଜର ଖରାପ ପ୍ରଦର୍ଶନ କାରଣରୁ ଦଳରୁ ବାଦ୍ ହେବାକୁ ପଡିଛି। ଡାହାଣ ହାତୀ ଏହି ବ୍ୟାଟସମ୍ୟାନ ଆଡିଲେଡ୍ ଟେଷ୍ଟର ଉଭୟ ଇନିଂସରେ ଫ୍ଲପ୍ ହୋଇଥିଲେ। ସଙ୍କ ଖେଳିବା ଶୈଳୀରେ ତ୍ରୁଟି ଥିବା ଦେଖିବାକୁ ମିଳିଥିଲା ଏବଂ ତାଙ୍କ ଫିଲ୍ଡିଂ ଦୁର୍ବଳମାନର ଥିଲା। ଏହି କାରଣରୁ ସଙ୍କୁ ୧୮ ଜଣିଆ ଦଳରୁ ବାଦ୍ ଦିଆଯାଇଛି। ହେଲେ ଅଷ୍ଟ୍ରେଲିଆ ସିରିଜ୍‌ରେ ଚମତ୍କାର ପ୍ରଦର୍ଶନ କରିଥିବା ଓ୍ଵାଶିଂଟନ ସୁନ୍ଦର, ଶାର୍ଦ୍ଦୁଳ ଠାକୁର ଦଳରେ ନିଜର ସ୍ଥାନ ବଜାୟ ରଖିଛନ୍ତି।

ଇଂଲଣ୍ଡ ବିପକ୍ଷ ପ୍ରଥମ ୨ଟି ଟେଷ୍ଟ ପାଇଁ ଭାରତୀୟ ଦଳ

ରୋହିତ ଶର୍ମା, ଶୁବମାନ ଗିଲ୍, ମୟଙ୍କ ଅଗ୍ରଓ୍ଵାଲ, ଚେତେଶ୍ଵର ପୂଜାରା, ବିରାଟ କୋହଲି, ଆଜିଙ୍କ୍ୟ ରାହାଣେ, ଋଷଭ ପନ୍ତ, ଋଦ୍ଧିମାନ ଶାହା, ହାର୍ଦ୍ଦିକ ପାଣ୍ଡ୍ୟା, କେଏଲ ରାହୁଲ, ଯଶପ୍ରୀତ ବୁମରା, ଇଶାନ୍ତ ଶର୍ମା, ମହମ୍ମଦ ସିରାଜ, ଶାର୍ଦ୍ଦୁଳ ଠାକୁର, ଆର ଅଶ୍ଵିନ, କୁଲଦୀପ ଯାଦବ, ଓ୍ଵାଶିଂଟନ ସୁନ୍ଦର ଓ ଅକ୍ଷର ପଟେଲ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.