ଏମଏସ ଧୋନୀଙ୍କ ମାର୍ଗରେ ଟି ନଟରାଜନ, ଅଷ୍ଟ୍ରେଲିଆରେ ସଫଳତା ପରେ ହୋଇଗଲେ ଲଣ୍ଡା

Published By : Prameya-News7 Bureau | January 31, 2021 IST

ନୂଆଦିଲ୍ଲୀ ୩୧।୦୧: ଭାରତୀୟ କ୍ରିକେଟ୍ ଦଳର ଦ୍ରୁତ ବୋଲର ଟି ନଟରାଜନ ରବିବାର ଲଣ୍ଡା ହୋଇ ଯାଇଛନ୍ତି। ତାମିଲନାଡୁର ପଲାନି ମୁରୁଗନ ମନ୍ଦିରରେ ସେ ନିଜର ଚୁଟି ଅର୍ପଣ କରିଛନ୍ତି। ଟି ନଟରାଜନ ତାମିଲନାଡୁର ଛୋଟ ଗାଁ ଚିନ୍ନପାମପଟ୍ଟି ଗାଁର ବାସିନ୍ଦା। ଧାର୍ମିକ ମାନ୍ୟତା ଆଧାରରେ ସେ ଲଣ୍ଡା ହୋଇ ଯାଇଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୧୧ ବିଶ୍ଵକପ୍ ପରେ ଏମଏସ ଧୋନୀ ମଧ୍ୟ ଲଣ୍ଡା ହୋଇ ଯାଇଥିଲେ।

wp:html /wp:html

ନଟରାଜନ ସାମାଜିକ ଗଣମାଧ୍ୟମରେ ନିଜର ଫଟୋ ସେୟାର କରି ଲେଖିଛନ୍ତି, ନିଜକୁ ଏବେ ବହୁତ ଭଲ ଅନୁଭବ କରୁଛୁ। ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆ ଗସ୍ତରେ ଟି ନଟରାଜନ ନିଜର ପଦାର୍ପଣ ମ୍ୟାଚ୍‌ରେ ୨ ଓ୍ଵିକେଟ୍ ନେଇଛନ୍ତି। ଏହା ପରେ ତିନି ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ରେ ସେ ୬ ଓ୍ଵିକେଟ୍ ନେଇଛନ୍ତି।

ଯଶପ୍ରୀତ ବୁମରା, ମହମ୍ମଦ ସାମି, ଉମେଶ ଯାଦବଙ୍କ ପରି ବୋଲର ଆହତ ହେବା ପରେ ନଟରାଜନଙ୍କୁ ବ୍ରିସବେନ ଟେଷ୍ଟରେ ଖେଳିବାକୁ ସୁଯୋଗ ମିଳିଥିଲା। ପ୍ରଥମ ଇନିଂସରେ ସେ ୩ ଓ୍ଵିକେଟ୍ ନେଇଥିଲେ। ଏଥିରେ ଲାବୁସେନଙ୍କ ଓ୍ଵିକେଟ୍ ମଧ୍ୟ ସାମିଲ। ଉଲ୍ଲେଖଯୋଗ୍ୟ, ଆଇପିଏଲ ୨୦୨୦ରେ ଦମଦାର ପ୍ରଦର୍ଶନ ପରେ ନଟରାଜନ ଟିମ୍ ଇଣ୍ଡିଆକୁ ଟି-୨୦ ଦଳରେ ଚୟନ କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.